Sumit ଙ୍କ ବେଡରୁମ ରେ Tapaswini ରହିବାକୁ ନେଇ ଶ୍ଵଶୁର-ବୋହୁଙ୍କ ମଧ୍ୟରେ ତୁ..ତୁ..ମେ..ମେ..ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ବିବାଦ ସୁମିତ-ତପସ୍ୱିନୀ ଥମିବାର ନାମ ନେଉ ନାହିଁ । କୋର୍ଟଙ୍କ ରାୟ ପରେ ବି ସମୁତିଙ୍କ ଘରକୁ ଯାଇ ନାହାନ୍ତି ତପସ୍ୱିନୀ । ରହିବା ଘରକୁ ନେଇ ବିବାଦ ଦେଖାଦେଇଛି । ଦୁଇ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ହେଲେ ସୁମିତଙ୍କ ଘର ଲୋକେ ଉପର ଘରେ ରହିବାକୁ କହୁଛନ୍ତି । ଉପରେ ଘରେ କେହି ରହୁଥିବାରୁ ଘର ସଫା ହୋଇନାହିଁ ।

ତେବେ  ଉପର ଘରେ ରହିବାକୁ ରାଜି ନାହାନ୍ତି ତପସ୍ୱିନୀ । ତେଣୁ ଗତକାଲି ରାତିରେ ସେ ପୂର୍ବ ପରି ଘର ଗ୍ୟାରେଜରେ ରହିଥିଲେ । ଅନ୍ୟପଟେ ଜିଲ୍ଲା ଜଜଙ୍କ ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଅପିଲ କରାଯିବ ବୋଲି ସୁମିତଙ୍କ ଓକିଲ କହିଛନ୍ତି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିଲେ କୋର୍ଟ । ତପସ୍ୱିନୀ ଶାଶୁ ଘରେ ରହିବା ସହ ତାଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡାକ୍ତର ସୁମିତ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ କହିଛନ୍ତି କୋର୍ଟ ।

ତେବେ ଗତକାଲି ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ବିନୀ ଦାଶଙ୍କ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ । ସେ ଶ୍ବଶୁର ଘରେ ରହ‌ିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତପସ୍ବିନୀଙ୍କ ଦ୍ବାରା ରୁଜୁ ‌କରାଯାଇଥିବା ଏକ ଅପିଲ୍‌ର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଆଇନ ଅନୁସାରେ ତପସ୍ବିନୀ ହେଉଛନ୍ତି ଡା.ସୁମିତ ସାହୁଙ୍କ ପତ୍ନୀ ।

ଏଣୁ ତପସ୍ବିନୀ ଶ୍ବଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍‌ ତାଙ୍କ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ତେବେ ତପସ୍ୱିନୀ କେଉଁଠି ରହିବେ କେମିତି ରହିବେ ସେ ନେଇ ଡାକ୍ତର ପ୍ରମୋଦ ଅର୍ଥାତ ସୁମିତ ଙ୍କ ବାପା ଙ୍କୁ ପଚରା ଯାଇଥିଲା ତେବେ ସେ କହିଥିଲେ କି ସେ କୋର୍ଟର ନିର୍ଦେଶ କୁ ସମ୍ମାନ ଦେଉଛନ୍ତି ଏବଂ ତାଙ୍କ ଆଦେଶ କୁ ପାଳନ କରିବେ କିନ୍ତୁ କୋର୍ଟ ବେଡ଼ ରେ ରହିବା କଥା କିଛି କହି ନାହାନ୍ତି ।

ତେଣୁ ପୋଲିସ ଅଧିକାରୀ ମାନେ ଏବଂ ମାଡାମ ଘରକୁ ଭଲ ଭାବରେ ଦେଖିବେ ଏବଂ ପରେ ନିଷ୍ପତ୍ତି ନିଆଯିବ । ତେବେ ତପସ୍ୱିନୀ ଙ୍କ କହିବା କଥା ମୁଁ ମୋ ସ୍ୱାମୀ ଙ୍କ ବେଡ଼ରୁମ ରେ ତଳେ ହିଁ ରହିବି । ତେବେ ବର୍ତ୍ତମାନ ସେ ପୂର୍ବଭଳି ଗ୍ୟାରେଜ ଘରେ ରହୁଛନ୍ତି ତେବେ ଏହି ବର୍ତ୍ତମାନ ଦେଖିବାର ଅଛି ଏହି ବିବାଦ କେତେ ଦୂର ଯିବ । ତେବେ ଏହା ଉପରେ ଆପଣ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *