ହୁସିଆର, ଏମିତି ହୁଏ ଅନଲାଇନ ପେମେଣ୍ଟ ଠକେଇ ! ଦେଖନ୍ତୁ ଝିଅଟି ଦୋକାନୀକୁ ଅନଲାଇନ ପେମେଣ୍ଟରେ କେମିତି ଠକିଲା ଦେଖିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଛନ୍ତି । ବ୍ୟାଙ୍କରେ ଟଙ୍କା କାରବାର ହେଉ ବା ଜିନିଷ ପତ୍ର କିଣା କିଣି ସମସ୍ତ କାମ ଲୋକମାନେ ନିଜ ମୋବାଇଲ ଦ୍ଵାରା କରିପାରୁଛନ୍ତି । ଲୋକ ମାନେ ବର୍ତ୍ତମାନ ପର୍ସରେ ଟଙ୍କା ନରଖି କେତେକ ଅନଲାଇନ ପେମେଣ୍ଟ ଆପ୍ଲିକେସନର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଏହି ଅନଲାଇନ ପେମେଣ୍ଟ ଯେତେ ଭଲ ସେତିକି ମନ୍ଦ ମଧ୍ୟ ।

ମନ୍ଦ ହେବାର କାରଣ ହେଉଛି କେତେ ଦୁର୍ବୁତ୍ତ ମାନେ ଫେକ୍ ଅନଲାଇନ ପେମେଣ୍ଟ କରି ଲୋକ ମାନଙ୍କୁ ବକରା ବନେଇ ଦେଉଛନ୍ତି । ତେବେ ଏଭଳି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣାର ଭିଡିଓ ବିଷୟରେ । ଜଣେ ଝିଅ ଗୋଟିଏ ଦୋକାନରେ ତିନି ରୁ ଚାରି ଥର ଜିନିଷ କିଣିଛି ଓ ଝିଅଟି ଅନଲାଇନ ପେମେଣ୍ଟ କରିଛି ହେଲେ ଦୋକାନୀ ବାଲା ପାଖକୁ ଟଙ୍କା ଆସି ନାହିଁ । ତେଣୁ କିଛି ଯୁବକ ମହିଳାଙ୍କ ସତ୍ୟତା ଜାଣିବା ପାଇଁ ସେହି ଦୋକାନରେ ଏକ ଭିଡିଓ ରେକର୍ଡ କରିଛନ୍ତି ।

ଭିଡିଓରେ ମହିଳା ଜଣକ ଆସି ଜିନିଷ କିଣୁ ଛନ୍ତି ଓ ଅନଲାଇନ ପେମେଣ୍ଟ ମଧ୍ୟ କରୁଛନ୍ତି ହେଲେ ଦୋକାନୀ ବାଲା ପାଖକୁ ଟଙ୍କା ଆସୁ ନାହିଁ । ଏହା ପରେ ସେହି ଯୁବକ ଜଣକ ମହିଳାଙ୍କ ସାମ୍ନାକୁ ଯାଇ ତାଙ୍କ ସହ କାଥା ବାର୍ତ୍ତା କରୁଛନ୍ତି ଓ ଅନଲାଇନ ପେମେଣ୍ଟ ବିଷୟରେ ପଚାରୁ ଛନ୍ତି । ପ୍ରଥମେ ତ ମହିଳା ଜଣକ ସେହି ଜାଗାରୁ ଚମ୍ପଟ ମାରିବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ଯୁବକ ଜଣକ ଜବରଦସ୍ତି ମହିଳାଙ୍କୁ ଅଟକାଇ ସମସ୍ତ ସତ୍ୟତା ଜଣାଉଛନ୍ତି ।

ଅନଲାଇନ ପେମେଣ୍ଟ ପାଇଁ ମହିଳା ଜଣକ ଏକ ଫେକ୍ ଆପ୍ଲିକେସନର ବ୍ୟବହାର କରୁଥିଲେ ଯେଉଁଥିରେ କେବଳ ବ୍ୟକ୍ତିଙ୍କ ନାମ, ଯେକୌଣସି ମୋବାଇଲ ନମ୍ବର ଓ ସମୟର ବିକଳ୍ପ ପୂରଣ କରିବାକୁ ପଡେ । ଏହା ପରେ ଆପଣ ଯେତିକି ଟଙ୍କା ଆମାଉଣ୍ଟ ଲେଖିବେ ତାହା ସକ୍ସେସ ଦେଖେଇବ । ମହିଳା ଜଣକ ଧରା ପଡିବା ପରେ ପୋଲିସରେ କେସ ଦେବା କଥା ମଧ୍ୟ କହୁଛନ୍ତି ହେଲେ ଯୁବକ ଜଣକ ଅତି ଚତୁରତାର ସହ ଘଟଣାର ଭିଡିଓ ରେକର୍ଡ କରିଛନ୍ତି ଯାହାଫଳରେ ମହିଳାଙ୍କ ମୁହଁ ଚୁପ ହୋଇଯାଉଛି ।

ଏହା ପରେ ଝିଅକୁ ଯୁବକ ଜଣକ ଟଙ୍କା ଦେଇ ଇଜ୍ଜତରେ ଘରକୁ ଯିବା ପାଇଁ କହୁଛନ୍ତି ନଚେତ ସେ ପୋଲିସକୁ ଡାକିବେ ବୋଲି ଧମକ ଦେଉଛନ୍ତି ଯାହାଫଳରେ ଝିଅଟି ଟଙ୍କା ଦେଇ ସେହି ସ୍ଥାନରୁ ଚାଲି ଯାଉଛି । ତେଣୁ ବନ୍ଧୁଗଣ ଆପଣ ମାନେ ବି ଏଭଳି ଫ୍ରଡ ଅନଲାଇନ ପେମେଣ୍ଟ ଠାରୁ ସତର୍କ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *