IAS Chopper Crash ରେ ସହିଦ ହୋଇଗଲେ ଆମ ଓଡିଆ ପୁଅ, ପୁଅର ମୃତ୍ୟୁ ଖବର ଶୁଣି ବଡ ମା’ ଯାହା କହିଲେ ଶୁଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ । ସେହି ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଛନ୍ତି ।

ତାଙ୍କର ମୃତ୍ୟୁରେ କେବଳ ପରିବାର ନୁହେଁ ସାରା ଦେଶ ଦୁଃଖ ପ୍ରକାଶ କରୁଛି । ତେବେ ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘର ତାଳଚେର । ସେ ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟଋତ ଥିଲେ ।   ଦିନକ ତଳେ ସେ ତାଙ୍କ ପରିବାର ସହ କଥା ହୋଇଥିଲେ । କଥା ଦେଇଥିଲେ, ‘ମୋ ଗାଁକୁ ଯିବି, ମୋ ଘରକୁ ଯିବି । ‘  କିନ୍ତୁ ଗତକାଲି ଫୋନ୍‌କୁ ଅପେକ୍ଷା କରି ରହିଥିଲେ ରାଣାପ୍ରତାପଙ୍କ ପତ୍ନୀ ଓ ଭଉଣୀ ।

ଫୋନ୍‌ ଆସିଲା ସତ କିନ୍ତୁ ଯାହାକୁ ଶୁଣି ସତେ ଯେପରି ପରିବାର ଉପରେ ବଜ୍ର ଖସିଥିଲା । ରାଣାଙ୍କ ମୃତ୍ୟୁ ଖବର ଦୁଃଖରେ ଶୁଣି ଭାଙ୍ଗି ପଡ଼ିଛନ୍ତି ପରିବାର । ବାପା ମାଙ୍କ ଏକମାତ୍ର ପୁଅ ଥିଲେ ରାଣାପ୍ରତାପ । ସେ ଜଣେ ମେଳାପୀ, ଭଦ୍ର ଓ ମେଧାବୀ ଥିଲେ । ପୁଅର ମୃତ୍ୟୁ ତାଙ୍କ ବାପା ମାଙ୍କୁ ଜଣାଯାଇନଥିଲା ବୋଲି ତାଙ୍କର ସମ୍ପର୍କୀୟ ଭାଇ କହିଛନ୍ତି । ରାଣାଙ୍କ ପୁତ୍ର ସନ୍ତାନ ଅଛି ।   ତାଙ୍କର ମୃତ୍ୟୁ କଥା ବାପା ଓ ମାଆଙ୍କୁ ଜଣା ଯାଇନାହିଁ ।

ତେବେ ରାନାପ୍ରତାପ ଙ୍କ ବଡ଼ ମାଆ ମିଡ଼ିଆ ଆଗରେ କହିଥିଲେ ତାଙ୍କ ପୁତୁରା ଜଣେ ଦେଶଭକ୍ତ ଥିଲେ ଯେତେବେଳେ ବି ଘରକୁ ଆସନ୍ତି ସେତେବେଳେ ସେ କୁହେ କି ବଡ଼ ମାଆ ଆପଣ ବହୁତ ଭଲ ଦେଶୀ ଖାଦ୍ୟ ବନାଅ ଏବଂ ସେ ସବୁ କିଛି ଖାଇ ଦେଇ ପଳାଏ । ତେବେ ତାଙ୍କ ପୁତୁରା ଦେଶ ପାଇଁ ନିଜର ପ୍ରାଣ ତ୍ୟାଗ କରିଥିବାରୁ ସେ ବହୁତ ଗର୍ବିତ ମଧ୍ୟ । ତେବେ ସେ ମଧ୍ୟ କହିଛନ୍ତି କି ତାଙ୍କ ମାଆ ବାପାଙ୍କୁ ଏ ପର୍ଯ୍ୟନ୍ତ କିଛି କୁହାଯାଏ ନାହିଁ ସେମାନଙ୍କ ଦୁହିଁଙ୍କ ଦେହ ଖରାପ ମଧ୍ୟ ଅଛି ।

ତେବେ ରାଣାପ୍ରତାପଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭିଣୋଇ ସଂକଳ୍ପ ଦାସ ଟୁଇଟ କରି ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ । ସେ ପରିବାରର ଏକମାତ୍ର ପୁଅ ଥିଲେ । l ତାଙ୍କର ମୃତ୍ୟୁ ଖବର ଗତକାଲି ଜାଣିବାକୁ ପାଇଥିଲୁ । ସେହି ହେଲିକପ୍ଟରରେ ସେ ଥିଲେ ବୋଲି ଆମେ ଆଗରୁ ଜାଣିଥିଲୁ ।

ସେ ଏଥର ଆସିଲେ ବୁଲିବାକୁ ଯିବେ ବୋଲି ଆମକୁ କହିଥିଲେ । କିନ୍ତୁ ତାହା ହୋଇପାରିଲାନି । ତାଙ୍କର ମରଶରୀର ଆଜି ବିଳମ୍ବିତ ରାତିରେ ପହଞ୍ଚିପାରେ ବୋଲି ସେନା କର୍ତ୍ତୃପକ୍ଷ ଆମକୁ ଜଣାଇଛନ୍ତି । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *