ତପସ୍ଵିନୀ ପାଇଁ ଗେଟ ଭାଙ୍ଗି ଉପଦ୍ରବ ସୃଷ୍ଟି କରିଥିବା ମହିଳାଙ୍କ ବିରୋଧରେ ହାଇକୋର୍ଟ ଗଲେ ପ୍ରମୋଦ ସାହୁ, କହିଲେ କିଛି ଏମିତି…

ବନ୍ଧୁଗଣ ତପସ୍ଵିନୀ ନିଜ ଶଶୁର ଘରକୁ ଯିବା ପରେ ଶଶୁର ପ୍ରମୋଦ ସାହୁ ନିଜକୁ ଘରେ ଭିତରେ ଅସୁରକ୍ଷିତ ଅନୁଭବ କରି ସେହି ଦିନ ଘର ଛାଡି ଚାଲି ଆସିଥିଲେ ଓ ଏହି ଭିଡିଓ କରି ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ହାଇ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି ପ୍ରମୋଦ ସାହୁ । ବନ୍ଧୁଗଣ ଦ୍ଵାରସ୍ତ ହେବାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ଗତ ୨୦ ଡିସେମ୍ବର ୨୦୨୧ରେ ଯେଉଁ ଭଳି ଭାବରେ ମହିଳା ମାନେ ମିଶି ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ତପସ୍ଵିନୀ ଓ ପ୍ରମିଳା ତ୍ରିପାଠୀଙ୍କୁ ପୁରାଇ ଥିଲେ ଏହାର ପ୍ରତିବାଦରେ ଅଭିଯୋଗ କରି ପ୍ରମୋଦ ସାହୁ ଏଫଆଇଆର ମଧ୍ୟ ଦେଇଥିଲେ । ହେଲେ ତାଙ୍କ ଏଫଆଇଆରରେ କାର୍ଯ୍ୟନୁଷ୍ଠାନ ବହୁତ ବିଳମ୍ବରେ ଗ୍ରହଣ କରାଯାଇଥିଲା । ତେଣୁ ଏବେ ପ୍ରମୋଦ ସାହୁ ମାନ୍ୟବର ଓଡିଶା ହାଇ କୋର୍ଟଙ୍କ ଦ୍ଵାରସ୍ତ ହୋଇଛନ୍ତି ।

ବନ୍ଧୁଗଣ ଦୀର୍ଘ ଦୁଇ ମାସର ଧାରଣା ପରେ ତପସ୍ଵିନୀଙ୍କୁ ପ୍ରଥମେ ସ୍ଥାନୀୟ ମହିଳା ମାନେ ସମର୍ଥନ ଦେଇଥିଲେ ପରେ ଅନ୍ୟାନ୍ୟ ଲୋକମାନେ ଧାରଣା ସ୍ଥଳୀକୁ ଯାଇ ତପସ୍ଵିନୀଙ୍କ ସପୋର୍ଟରେ ଛିଡା ହୋଇଥିଲେ । ଅନେକ ଥର ଲୋକମାନେ ପ୍ରମୋଦଙ୍କୁ ଘର ଗେଟ ଖୋଲିବା ପାଇଁ ଚେତାବନୀ ଦେଇଥିଲେ କିନ୍ତୁ ପ୍ରମୋଦ ସାହୁ ନିଜ ଆଖି କାନ ବନ୍ଦ କରି ଘର ଭିତରେ ବସି ରହିଥିଲେ ।

ହେଲେ ଗତ ବର୍ଷ ଡିସେମ୍ବର ୨୦ ତାରିଖ ଦିନ ସ୍ଥାନୀୟ ମହିଳା ମାନଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ପାଖାପାଖି ୩୦ ରୁ ଅଧିକ ମହିଳା ଓ ତାଙ୍କ ସହଯୋଗୀ ମାନେ ରାତିରେ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ଧସେଇ ପଶି ଯାଇଥିଲେ ଏବଂ ତପସ୍ଵିନୀଙ୍କୁ ନେଇ ଆସିଥିଲେ । ଏହି ଘଟଣାଟି କ୍ୟାମେରା ବି କଏଦ ହୋଇଥିଲା ଯାହାର ଭିଡିଓ ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମହିଳା ମାନଙ୍କ ସମର୍ଥନକୁ ଦେଖି ତପସ୍ଵିନୀ ବହୁତ ଅଧିକ ଖୁସି ହୋଇଥିଲେ । ବନ୍ଧୁଗଣ ଆଜି ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି ଓ ସେ ବର୍ତ୍ତମାନ ନିଜ ଶଶୁର ଘରେ ଅଛନ୍ତି । କିନ୍ତୁ ତପସ୍ଵିନୀଙ୍କ ଶଶୁର ଏଥିପାଇଁ ଖୁସି ନାହାନ୍ତି । ପ୍ରଥମେ ସେ ତପସ୍ଵିନୀଙ୍କୁ ଉପର ଘରେ ରହିବାର ଅନୁମତି ଦେଇଥିଲେ ହେଲେ ପରେ କଣ ହେଲା ଯେ, ସେ ସେହି ଘରେ ରହିବାକୁ ମନା କରିଦେଇଥିଲେ । କିନ୍ତୁ କୋର୍ଟ ଆଦେଶ ଅନୁଯାଇ ତପସ୍ଵିନୀ ଘର ଭିତରେ ପଶିଥିଲେ । ବନ୍ଧୁଗଣ ବର୍ତ୍ତମାନ ପ୍ରମୋଦ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *