Cuttack ପରେ ଏବେ Puri ରେ ଗୁଡି ସୂତା କାଟିଲା ବେକ, ଅସୁସ୍ଥ ପୁଅ ପାଇଁ ବଡଦାଣ୍ଡକୁ ଆସିଥିଲେ ଔଷଧ କିଣିବାକୁ, ହେଲେ ହଠାତ…

ନମସ୍କାର ବନ୍ଧୁଗଣ ତେବେ କଟକ ପରେ ପୁରୀରେ ଗୁଡ଼ି ସୂତାରେ ଜଣଙ୍କ ବେକ କଟି ଯାଇଥିବା ଖବର ସାମ୍ନାକୁ ଆସିଛି। ଉକ୍ତ ବ୍ୟକ୍ତିଙ୍କୁ  ସଙ୍କଟାପନ୍ନ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ପୁଅ ପାଇଁ ବଡଦାଣ୍ଡକୁ ଔଷଧ କିଣିବାକୁ ଆସିଥିବା ବେଳେ ବାପାଙ୍କ ସହ ଘଟିଥିଲା ଏହି ଅଘଟଣ ।ଉକ୍ତ ବ୍ୟକ୍ତିଙ୍କ ନାମ  କୁଣ୍ଢାଇବେଂଟ ସାହିର ଭଂଜବିହାରୀ ପାତ୍ର ବୋଲି ଜଣାପଡ଼ିଛି । ଡାକ୍ତରଖାନା ଛକ ସ୍ଥିତ ମାଳିଯାଗା ନିକଟରେ ଏହି ଅଘଟଣ ଘଟିଥିଲା ।


ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ରବିବାର ଅପରାହ୍ନରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ିର ମାଞ୍ଜାସୂତାରେ ବେକ କଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତେବେ ସାଙ୍ଗରେ ଯାଉଥିବା ତାଙ୍କର ପତ୍ନୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

ଗୁଡ଼ି ସୂତାକୁ ନେଇ କଟକରେ ଆତଙ୍କ ସୃଷ୍ଟି ହୋଇଛି । ରାଜମିସ୍ତ୍ରୀ ଓ ସେଣ୍ଟ୍ରିଂ ମିସ୍ତ୍ରୀ କାମ କରୁଥିବା ଭୟରପୁରର ଜୟନ୍ତ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବାଇକ୍‌ରେ ପତ୍ନୀଙ୍କୁ ନେଇ କଟକର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତେବେ ପୀରବଜ଼ାରର ପରିବର୍ତ୍ତନ ଡ୍ରେସ୍‌ ଦୋକାନ ସମ୍ମୁଖ ରାସ୍ତାରେ ଏକ ଗୁଡ଼ିର ମାଞ୍ଜାସୂତା ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା ।


ସୂତାଟି ଅତି ଶକ୍ତ ଓ ଧାରୁଆ ଥିବାରୁ ସେଥିରେ ଜୟନ୍ତଙ୍କ ବେକ କଟିଯାଇଥିଲା। ଏହା ଏତେ  ତୀବ୍ର ଗତିରେ ଏହା ହୋଇଥିଲା ଯେ ଜୟନ୍ତ ଭାରସାମ୍ୟ ହରାଇଥିଲେ ଓ ସ୍ବାମୀ-ସ୍ତ୍ରୀ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଉଦ୍ଧାର କରି ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


ତେବେ ଖବର ପାଇ ଜଗତପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ୍‌କୁ ପଠାଇବା ସହ ମୃତକଙ୍କ ପରିବାରର ଅଭିଯୋଗ ପରେ ଗୁଡ଼ି ଉଡ଼ାଉଥିବା ଯୁବକଙ୍କୁ ଖୋଜାଖୋଜି କରିଛି । ଦୁର୍ଘଟଣା ଘଟାଇଥିବା‌ ଗୁଡ଼ିର ମାଞ୍ଜାସୂତାକୁ ପୁଲିସ ଜବତ କରିବା‌ ସହ ପୀରବଜାର ଖ୍ବାଜାନଗର ଅଞ୍ଚଳର ଜଣେ ନାବାଳକକୁ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *