Tapaswini ଙ୍କ ଗୃହ ପ୍ରବେଶ ଆଗରୁ ଏମିତି ହେଇଥିଲା ଓକିଲ ମାନଙ୍କ ମଧ୍ୟରେ ଜବରଦସ୍ତ ଯୁକ୍ତିତର୍କ, ଉପୁଜିଥିଲା ଗରମା ଗର୍ମୀ ପରିସ୍ଥିତି, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ଗତ କାଲି ଏକ ବଡ ଟ୍ଵିଷ୍ଟ ସାମ୍ନାକୁ ଆସିଥିଲା । କୋର୍ଟ ରାୟ ଦେବା ପରେ ସବୁ କିଛି ଠିକ ଥିଲା । କୋର୍ଟ ରାୟ ଦେଇଥିଲେ ତପସ୍ଵିନୀ ନିଜ ଶଶୁର ଘରେ ରହିବେ । ଏହା ପରେ ଶଶୁର ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଉପର ଘରେ ରହିବା ପାଇଁ କହିଥିଲେ ଯାହା ଆଗରୁ ହଷ୍ଟେଲ ଥିଲା । ହେଲେ ତପସ୍ଵିନୀଙ୍କର ଇଛା ଥିଲା ସେ ତାଙ୍କ ସ୍ଵାମୀଙ୍କ ବେଡରୁମରେ ରହିବେ ।

ବନ୍ଧୁଗଣ ଉପର ଘରଟି ଅସଜଡା ହୋଇ ରହିଥିଲା ଓ ମଣିଷ ରହିବା ପାଇଁ ସେହି ଘରଟି ଉପଯୋଗୀ ନଥିଲା । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ତେବେ  ତପସ୍ଵିନୀ ଏହି ପ୍ରସଙ୍ଗକୁ ନେଇ କୋର୍ଟ ଦ୍ଵାରସ୍ତ ଦେବେ ବୋଲି କହିଥିଲେ ଏହା ଜାଣିବା ମାତ୍ରେ ଅତି ଚତୁରତାର ସହ ପ୍ରମୋଦ ସାହୁ ଗତ କାଲି ଘର କାମ ଆରମ୍ଭ କରିଥିଲେ ।

ସେ କିଛି ମୁଲିଆ ମାନଙ୍କୁ ଡକାଇ ଘର ସଫା କରେଇଥିଲେ । ଘର ସଫା ହେବା ପରେ ତପସ୍ଵିନୀ କାଲି ସକାଳେ ସେହି ଘର ଯାଇ ଦେଖିଥିଲେ ଓ ଘରେ ଆଉ ସବୁ କଣ ତ୍ରୁଟି ରହିଛି ତାହା ବିଷୟରେ ମଧ୍ୟ କହିଥିଲେ । ବନ୍ଧୁଗଣ ଏହା ପରେ ପ୍ରମୋଦ ସାହୁ ତପସ୍ଵିନୀଙ୍କ ସମସ୍ତ ଡିମାଣ୍ଡ ପୂରଣ କରିବା ଆରମ୍ଭ କରିଥିଲେ । ଯଦି ସବୁ କିଛି ଠିକ ହୋଇଥାନ୍ତା ତା ହେଲେ ତପସ୍ଵିନୀ ଗତ କାଲି ସନ୍ଧ୍ୟାରେ ଗୃହ ପ୍ରବେଶ କରିଥାନ୍ତେ ହେଲେ କାଲି ସନ୍ଧ୍ୟାରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ସେହି ଘରକୁ ଯିବା ପାଇଁ ମନା କରିଦେଇଥିଲେ ଓ କିଛି ବୟାନ ଦେଇଥିଲେ । ତେବେ ଏହା ପରେ ସେହି ସ୍ଥାନରେ ଜନଗହଳି ହୋଇଥିଲା ଓ ପୋଲିସ କର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସୁମିତଙ୍କ ଓକିଲ କାଲି କହିଥିଲେ ତପସ୍ଵିନୀ ଘରେ ରହିବେ ବୋଲି ଅର୍ଡର ମିଳି ନାହିଁ । ବନ୍ଧୁଗଣ ଏହା ପରେ ଓକିଲ ମାନଙ୍କ ଯୁକ୍ତି ତରକ ଉପୁଜିଥିଲା ।

ସେହି ସମୟରେ ପରିସ୍ଥିତି ଜଟିଳ ହୋଇଯାଇଥିଲା । କାଗଜରେ କଣ ସବୁ ଲେଖା ଯାଇଛି ତାକୁ ନେଇ ବହୁତ ଆଲୋଚନା କରଯାଇଥିଲା । ବହୁତ ଆଲୋଚନା କରିବା ପରେ ପ୍ରମୋଦ ସାହୁ ହାରିଥିଲେ ଓ ତପସ୍ଵିନୀ ଜିତିଥିଲେ । ଶେଷରେ ପ୍ରମିଳା ମାଉସୀ ଦୁଇଟି ନଡିଆ ଭାଙ୍ଗି ତପସ୍ଵିନୀଙ୍କ ଗୃହ ପ୍ରବେଶ କରେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *