ସାମ୍ବାଦିକଙ୍କ ପ୍ରଶ୍ନରେ ଗର୍ଜିଲେ Pramila ମାଉସୀ ? କହିଲେ କିଛି ଏମିତି…ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ତପସ୍ଵିନୀ ଆଜି ସରକାରୀ ଗେସ୍ଟହାଉସ ଛାଡି ଦେଇଛନ୍ତି । ଯାହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ଏହା ସହିତ ସବୁ ଚାରିଆଡେ ବର୍ତ୍ତମାନ ଏହି ଖବର ବିଷୟରେ ଚର୍ଚା ହେଉଛି । ସୁମିତ କାହିଁକି ତପସ୍ଵିନୀଙ୍କୁ ତାଙ୍କ ସହିତ ନେଲେ ନାହିଁ ଏହା ବର୍ତ୍ତମାନ ବହୁତ ବଡ ପ୍ରଶ୍ନ । କହିବାକୁ ଗଲେ କୋର୍ଟ ତପସ୍ଵିନୀ ଓ ସୁମିତଙ୍କୁ ଏକାଠି ରହିବା ପାଇଁ ଏକ ଗେସ୍ଟହାଉସ ଦେଇଥିଲେ । ଯାହାର କି ଅବଧି ଆଜି ସମାପ୍ତ ହୋଇ ଯାଇଛି ।

ଆଜି ଗେସ୍ଟହାଉସରୁ ତପସ୍ଵିନୀଙ୍କୁ ଯିବା ପାଇଁ କୁହାଯାଇଛି । ତପସ୍ଵିନୀ ବି ଆଜି ସକାଳୁ ସକାଳୁ ନିଜର ସମସ୍ତେ ବ୍ୟାଗ ଧରି ଏକ କାର ଦ୍ଵାରା ବ୍ରହ୍ମପୁର ଫେରି ଯାଇଛନ୍ତି । କିନ୍ତୁ କୋର୍ଟର ଆଦେଶ ଅନୁସାରେ ତପସ୍ଵିନୀ ସୁମିତଙ୍କ ସହ ଯିବା କଥା ଓ ଦୁଇ ଜଣ ଭଡା ଘରେ ରହି ନିଜର ନୂତନ ସଂସାର ଗଢିବେ । କିନ୍ତୁ ଏହା ମଧ୍ୟରେ ସୁମିତ କେଉଁଠିକୁ ଚାଲି ଯାଇଛନ୍ତି । ଯାହା ବିଷୟରେ କେହି ବି ଜାଣି ନାହାନ୍ତି ।

ବାଧ୍ୟ ହୋଇ ତପସ୍ଵିନୀ ନିଜେ ଏକୁଟିଆ ଆଜି ଗେସ୍ଟହାଉସରୁ ବାହାରି ବ୍ରହ୍ମପୁରକୁ ଚାଲି ଯାଇଛନ୍ତି । ସୁମିତ ତପସ୍ଵିନୀଙ୍କୁ ଏକୁଟିଆ ଛାଡି ଚାଲିଯିବାର ଅର୍ଥ ବହୁତ କିଛି ବାହାରୁଛି । ଯେମିତି କି ସୁମିତ ତପସ୍ଵିନୀଙ୍କ ସହ ରହିବାକୁ ଚାହୁଁ ନାହାନ୍ତି କିମ୍ବା ସେ ଅନ୍ୟ କୌଣସି ମାନସିକ ଚିନ୍ତାରେ ଅଛନ୍ତି । କିନ୍ତୁ ସୂଚନା ଅନୁସାରେ କୁହାଯାଉଛି କି ସୁମିତ ସ୍ୱାସ୍ଥ୍ୟ ଗତ ସମସ୍ୟା କାରଣ ଦର୍ଶାଇ କେଉଁଠାରେ ଲୁଚି ଅଛନ୍ତି ।

ଅନ୍ୟ ପଟେ ଆଜି ପୁଣି ଥରେ SDGM କୋର୍ଟ ଏହି ମାମଲାରେ ଶୁଣାଣୀ କରିଛନ୍ତି । ଶୁଣାଣୀ ପରେ ଯେତେବେଳେ ତପସ୍ଵିନୀ ଓ ପ୍ରମିଳା ମାଉସୀ ବାହାରକୁ ଆସିଲେ ତେବେ ତାଙ୍କୁ କିଛି ମିଡିଆ କାରାମି ପ୍ରଶ୍ନ କରିଲେ । ଯାହାର ଉତ୍ତର ବି ଦେଲେ ତପସ୍ଵିନୀ । କିନ୍ତୁ ଏହାରି ମଧ୍ୟରେ ପ୍ରମିଳା ମିଡିଆ କର୍ମୀଙ୍କ ଉପରେ ରାଗି ଗଲେ ।

କହିବାକୁ ଗଲେ କିଛି ମିଡିଆ କର୍ମୀ ତାଙ୍କୁ ଗେସ୍ଟହାଉସକୁ ନେଇ ପ୍ରଶ୍ନ କରିଲେ ଯାହା ଉପରେ ରାଗି ଯାଇ ପ୍ରମିଳା ମାଉସୀ କହିଲେ କି ତାଙ୍କୁ ଗେସ୍ଟହାଉସରୁ କାଢି ଦେଲେ, ସେ କୋର୍ଟକୁ ଆସିଛି, କୋର୍ଟକୁ ଆସିବନି ଆଉ କେଉଁଠିକୁ ଯିବ । ସେ ନ୍ୟାୟ ପାଇଁ ଆସିଛି, ତାକୁ ନ୍ୟାୟ ନିଶ୍ଚିତ ମିଳିବ । ସେ ତା ଶଶୁର ଘରକୁ ଯିବ । ଅନ୍ୟ ପଟେ ତପସ୍ଵିନୀନାକ କହିବା ଅଟେ କି କୋର୍ଟ ଉପରେ ତାଙ୍କର ବିଶ୍ଵାସ ଅଛି ତାଙ୍କୁ ନିଶ୍ଚିତ ରୂପରେ ନ୍ୟାୟ ମିଳିବ ।

Leave a Reply

Your email address will not be published. Required fields are marked *