ଆଜି ମୃତ୍ୟୁ ବି କାନ୍ଦିଥିବ ! ମା’ର ଶବ ପାଖରେ 2 ଦିନ ହେବ ବସି ରହିଛି କୁନି ଝିଅ, ଆଉ କହୁଛି ମା’ ଉଠୁ ଭୋକ ଲାଗୁଛି…Video ଦେହିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ତେବେ  ମୋ ମା କୁ ଜ୍ୱର ହୋଇଛି ୨ ଦିନ ହେଲାଣି ସେ ଶୋଇଛି ଡାକିଲାଠୁ ଶୁଣୁ ନାହାନ୍ତି । କିଛିବି କହୁ ନାହାନ୍ତି । ତେବେ ଏଭଳି କିଛି କହିଛି ୫ ବର୍ଷର ଝିଅ । ହେଲେ ସେ ଜାଣିନଥିଲେ ତାଙ୍କ ମା ଆଉ ଏହି ଦୁନିଆରେ ନାହାନ୍ତି । ସବୁଦିନ ପାଇଁ ତାଙ୍କ ମା ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ପ୍ରାୟ ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ । ମା ଶୋଇଛି ଭାବି କୁନି ଝିଅଟି ବି ମା ପାଖରେ ଖାଉଥିଲେ ଶୋଉଥିଲେ ।


ଏମିତି ଏକ ହୃଦୟବିଦାରକ ଦୃଶ୍ୟ ବଲାଙ୍ଗିର ଜିଲ୍ଲା ସାଗରପଡ଼ା ଶିବମନ୍ଦିର ନିକଟରେ ଦେଖିବାକୁ ମିଳିଛି । ତେବେ ଆଜି ସକାଳେ କୁନି ଝିଅଟି ମା’ର ପାଟିରୁ ପୋକ ବାହରୁଥିବା ପଡ଼ୋଶୀଙ୍କୁ କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜଣାପଡ଼ିଥିଲା ମହିଳାଙ୍କ ମୃତ୍ୟୁ ହୋଇସାରିଛି । ଏହାପରେ ପୋଲିସ୍‌କୁ ଖବର ଦିଆଯାଇଥିଲା ।

ମହିଳାଙ୍କର କେମିତି ମୃତ୍ୟୁ ହେଲା, ସେନେଇ କିଛି ଜଣାପଡ଼ିନି । ୨ ଦିନ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କିଛି ଦିନ ଧରି ମହିଳା ଜଣକ ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଛି । ତେବେ ମହିଳାଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ ମା’ଝିଅ ପ୍ରାୟ ଦେଢ଼ ବର୍ଷ ତଳେ ଏଠାକୁ ଆସିଥିଲେ । ତାଙ୍କର କେହି ନାହାନ୍ତି ବୋଲି ମହିଳା ଜଣଙ୍କ କହିଥିଲେ । ତାଙ୍କର ଘରଦ୍ୱାର କିଛି ନଥିଲା ।

ଆମର ଏଠି ଖାଲି ଘରଟେ ଥିଲା । ଏଣୁ ଆମେ ତାକୁ ଏଠି ଆଶ୍ରୟ ଦେଇଥିଲୁ । ସେ ଏଠି ରହୁଥିଲେ । ବେଳେ ବେଳେ ତାଙ୍କର ଦେହ ଖରାପ ହେଉଥିଲା । ତେବେ ସୂଚନାଯୋଗ୍ୟ ଯେ ସାଗରପଡା ଶିବମନ୍ଦିର ନିକଟ ଏକ ଘରେ ଭଡ଼ାରେ ଝିଅ ସହ ରହୁଥିଲେ ୩୫ ବର୍ଷିୟା କୁନି ନାଏକ । ପର ଘରେ ବାସନ ମାଜୁଥିବାରୁ ବାପ ଘର ଓ ଶାଶୁଘର ଲୋକେ ପାଖ ପୁରାଇ ଦେଉନଥିଲେ ।


ସ୍ୱାମୀ ଆରପାରିକୁ ଚାଲିଯିବା ପରଠୁ ଏହି ଛୋଟ ଛୁଆକୁ ଧରି ବେସାହାରା ଅବସ୍ଥାରେ ପଡ଼ି ରହିଥିଲେ ଭଡ଼ାଘରେ । ତେବେ ୩ଦିନ ତଳେ ରୋଗାକ୍ରାନ୍ତ ଅବସ୍ଥାରେ ପଡ଼ିରହିଲେ ଯେ, ଆଉ ଉଠିଲେନି ବିଛଣାରୁ । କେତେବେଳେ କିଏ କେମିତି କୁନି କୁଆଡ଼େ ଗଲା ବୋଲି ପଚାରିଲେ ଟିକି ଝିଅଟି କହୁଥିଲା ମାଆ ଶୋଇପଡ଼ିଛି । ଲୋକେ ବି ବିଶ୍ୱାସ କରିନେଉଥିଲେ, ଛୁଆକୁ ଖାଇବାକୁ ଦେଉଥିଲେ ।

ହେଲେ ଆଜି ସକାଳୁ ମାଆ ପାଟିରେ ପୋକ ବାହାରୁଥିବା ଦେଖି ଲୋକଙ୍କୁ ଜଣାଇଥିଲା କୁନିଝିଅ । ଲୋକେ ଆସି ଦେଖିଲା ବେଳକୁ ତା’ମାଆର ମୃତ୍ୟୁ ହୋଇସାରିଛିଖବରପାଇ ପୋଲିସ୍‌ ଓ ସିଡବ୍ଲ୍ୟୁସି କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୫ ବର୍ଷର ଏହି କୁନି ଝିଅଟିକୁ ସିଡବ୍ଲ୍ୟୁସି ପ୍ରଡ୍ୟୁସ୍‌ କରାଯାଇ ଆଶ୍ରୟ ଦିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷେ, କେଉଁଭଳି ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି । ତେବେ ଏଭଳି ଏକ ଦୟନୀୟ ଘଟଣା ସମସ୍ତଙ୍କୁ ଭାବ ବିହ୍ଵଳିତ କରି ଦେଇଛି ଏବଂ ଅଭାବ ଅନଟନ ସହ ଲଢ଼େଇ କରୁ କରୁ ଜୀବନ ହରାଇଥିବା କୁନି ଏବଂ ଅନାଥ ପାଲଟିଯାଇଥିବା କୁନିଝିଅର ଏହି କରୁଣ କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ତେବେ ଆପଣ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *