Tapaswini ଙ୍କ ପାଖରେ ଆଉ ପଶି ପାରିବେନି ମିଡିଆ, ଦେଖନ୍ତୁ କେମିତି ?

ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ପ୍ରତିଦିନ ଭିନ୍ନ ମୋଡ଼ ନେଉଛି । ସୋମବାର ସନ୍ଧ୍ୟାରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶତାଧିକ ମହିଳା ତପସ୍ୱିନୀଙ୍କ ଶ୍ୱଶୁର ଘର ପ୍ରବେଶ ଗ୍ରୀଲ ତାଲା ଭାଙ୍ଗି ଘର ଭିତରକୁ ପଶିଛନ୍ତି । ବ୍ରହ୍ମାନଗରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେତେବେଳେ ଯଥେଷ୍ଟ ସଂଖ୍ୟାରେ ପୋଲିସ ବି ନଥିଲେ ।


ତପସ୍ୱିନୀଙ୍କ ଧାରଣା ସ୍ଥଳରେ ଲୋକଗହଳିକୁ ଦୃଷ୍ଟିରେ ରଖି କାଲି ସକାଳେ ବ୍ରହ୍ମାନଗର ଦ୍ଵିତୀୟ ଲେନ୍‌ରେ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଅନ୍ୟପକ୍ଷରେ ତପସ୍ୱିନୀ ସ୍ୱାମୀଙ୍କ ସହ ରହିବା ପାଇଁ ଦାଏର ପିଟିସନ୍‌ର ଶୁଣାଣି କରିଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୟ ପାଣିଗ୍ରାହୀ । କୋର୍ଟ ପୂର୍ବ ରାୟ କାଏମ୍‌ ରହିଛନ୍ତି ।

ଗତ ୯ତାରିଖରେ କୋର୍ଟ ଦେଇଥିବା ଆଦେଶ ପୁନଃ କାର୍ଯ୍ୟକାରୀ କରିବାକୁ ସୋମବାର ରାୟ ଦେଇଥିଲେ । ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସନ୍ଧ୍ୟାରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା । ୧୭ ତାରିଖରେ ତପସ୍ୱିନୀ ପୂର୍ବ ରାୟକୁ ସୁମିତ ମାନିନଥିବା କୋର୍ଟକୁ ଅବଗତ କରିବା ସହ ତାଙ୍କୁ ଶ୍ୱଶୁର ଘରକୁ ଯିବା ପାଇଁ ଅନୁମତି ଦେବାକୁ ଆଉ ଏକ ପିଟିସନ୍‌ ଦାଖଲ କରିଥିଲେ ।

ପୂର୍ବ ରାୟକୁ କାଏମ୍‌ ରଖି ଘର ଭଡ଼ା ଖୋଜିବା ସହ ସୁମିତ ଙ୍କୁ ପତ୍ନୀଙ୍କ ସମସ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟ ରାୟ ପ୍ରକାଶ ପରେ ପରେ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଆଗରେ ତପସ୍ୱିନୀ ଧାରଣା ଦେଇଥିବା ସ୍ଥାନରେ ଶହ ଶହ ମହିଳା ଏକାଠି ହୋଇ ଘରର ପ୍ରବେଶ ଗ୍ରୀଲ୍‌ ତାଲା ଭାଙ୍ଗି ତପସ୍ୱିନୀଙ୍କୁ ଘର ଭିତରକୁ ତପସ୍ୱିନୀଙ୍କୁ ନେଇଥିଲେ । ହେଲେ ଘର ଭିତର କବାଟ ବନ୍ଦ ଥିବାରୁ ପ୍ରବେଶ କରି ପାରିନଥିଲେ ।

ସନ୍ଧ୍ୟାରୁ ଘଟଣାସ୍ଥଳରେ ପ୍ରବଳ ଜନ ଗହଳି ହୋଇଥିଲା । ଶହଶହ ମହିଳା ଏକାଠି ହୋଇଥିବା ବେଳେ ଯଥେଷ୍ଟ ସଂଖ୍ୟକ ମହିଳା ପୁଲିସ ନଥିବା ଲକ୍ଷ୍ୟ କରାଯାଇଥିଲା । ଜଣେ ମହିଳା ଏଏସ୍‌ଆଇ ଦୁଇଜଣ ମହିଳା କନେଷ୍ଟବଳ ଓ ଅନ୍ୟ ୪ ଜଣ ପୁଲିସ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ସୂଚନା ମିଳିଛି । ଏତେ ସଂଖ୍ୟାରେ ମହିଳା ଘର ଗ୍ରୀଲ୍‌ ଭାଙ୍ଗି ଭିତରେ ପଶିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।


ଧାରଣା ସ୍ଥଳରେ ବ୍ୟାପକ ଜନଗହଳି ଲାଗି ରହିଛି । ସୋମବାର ଆଇନଶୃଙ୍ଖଳା ଦୃଷ୍ଟିରୁ ବିଏନ୍‌ପୁର ଆଇଆଇସି ରାମ କୁମାର ମୁର୍ମୁ ଉପଜିଲ୍ଲାପାଳଙ୍କ ନିକଟରେ ବ୍ରହ୍ମାନଗରରେ ୧୪୪ ଜାରି କରିବାକୁ ଆବେଦନ କରିଥିଲେ । କାଲି ସକାଳେ ସୁମିତଙ୍କ ଘର ଆଗରେ ୧୪୪ ଧାରା ଜାରି କରାଯାଇଛି । ଏହା ସହ ମିଡ଼ିଆ ବାଲାଙ୍କୁ ମଧ୍ୟ ତପସ୍ୱିନୀ ଙ୍କ ପାଖକୁ ଯିବା ପାଇଁ ବାରଣ କରାଯାଇଛି ଏବଂ ମିଡ଼ିଆ ଵାଲା ଯେତେବେଳେ ପୋଲିସ କୁ ଏହା ଉପରେ ନେଇ ପ୍ରତିକ୍ରିୟା ଦେବାକୁ ସିଧା ମନା କରା ଦେଇଥିଲେ ତେବେ ବର୍ତ୍ତମାନ ସମସ୍ତେ ତପସ୍ୱିନୀ ନିଜ ଶାଶୂ ଘରକୁ ଯିବେ କିମ୍ବା ନାହିଁ ତାର ଅପେକ୍ଷା ରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *