Tapaswini ଛାଡିଲେ Sumit ଙ୍କର ଏକ ନୂଆ ଅଡିଓ, ଯେଉଁଥିରେ ଏକ ଝିଅ ସହିତ କଥା ହେଉଛନ୍ତି ସୁମିତ, କିଏ ଏହି ଝିଅ ? କଣ କଥା ହେଉଛନ୍ତି ସେମାନେ ? ଶୁଣନ୍ତୁ …

ବନ୍ଧୁଗଣ ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ କଳହ ମାମଲାର ଆଜି କୋର୍ଟ ଶୁଣାଣି ହେବାର ଅଛି । ତେବେ ଗତ କାଲି ତପସ୍ଵିନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଜନସାଧାରଣ ମାନେ ତପସ୍ଵିନୀଙ୍କ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ଏହି ଭିଡିଓରେ ତପସ୍ଵିନୀ ସୁମିତଙ୍କ ଠାରୁ ୮ ଲକ୍ଷ ଟଙ୍କା ମାଗୁଥିଲେ ।  ଲକ୍ଷ ଟଙ୍କା ଦେବା ପରେ ଡିଭୋର୍ସ ଦେବା ପାଇଁ ମଧ୍ୟ କହୁଥିଲେ ।

ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ତପସ୍ଵିନୀ ନିଜର ପ୍ରତିକ୍ରିୟା ଦେଇ ଥିଲେ ଓ କହିଥିଲେ, ସେହି ୮ ଲକ୍ଷ ଟଙ୍କା ତାଙ୍କ ବାପା ସୁମିତଙ୍କ ପାଠ ପଢା ପାଇଁ ଦେଇଥିଲେ । ସୁମିତ ନିଜେ ସେହି ଭିଡିଓଟିକୁ ଲୁଚେଇ ଚୋରେଇ ରେକର୍ଡ କରିଛନ୍ତି । ବନ୍ଧୁଗଣ ଏହା ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଗୋଟେ ଫୋନ ଦେଖାଇ ଥିଲେ ଓ ସେହି ଫୋନଟି ସୁମିତଙ୍କର ବୋଲି ମଧ୍ୟ କହିଥିଲେ ।

ସେହି ଫୋନରେ ସୁମିତଙ୍କ କଳା କାର୍ଣ୍ଣମାର ସମସ୍ତ ଚିଠା ଅଛି ବୋଲି ତପସ୍ଵିନୀ କହିଥିଲେ ଓ କୋର୍ଟ ଶୁଣାଣିରେ ମଧ୍ୟ ତପସ୍ଵିନୀ ସେହି ଫୋନକୁ ପ୍ରମାଣ ରୂପେ ଦର୍ଶାଇବେ ବୋଲି କହିଛନ୍ତି । ବର୍ତ୍ତମାନ ତପସ୍ଵିନୀ ସୁମିତଙ୍କର ଏକ କଲ୍ ରେକର୍ଡିଙ୍ଗ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ।

ବନ୍ଧୁଗଣ ସୁମିତଙ୍କର ସେହି କଲ୍ ରେକର୍ଡିଙ୍ଗ ଶୁଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ସେହି କଲ୍ ରେକର୍ଡିଙ୍ଗ ବିଷୟରେ କହିବାକୁ ଯାଉଛୁ ।ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅନେକ ଥର ସୁମିତଙ୍କ ଅଲଗା ଝିଅ ସହ ସମ୍ପର୍କ ରହିଥିବାର କଥା ତପସ୍ଵିନୀ କହିଛନ୍ତି ଓ ଏବେ ଏହାର ପ୍ରମାଣ ନେଇ ସାମ୍ନାକୁ ଆସିଛନ୍ତି ତପସ୍ଵିନୀ ।

ଏହି କଲ୍ ରେକର୍ଡିଙ୍ଗରେ ସୁମିତ ଗୋଟେ ଅଲଗା ଝିଅ ସହ କଥା ହେଉଥିବାର ଜଣା ପଡୁଛି । ଉଭୟ ସୁମିତ ଓ ସେହି ମହିଳା ଜଣକ ବହୁତ ଇଣ୍ଟରେଷ୍ଟର ସହ ପରସ୍ପର ସହ କଥା ହେଉଛନ୍ତି ତେବେ ସେହି ମହିଳାଙ୍କ ସହ ସୁମିତଙ୍କର କଣ ସମ୍ପର୍କ ଅଛି ତାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ତପସ୍ଵିନୀ ।

ତପସ୍ଵିନୀ ଏହି ସମସ୍ତ ତଥ୍ୟ କୋର୍ଟରେ ରଖିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ତପସ୍ଵିନୀ ଏହା ମଧ୍ୟ କହିଛନ୍ତି ସେ ନିଜ ସ୍ଵାମୀ ଓ ପରିବାରର ଇଜ୍ଜତ ଦେଖି ଏସବୁକୁ ପବ୍ଲିକ ସାମ୍ନାରେ ଆଣୁ ନଥିଲେ ହେଲେ ସୁମିତ ଭିଡିଓ ଭାଇରାଲ କରିଲା ପରେ ସେ ଏସବୁକୁ ଆଣିବା ପାଇଁ ବାଧ୍ୟ ହେଲେ । ତା ହେଲେ ବନ୍ଧୁଗଣ ସୁମିତଙ୍କ ଏହି କଲ୍ ରେକର୍ଡିଙ୍ଗ ଶୁଣି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *