‘ଯଦି ତପସ୍ୱିନୀଙ୍କୁ ଶ୍ୱଶୁର ଘରଲୋକ ଟର୍ଚର କରୁଥିଲେ, ତେବେ ସେ’ ଦେଖନ୍ତୁ Tapaswini ଙ୍କ ବିଷୟରେ କଣ କହିଲେ Sumit ଙ୍କ ଓକିଲ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ତପସ୍ଵିନୀ ଓ ସୁମିତ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି । ବନ୍ଧୁଗଣ ଆଜି ଏହି ମାମଲାର ଶୁଣାଣି ଜିଲ୍ଲା କୋର୍ଟରେ ହେବାର ଥିଲା ତେବେ ଉଭୟ ପକ୍ଷଙ୍କ ତରଫରୁ ସବାଲ ଜବାବ ହୋଇଥିଲା ।

ମାନ୍ୟବର କୋର୍ଟ ସବୁ କଥାକୁ ଦ୍ରୁଷ୍ଟିରେ ରଖି ଆସୁଥିବା ଜାନୁୟାରୀ ୪ ତାରିଖରେ ଶୁଣାଣି ରଖିଛନ୍ତି । ତେବେ ଗତ କିଛି ସମୟ ତଳେ ତପସ୍ଵିନୀଙ୍କ ଓକିଲ କୋର୍ଟ ଶୁଣାଣି ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ହେଲେ ଏବେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସୁମିତଙ୍କ ଓକିଲ କହିଛନ୍ତି-‘ଆପଣ ମାନେ ସମସ୍ତେ ତ ଜାଣି ଥିବେ ଯେ ତପସ୍ଵିନୀ ନିଜ ଶାଶୁ ଘର ବିରୋଧରେ ନିର୍ଯାତନା କେସ କରିଥିଲେ । ସେ ଆଜି ଅପିଲ କରିଥିଲେ ତାଙ୍କର କିଛି ପିଟିସନ ତଳ କୋର୍ଟ ଅଣଦେଖା କରିଥିଲେ ଏବଂ ଆମେ ମଧ୍ୟ ତଳ କୋର୍ଟ ଅର୍ଡରକୁ ଚ୍ୟାଲେଞ୍ଜ କରି ପିଟିସନ ଫାଇଲ କରିଥିଲୁ ଆଜି ତାର ଶୁଣାଣି ହୋଇଛି । ତେବେ ଆମେ ଦର୍ଶାଇଛୁ ଯେ ଏହି ନିର୍ଯାତନା କେସ କରିବା ପୂର୍ବରୁ ତପସ୍ଵିନୀ ସୁମିତ ଏବଂ ତାର ପରିବାର ବିରୋଧରେ ଗତ ଏପ୍ରିଲ ମାସରେ ୪୯୮ କେସ କରିଥିଲେ’ ।

 

-ଆଗକୁ ଓକିଲ କହିଛନ୍ତି-‘ସେମିତି ସେପ୍ଟେମ୍ବର ୨୦୨୧ରେ ସୁମିତ ଗୋଟେ ଡିଭୋର୍ସ କେସ ଫାଇଲ କରିଥିଲେ । ତେବେ ନିର୍ଯାତନା କେସର ବହୁତ ପୂର୍ବରୁ ଯେହେତୁ ତପସ୍ଵିନୀ ନିଜ ଶାଶୁ ଘର ଛାଡି ପଳାଇ ଥିଲେ ତେବେ ବର୍ତ୍ତମାନ ସେ ଯେଉଁ ଭଡା ଘର କଥା ଦାବି କରୁଛନ୍ତି ଆମେ ତାକୁ ଜଷ୍ଟିଫାଏ ନୁହେଁ ବୋଲି ଦର୍ଶାଇ ଥିଲୁ । ଏହା ସହିତ ଆମେ ଦର୍ଶାଇ ଥିଲୁ ଯେ ତପସ୍ଵିନୀ ନିଜ ଶାଶୁ ଘରେ ଶାନ୍ତି ପୂର୍ଣ୍ଣ ଭାବରେ ରହିବାକୁ ଚାହୁଁ ନାହିଁ’ ।

ଆଗକୁ ସେ କହିଛନ୍ତି-‘ଯଦି ସେ ଚାହୁଁ ଥାନ୍ତେ ତା ହେଲେ ସେ ଗତ କିଛି ଦିନ ତଳେ ସ୍ଥାନୀୟ ମହିଳା ମାନଙ୍କ ସହ ସୁମିତଙ୍କ ଘର ଗେଟ ଭାଙ୍ଗି ପଶି ନଥାନ୍ତେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *