Sumit-Tapaswini ବିବାହ ବିବାଦ ! କୋର୍ଟ ର ରାୟ ଆସିବା ପରେ Tapaswini ଙ୍କ ଖୁସିର ସୀମା ନାହିଁ, ମିଡିଆ ଆଗରେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କିଛିଦିନ ହେବ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁର ଘର ଆଗରେ ଆସି ଧାରଣା ଦେଇଥିଲେ ।

ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା । ଉଭୟଙ୍କ ଭିତରେ ଦେଖାଦେଇଥିବା ତିକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । ୪ ତାରିଖ ଅର୍ଥାତ ଆଜି ତାଙ୍କ କେସ ର ଶୁଣାଣି ଥିଲା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ତେବେ ଆଜି ଉଭୟ ଙ୍କ କେସ ର ଶୁଣାଣି ଥିଲା । ଯେଉଁଥିରେ ତପସ୍ୱିନୀ ବିଜୟ ଲାଭ କରିଛନ୍ତି ଏବଂ ନ୍ୟାୟ ପାଇଛନ୍ତି । ତେବେ ଏହି ସମ୍ବନ୍ଧରେ ମିଡିଆ ଯେତେବେଳେ ତପସ୍ୱିନୀ ଙ୍କୁ ପଚାରି ଥିଲା ଯେ, ବର୍ତ୍ତମାନ କେସ ରେ ଜିତିବା ପରେ ମାତ୍ର କିଛି ସମୟ ପରେ ସେ ନିଜ ଶାଶୂଘରେ ରହିବେ । ତେବେ ଏହି ସମ୍ବନ୍ଧରେ ସେ କଣ କହିବାକୁ ଚାହାନ୍ତି ।

ଏହାର ଉତ୍ତର ରେ ତପସ୍ୱିନୀ କହିଥିଲେ ଯେ, ଯେଉଁଠି ତାଙ୍କୁ ପ୍ରଥମେ ଆଣି ରଖା ଯାଇଥିଲା ଅର୍ଥାତ ତାଙ୍କ ସ୍ବାମୀ ଙ୍କ ବେଡ଼ରୁମ୍ ରେ ହିଁ ସେ ରହିବେ । ବର୍ତ୍ତମାନ ତାଙ୍କର ରହିବାର ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ପ୍ରୋସେସ ଚାଲିଛି । ତେବେ ତପସ୍ୱିନୀ ଙ୍କ ବିଜୟ ଲାଭ ପରେ ସମଗ୍ର ନାରୀ ଜାତି ର ବିଜୟ ହୋଇଛି ଏବଂ ସତ୍ୟ ର ଜୟ ହୋଇଛି ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସମସ୍ତ ଓଡ଼ିଶା ବାସୀ ତପସ୍ୱିନୀ ଙ୍କ ବିଜୟ ହାସଲ ନିମନ୍ତେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *