ଜିଲ୍ଲା କୋର୍ଟଙ୍କ ନିସ୍ପତ୍ତି ପରେ Tapaswini ଙ୍କ ଗୃହ ପ୍ରବେଶ ଆରମ୍ଭ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦୀର୍ଘ ଦିନ ର ବିବାଦ ପରେ ବର୍ତ୍ତମାନ ଅନ୍ତିମ ଶୁଣାଣି ରେ ବିଜୟ ହାସଲ କରିଛନ୍ତି ତପସ୍ୱିନୀ । ଶେଷରେ ମିଳିବ ତପସ୍ୱିନୀ ଙ୍କୁ ନ୍ୟାୟ । ତେବେ ବର୍ତ୍ତମାନ କୋର୍ଟ ର ନିର୍ଦେଶ ଅନୁସାରେ ସ୍ୱାମୀ ସୁମିତ ଙ୍କ ସହିତ ଘରେ ରହିବେ ତପସ୍ୱିନୀ । ସ୍ୱାମୀ ଙ୍କ ଘରେ ଏକାଠି ରହିବାକୁ ଗଞ୍ଜାମ ଜିଲ୍ଲା ଜୋରାଦଶ ରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଆସିଛି । ଏହା ପରେ ଗୃହ ପ୍ରବେଶ କୁ ନେଇ ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସୁମିତ ଙ୍କ ବ୍ରହ୍ମାନଗର ଘରେ ଏବେ ରହିବେ ତପସ୍ୱିନୀ ।

ତେବେ ଗୃହ ପ୍ରବେଶ କୁ ନେଇ ଯେଉଁ ଟିମ୍ ଅଛନ୍ତି ତଥା ପୋଲିସ ପ୍ରଶାସନିକ ଅଧିକାରୀ ମାନେ ଭିତରେ ଅଛନ୍ତି । ଅର୍ଥାତ ସୁମିତ ଙ୍କ ବାପା ଙ୍କୁ ସେମାନେ ଡାକିଥିଲେ । କବାଟ ନକ୍ କରି ଡାକ୍ତର ସୁମିତ ଙ୍କ ବାପା ଙ୍କୁ ଡକା ଯାଇଥିଲା । ସେ ଆସିବା ପରେ ତାଙ୍କ ସହିତ ଆଲୋଚନା କରିଥିଲେ । କେଉଁଠାରେ ରହିବେ ତପସ୍ୱିନୀ ସେହି ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

ତେବେ ଏହି ସମ୍ବନ୍ଧରେ ଯେତେବେଳେ ସ୍ୱୟଂ ତପସ୍ୱିନୀ ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ପୂର୍ବ ରୁ ସେ ନିଜ ସ୍ୱାମୀ ସୁମିତ ଙ୍କ ରୁମ୍ ରେ ରହୁଥିଲେ ଏବଂ ବର୍ତ୍ତମାନ ବି ସେ ତାଙ୍କ ସ୍ୱାମୀ ଙ୍କ ରୁମ୍ ରେ ହି ରହିବେ । ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଅଛନ୍ତି ଏବଂ ତହସିଲଦାର ଙ୍କ ଉପସ୍ଥିତି ରେ ତପସ୍ୱିନୀ ଙ୍କ ଗୃହ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମ୍ବନ୍ଧରେ ତପସ୍ୱିନୀ ଙ୍କ ଓକିଲ ଏହା ମନ୍ତବ୍ୟ ଦେଇଛନ୍ତି ଯେ, ଘରର ଅନ୍ୟ କୌଣସି ରୁମ୍ ରେ ନୁହେଁ ବରଂ ତପସ୍ୱିନୀ ସୁମିତ ଙ୍କ ରୁମ୍ ରେ ହି ରହିବେ ।

ଯେହେତୁ ସେ ସୁମିତ ଙ୍କୁ ବିବାହ କରି ଆସିଥିଲେ ତେଣୁ ତାଙ୍କ ସହିତ ରହିବାର ତପସ୍ୱିନୀ ଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି । ତେବେ ବର୍ତ୍ତମାନ ଏହି ସ୍ଥିତି ଉତ୍ସ ଭାବରେ ଏହା ବୟାନ କରୁଛି ଯେ, ତପସ୍ୱିନୀ ନିଜ ଶାଶୂଘରେ ରହିବେ ଏବଂ ପୋଲିସ ଙ୍କ ଉପସ୍ଥିତି ରେ ସେ ନିଜ ଶାଶୂଘରେ ପ୍ରବେଶ କରିବେ । ବର୍ତ୍ତମାନ ସୁମିତ ଙ୍କ ଓକିଲ ଙ୍କ ତରଫ ରୁ ଏହା ଶୁଣିବାକୁ ମିଳୁଛି ଯେ, ସେମାନେ ଏହି ରାୟ ବିରୁଦ୍ଧରେ ହାଇକୋର୍ଟରେ ଆପିଲ କରିବେ ।

ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ତାଙ୍କୁ କେଉଁ ପ୍ରକାର ନ୍ୟାୟ ମିଳିବ ତାହା ଏକ ଭିନ୍ନ ପ୍ରସଙ୍ଗ ଅଟେ । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ର ଏହି ଅପେକ୍ଷା ରହିଛି ଯେ, ତପସ୍ୱିନୀ କେତେବେଳେ ନିଜ ଶାଶୂଘରେ ଗୃହ ପ୍ରବେଶ କରିବେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *