ଗୀତ ଗାଇଲେ ଯାତ୍ରା ଟାଇଗର Daitari Panda, ଗୀତ ମାଧ୍ୟମରେ ସମାଜକୁ ଦେଲେ ଏମିତି ମେସେଜ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଦଇତାରି ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଦଇତାରି ଅନେକ ଗଣନାଟ୍ୟରେ ନିଜର ଦମଦାର ଖଳନାୟକର ଭୂମିକା ପଦର୍ଶନ କରି ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଦଇତାରିଙ୍କ ଅଭିନୟ ଓ ତାଙ୍କ ଡାଇଲାଗକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ଯାତ୍ରା ଜଗତରେ ଅଭିନୟ କରୁଥିବା ଦଇତାରି ପାଦନା ପ୍ରଥମ ଥର ପାଇଁ ଆଶା ଓ ଉଦୀପନା ନେଇ ଗୀତ ଗାଇବାକୁ ଆସିଛନ୍ତି । ନିଶ୍ଚିତ ରୂପେ ଏହା ହେଉଛି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ଦଇତାରି ପେଣ୍ଡାଲ ରୁ ଷ୍ଟୂଡିଓକୁ ଚାଲି ଆସିଛନ୍ତି । ଲୋକ ମାନଙ୍କୁ ଏକ ବାର୍ତ୍ତା ଦେବା ପାଇଁ ଦଇତାରି ଏକ ଗୀତ ଗାଇଛନ୍ତି । ଷ୍ଟୂଡିଓରେ ଥିବା ସମୟରେ ଦଇତାରି ପଣ୍ଡା ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଦଇତାରି ପଣ୍ଡାଙ୍କ ସେହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦଇତାରି ପଣ୍ଡା ସାକ୍ଷାତ୍କାରରେ କହିଛନ୍ତି-‘ମୋର ସମସ୍ତଙ୍କୁ ନମସ୍କାର ଓ ଜୟା ଜଗନ୍ନାଥ । କଳାକାର ଟିଏ ମଞ୍ଚ ହେଉ ବା ଷ୍ଟୂଡିଓ ହେଉ ତା ପାଇଁ କିଛି ଫରକ ନାହିଁ । କଳାକାର ମାନେ କେବଳ ସଂଳାପ କହିଲେ ଚଳେ ନାହିଁ ସେ ସଙ୍ଗୀତ ମଧ୍ୟ ବୋଲି ପାରେ’ ।

ଆଗକୁ ସେ କହିଛନ୍ତି-‘ତେଣୁ ଆଜି ଗୋଟେ ଇଛା ହେଲା ବିଭୁତି ସାର ଡାକିଲେ ଗୋଟେ ଗୀତ କରିବା ପାଇଁ । ଆମେ ପୂର୍ବରୁ ମଧ୍ୟ ଗୋଟେ କରିଥିଲୁ ହେଲେ ଏହି ଗୀତଟି ସମାଜ ପାଇଁ ଏକ ସଚେତନ ମୂଳକ ବାର୍ତ୍ତା ଦେବ । ମୁ ଯାତ୍ରା ଜଗତରେ ଯେତେବେଳେ ଖଳନାୟକ ଚରିତ୍ର କରେ ତାହା ଏକ ସମାଜର ଚରିତ୍ର ଏବଂ ସମାଜର ବିଭିନ୍ନ ଚରିତ୍ରକୁ ନେଇ ନାଟକ ସୃଷ୍ଟି ହୋଇଥାଏ । ତାହା ଭିତରୁ ମତେ ବଦମାସିଆ ଆଉ ଅଭଦ୍ର ଚରିତ୍ର ମିଳେ’ ।

ଆଗକୁ ସେ କହିଛନ୍ତି-‘ତେଣୁ ଟିକେ ଭଦ୍ରାମି ଦେଖାଇବା ପାଇଁ ମାନେ ଆମେ ଅଭଦ୍ର ନୁହେଁ ଆମେ ଭଦ୍ର ସେଥିପାଇଁ ମୁ ପଳେଇ ଆସିଛି’ । ବନ୍ଧୁଗଣ ସାକ୍ଷାତ୍କାର ଦେବା ବେଳେ ଦଇତାରି ନିଜର ସେହି ଗୀତଟିକୁ ମଧ୍ୟ ଗାଇଲେ । ବର୍ତ୍ତମାନ ଦଇତାରି ପଣ୍ଡା ନିଜର ଏହି ଆଲବମ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଖଳନାୟକ ଦଇତାରି ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *