ଆରମ୍ଭ ହେଲା Tapaswini ଙ୍କ ସଂଘର୍ଷର 2 ୟ ଅଧ୍ୟାୟ, ଆସିକା ଚିନିଶିଳ୍ପ ଡାକବଙ୍ଗଳା ଛାଡିବା ପରେ ଏବେ କେଉଁଠି ହେବ ତପସ୍ଵିନୀଙ୍କ ନୂଆ ଠିକଣା, ଦେଖନ୍ତୁ Video

କୋର୍ଟର ଆଦେଶ ପରେ ତପସ୍ଵିନୀ ଓ ସୁମିତ ଦୁଇ ଜଣ ଏକ ଗେଷ୍ଟହାଉସରେ ରହୁଥିଲେ । ଗେଷ୍ଟହାଉସରେ ରହିବା ପରେ ସୁମିତ ଓ ତପସ୍ଵିନୀ ଏକାଠି ରହିବେ ବୋଲି କୋର୍ଟ ଆଦେଶ ଦେଇ ଥିଲେ । କିନ୍ତୁ ପୁଣି ଥରେ ଦୁଇ ଜଣ ଅଲଗା ହୋଇଗଲେ ଅର୍ଥାତ ସୁମିତ ତପସ୍ଵିନୀଙ୍କୁ ଛାଡି କେଉଁଠାକୁ ଚାଲି ଯାଇଛନ୍ତି । ଯାହା ବିଷୟରେ କେହି ବି ଜାଣି ନାହାନ୍ତି । ଆଜି ସକାଳେ ତପସ୍ଵିନୀ ସେହି ଗେଷ୍ଟହାଉସ ଛାଡି ନିଜର ନୂଆ ଠିକଣା ଖୋଜିବାକୁ ବାହାରି ପଡିଛନ୍ତି ।

ସେ ଗେସ୍ଟହାଉସରୁ ଯିବା ସମୟରେ ସମସ୍ତଙ୍କୁ ହାତ ଯୋଡି ନମସ୍କାର କରି ଯାଉ ଥିଲେ । ଯେଉଁମାନେ ୭ ଦିନ ପର୍ଯ୍ୟନ୍ତ ତାଙ୍କର ସେବା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ବି କହୁଥିଲେ । ଆଜି ସେ ପୁଣି ଥରେ ବ୍ରହ୍ମପୁର ଫେରିଯିବେ । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ତପସ୍ଵିନୀ ନୂଆ ଠିକଣା କେଉଁଠି ହେବ ।

ଅନ୍ୟ ପଟେ ସୁମିତ ବର୍ତ୍ତମାନ ପର୍ଯ୍ୟନ୍ତ ଭଡାଘର ଖୋଜି ପାରି ନାହାନ୍ତି । ନିଜର ସ୍ୱାସ୍ଥ୍ୟ ସମସ୍ୟା ଅଛି ବୋଲି ଦର୍ଶାଇ କେଉଁଠି ଲୁଚି ବସିଛନ୍ତି ତାହା ବିଷୟରେ କେହି ବି ଜାଣି ନାହାନ୍ତି । ବର୍ତ୍ତମାନ କେବଳ ସୁମିତଙ୍କ କିଛି ଅଡିଓ କଳ ସାମ୍ନାକୁ ଆସୁଛି । ତପସ୍ଵିନୀ ବାପଘରକୁ ଯିବାକୁ ଚାହୁଁ ନାହାନ୍ତି । ସେ ଆଜି ବି ମୁଣ୍ଡରରେ ସିନ୍ଦୁର ନାଇ, ବେକରେ ମଙ୍ଗଲସୂତ୍ର ପିନ୍ଧି ସୁମିତ ହିଁ ତାଙ୍କର ସବୁକିଛି ବୋଲି କହୁଛନ୍ତି ।

ତପସ୍ଵିନୀ ସମସ୍ତଙ୍କ ସାମ୍ନାରେ ଏହା ବି ସ୍ପଷ୍ଟ କରି ଦେଇଛନ୍ତି କି ସେ କେବେ ବି ହରିବେ ନାହିଁ କି କେବେ ବି ଆତ୍ମହତ୍ୟା କରିବେ ନାହିଁ । ତପସ୍ଵିନୀଙ୍କ କହିବା ଅଟେ କି ଏ ସବୁ ହେଉଛି ଗୋଟିଏ କାପୁରୁଷର ଲକ୍ଷଣ । ତପସ୍ଵିନୀ କାପୁରୁଷ ନୁହନ୍ତି । ସେ ନିଜର ଲଢେଇ ଜାରି ରଖିବେ । ଏହା ମଧ୍ୟରେ ତପସ୍ଵିନୀଙ୍କ କାହାଣୀରେ ବହୁତ ମୋଢ ବି ଆସିସାରିଛି । ବର୍ତ୍ତମାନ ତପସ୍ଵିନୀଙ୍କ ବର୍ତ୍ତମାନ ଆଗକୁ କଣ କରିବେ ଏହାକୁ ନେଇ ସମସ୍ତେ ଚାହିଁ ବସିଛନ୍ତି ।

ବ୍ରହ୍ମାନନ୍ଦ ନଗରର ଲେନ ୨ ପୁଣି ଫେରି ପାରନ୍ତି କି ତପସ୍ଵିନୀ ? ଅନ୍ୟ ପଟେ କୋର୍ଟ କଣ ଆଦେଶ ଦେଉଛନ୍ତି ଏହା ଉପରେ ବି ସମସ୍ତଙ୍କର ନଜର ଅଛି । କହିବାକୁ ଗଲେ ଯେତେବେଳେ ସୁମିତ ତପସ୍ଵିନୀଙ୍କ ଉପରେ ଯେଉଁ ସବୁ ଅଭିଯୋଗ କରିଲେ, କିନ୍ତୁ ତପସ୍ଵିନୀ ଏହାକୁ ନ ଡରି ଯାଇ ଗୋଟି ଗୋଟି କରି ସବୁ ଅଭିଯୋଗର ଜବାବ ଦେଲେ । ଅନ୍ୟ ପଟେ ତପସ୍ଵିନୀଙ୍କ ମାମଲାରେ SDGM କୋର୍ଟ ଶୁଣାଣୀ କରିବେ । ତପସ୍ଵିନୀଙ୍କ କହିବା ଅଟେ କି SDGM କୋର୍ଟର ଜଜ ହିଁ ତାଙ୍କର ଭଗବାନ ।

Leave a Reply

Your email address will not be published. Required fields are marked *