‘ମିଛ ଲୁଚେଇବାକୁ ଗୋଟେ ପରେ ଗୋଟେ ମିଛ କହୁଛନ୍ତି Tapaswini, ସେ ମତେ …’ ଏକ ନୂଆ ଅଡିଓ ଛାଡି କିଛି ଏମିତି କହିଲେ Sumit, ଶୁଣନ୍ତୁ ସେ କଣ କହୁଛନ୍ତି ?

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ କିଛି ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଗତ କାଲି ପ୍ରଥମେ ସୁମିତ ଗଣମାଧ୍ୟମକୁ ତପସ୍ଵିନୀଙ୍କର ଏକ ଭିଡିଓ ଦେଇଥିଲେ ଯେଉଁଥିରେ ତପସ୍ଵିନୀ ସୁମିତଙ୍କୁ ୮ ଲକ୍ଷ ଟଙ୍କା ମାଗୁଥିବାର ନଜର ଆସୁଛନ୍ତି । ଏହା ପରେ ତପସ୍ଵିନୀ ଏହି ଭିଡିଓର ପ୍ରତିକ୍ରିୟା ଦେଇ ନିଜ ଉପରେ ଆସୁଥିବା ସମସ୍ତ ଦୋଷକୁ କ୍ଲିୟର କରିଦେଇଥିଲେ ଓ ସୁମିତଙ୍କର ଏକ କଲ୍ ରେକର୍ଡିଙ୍ଗ ଗଣମାଧ୍ୟମ ସାମ୍ନାରେ ରଖିଥିଲେ ।

ସେହି କଲ୍ ରେକର୍ଡିଙ୍ଗରେ ସୁମିତ ଜଣେ ଅଲଗା ମହିଳାଙ୍କ ସହ କଥା ହେଉଥିବାର ଜଣା ପଡିଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ସୁମିତ ଏହି ମାମଲାକୁ ନେଇ ଏକ ଅଡିଓ ମେସେଜ ଛାଡି ଅଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସୁମିତଙ୍କର ଏହି ଅଡିଓ ମେସେଜ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସୁମିତ ଏହି ଅଡିଓ ମେସେଜରେ କହୁଛନ୍ତି-‘ମୁ ଡାକ୍ତର ସୁମିତ କୁମାର ସାହୁ ମୋତେ ବହୁତ କଷ୍ଟ ହେଲାଣି ତପସ୍ଵିନୀ ଯୋଗୁଁ । ଏହା ସହିତ ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି । ଦେହ ଖରାପ ହେବା ସତ୍ବେ ମୁ ଏହି ଅଡିଓ ବନେଇବା ପାଇଁ ବାଧ୍ୟ ହୋଇଛି । ଆପଣ ମାନେ ଦେଖିପାରୁଥିବେ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଠି ତପସ୍ଵିନୀ ୮ ଲକ୍ଷ ଟଙ୍କା ମାଗୁଛନ୍ତି’ ।

ଆଗକୁ ସୁମିତ କହିଛନ୍ତି-‘ସେ ନିଜେ ମାଗିଛନ୍ତି ବୋଲି ମଧ୍ୟ ମାନି ସାରିଛନ୍ତି । ମୋ ପାଖରେ ଆହୁରି ଭିଡିଓ ଓ ଅଡିଓ ପ୍ରମାଣ ରହିଛି ଯେହେତୁ କୋର୍ଟର ଶୁଣାଣି ଅଛି ତେଣୁ ମୁ ଅଧିକ କିଛି କହିବାକୁ ଚାହୁଁନି । ତପସ୍ଵିନୀ ଆଗରୁ ବି ମିଛ କହି ଆସୁଛନ୍ତି ଆଉ ଏବେ ବି ମିଛ କଥା କହୁଛନ୍ତି । ଆମେ ତାଙ୍କ ଠାରୁ ଟଙ୍କାଟେ ବି ନେଇ ନାହୁଁ କି ମାଗିନୁ ମୋ ପାଖରେ ପ୍ରମାଣ ଅଛି ସେ ସବୁ କୋର୍ଟରେ ଡିସାଇଡ ହେବ । ସେ ଗୋଟେ ମିଛକୁ ପ୍ରମାଣ କରିବା ପାଇଁ ୫୦ଟି ମିଛ କହୁଛନ୍ତି’ ।

ଆଗକୁ ସୁମିତ କହିଛନ୍ତି-‘ଭିଡିଓରେ ସ୍ପର୍ଷ୍ଟ ଜଣା ପଡିଯାଉଛି ତାଙ୍କର ଆଚରଣ କଣ ସେ ନିଜେ କହୁଛନ୍ତି ମୋ ପରିବାରକୁ ବରବାଦ କରିଦେବେ ବୋଲି । ଏବେ ଆପଣ ମାନେ ଦେଖୁଛନ୍ତି ସେ କଣ କରୁଛନ୍ତି ଆମ ପରିବାରକୁ । ଆଉ ତାଙ୍କର ପଇସା ମାଗିବାର ଆଚରଣ ଆଗରୁ ଥିଲା ଓ ଏବେବି ଅଛି । ମୋ ପାଖରେ ପ୍ରମାଣ ବି ଅଛି ସେ କେଉଁ ପିଲା ସହ କଥା ହେଉଥିଲେ ସେ କେବଳ ମୋତେ ଆଉ ମୋ ପରିବାରକୁ ହାରାସ କରିବା ପାଇଁ ଏଭଳି ଭାବରେ ପବ୍ଲିସିଟି କରୁଛନ୍ତି’ ।

ତା ହେଲେ ବନ୍ଧୁଗଣ ଏହି ଅଡିଓ ମେସେଜରେ ସୁମିତ ନିଜର ବଡ ପ୍ରତିକ୍ରିୟା ରଖିଛନ୍ତି । ସୁମିତଙ୍କ ଏହି ପ୍ରତିକ୍ରିୟାରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *