Tapaswini ଓ Sumit ଙ୍କ 24 ଘଣ୍ଟା ସସପେନ୍ସ ! ଆଜିର ନିଷ୍ପତି, କୋର୍ଟରେ ବଦଳେଇଦେବ ସୁମିତ ଆଉ ତପସ୍ଵିନୀଙ୍କ ପୁରା ଜୀବନ, କଣ ଆଜି ଏକାଠି ହେବେ ଦୁଇଜଣ ?

ବନ୍ଧୁଗଣ, ଗୁରୁବାର ର ନୂଆ ସକାଳ ମାନେ ଆଜିର ଦିନ କଣ ସମ୍ଭାବନା ନେଇଆସିବ ସୁମିତ୍ ଓ ତପସ୍ଵିନୀ ଙ୍କ ଜୀବନରେ ? ଦୋଛକି ରେ ଠିଆ ହୋଇଛନ୍ତି ଡକ୍ଟର ସୁମିତ୍ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ । ନିଜର ଅଧିକାର ପାଇଁ ୧୦ ଦିନ ହେବ ବସି ରହିଥିଲେ । ତେବେ ଆଜି ହେବ ନିର୍ଣ୍ଣାୟକ ଦିବସ ତାଙ୍କ ଜୀବନରେ । ଯେଉଁ ମା ଲକ୍ଷ୍ମୀ ଙ୍କୁ ପୂଜା କରିଥିଲେ ଗତ ଗୁରୁବାର ଆଜି ସେ ଦିନରେ ତାଙ୍କର ଜୀବନର ସବୁଠୁ ବଡ଼ ନିଷ୍ପତି ନେବେ ମାନ୍ୟବର କୋର୍ଟ ।

ସୁମିତଙ୍କ ଘରର ର ବୋହୂ ହେବେ ନା କୋର୍ଟ ରୁ ଦୁଇ ଜଣ ଅଲଗା ଅଲଗା ହେଇ ଚାଲି ଯିବେ । ଡିସେମ୍ବର ୧ ତାରିଖ ୬ ମାଜିଷ୍ଟ୍ରେଟ, ୩ ଓକିଲ ଆଉ ୩ ଘଣ୍ଟା କାଳ ସୁମିତ୍, ତପସ୍ଵିନୀ ଙ୍କୁ ବୈବହିକ ଜୀବନ ତଥା ଜୀବନରେ ଉଠୁଥିବା ଝଡ଼ ଓ ଏହାକୁ କିଭଳି ସାମ୍ନା କରିବାକୁ ହେବ । ଏ ନେଇ ସମସ୍ତେ ଦୁହେଁ କୁ ବହୁତ୍ ଭଲ ରେ ବୁଝାଇଥିଲେ ଏବଂ ଦେଇଥିଲେ ୨୪ ଘଣ୍ଟାର ସମୟ ।

ଏହି ୨୪ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ନିଜ ଜୀବନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିବ । ଉଭୟ ସବାଳକ ଏବଂ ନିଜ ଇଚ୍ଛା ରେ କୋର୍ଟ ରେ ବିବାହ ମଧ୍ୟ କରିଥିଲେ । ଏହାପରେ ତାଙ୍କ ଜୀବନରେ ଚାଲି ଆସିଥିଲା ଏମିତି କିଛି ଝଡ଼ ଯାହା ସବୁକିଛି ଓଲଟ ପାଲଟ କରିଦେଇଥିଲା । ଏହାପରେ ତପସ୍ଵିନୀ ଙ୍କ ତରଫ୍ ରୁ ୪୯୮ ରେ କେସ୍ ଦିଆ ଯାଇଥିଲା । ଏବଂ ତାଙ୍କ ଓକିଲଙ୍କ କହିବା ଅନୁସାରେ ସବୁକିଛି ରଦ୍ଧ କରିଦିଆ ଯାଇଥିଲା ।

ପୁରୁଣା ଦଲିଲ୍ କୁ ନାକଚ କରିଦେଇଛନ୍ତି ମାନ୍ୟବର କୋର୍ଟ । ଏବଂ ତପସ୍ଵିନୀ ଙ୍କ ତରଫରୁ ନୂଆ ଗୋଟେ ପିଟିସନ ଦିଆ ଯାଇଛି । ଏହି ପିଟିସନ ରେ କୁହାଯାଇଛି ଯେ, ତପସ୍ଵିନୀ ଚାହାନ୍ତି ନିଜ ସ୍ଵାମୀ ଙ୍କ ସହିତ ରହିବାକୁ । ସ୍ଵାମୀ ଙ୍କ ହୃଦୟରେ ଟିକେ ଯାଗା ପାଇବାକୁ । ତେବେ ସୁମିତ୍ ଓ ତପସ୍ଵିନୀ ଯଦି ନିଷ୍ପତି ନିଅନ୍ତି ଏକାଠି ରହିବା ପାଇଁ, ତା’ ହେଲେ ଦୁନିଆର ଏଇ ବିଶ୍ଵର କୌଣସି ଶକ୍ତି ତାଙ୍କୁ ଅଲଗା କରି ପାରିବ ନାହିଁ ।

ସୁମିତ୍ ଙ୍କ ବାପା ନା ତାଙ୍କ ପରିବାର କେହି ବି ନୁହେଁ । କେହି ଏହି ନିଷ୍ପତି ବିରୁଦ୍ଧରେ ଯାଇ ପାରିବେନାହିଁ । କାରଣ ଏହା ହେବ ମନ୍ୟବର କୋର୍ଟ ଙ୍କ ନିଷ୍ପତି । ଏମିତିରେ ବି ଡକ୍ଟର ସୁମିତ୍ କହିଥିଲେ ମନ୍ୟବର କୋର୍ଟ ଯାହା ନିଷ୍ପତି ନେ ତାକୁ ସେ ମଥା ପାତି ଗ୍ରହଣ କରିବେ । ପ୍ରେମ ଜୀବନର ସବୁଠାରୁ ବଡ଼ ସମ୍ଭାବନା । ଏହି ସମ୍ଭାବନା କୁ ପରିବର୍ତ୍ତନ କରିବାକୁ ଆଉ ଗୋଟେ ସୁଯୋଗ ଦେବେ କି ତପସ୍ଵିନୀ ଓ ଡକ୍ଟର ସୁମିତ୍ ? ଜୀବନରେ ଝଡ଼ଝଞ୍ଜା ତ ବହୁତ ଆସେ ।

କିନ୍ତୁ ଯେ ଏହି ସବୁକୁ ସାମ୍ନା କରି ଆଗେଇ ଚାଲିଥାଏ ସେହି ପ୍ରକୃତ ବିଜୟୀ । ତେବେ ହାତ ଧରା ଧରି ହେଇ ତପସ୍ଵିନୀ ଓ ସୁମିତ୍ ଜୀବନ ସାରା ଚାଲିବେ ନା ହାତ ଛଡ଼ା ଛାଡ଼ି ହେଇ ପରସ୍ପର ଠାରୁ ବିଦାୟ ନେବେ ? ତାହା ଅଜି ତପସ୍ୱିନୀ ଙ୍କ ନିଷ୍ପତି ଓ ସୁମିତ୍ ଙ୍କ ନିଷ୍ପତି ଆଉ କୋର୍ଟ ଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରେ । ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଙ୍କ ଏହି ବିବାଦ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *