କିଛି ଏହି ପ୍ରକାରେ ଦୁର୍ଘଟଣାଗସ୍ତ ହୋଇଥିଲା Bipin Rawat ଙ୍କ ହେଲିକ୍ୟାପ୍ଟର, ଦେଖନ୍ତୁ ଏହା ପଛରେ କଣ ଥିଲା କାରଣ ?

ନମସ୍କାର ବନ୍ଧୁଗଣ ତେବେ ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ଅଧିକାରୀ ଏବଂ ସହଯୋଗୀ ଙ୍କ ମୃତ୍ୟୁ ହୋଇଛି । ତେବେ ସୂଚନାଯୋଗ୍ୟ ଯେ ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର Mi 17 V5 କ୍ରାସ ହୋଇଥିଲା ।

ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି । ପ୍ରାରମ୍ଭିକ ଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୩କୁ ବୃଦ୍ଧି ପାଇଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖ ଅଧିକାରୀଙ୍କ ସହିତ ରାୱତ ଦମ୍ପତ୍ତି ମଧ୍ୟ ଯାଉଥିଲେ । ତେବେ ଏହାର କାରଣ ପାଗ ଖରାପ ଯୋଗୁଁ ହୋଇ ପାରେ କିମ୍ବା କୁହୁଡି କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଧ୍ୟ ହୋଇପାରେ ଏହି ଦୁର୍ଘଟଣା । ତେବେ ମୃତ ଶରୀର କୁ ଉଦ୍ଧାର କରାଯାଇଛି ଏବଂ କିଛି ଶରୀର ଙ୍କ ଡ଼ିଏନଏ ଟେଷ୍ଟ ଜରିଆରେ ଚିହ୍ନଟ କରାଯିବ ।

ତେବେ ତେବେ ଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଜେନେରାଲ ରାଓ୍ବତ ଜଣେ ଦୁର୍ଦ୍ଧର୍ଷ ଯୋଦ୍ଧା, ସଚ୍ଚା ଦେଶପ୍ରେମୀ ଥିଲେ । ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ନୀତି ନିର୍ଦ୍ଧାରଣରେ ତାଙ୍କ ବିଚକ୍ଷଣତା ଅଦ୍ୱିତୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହା, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିଛନ୍ତି ।ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *