ପିଲାଏ କହିଲେଣି ବଡ ହେଲେ ଆମେ ଖାଲି ଫୋନ ଖେଞ୍ଚିବା, ଦେଖନ୍ତୁ ସ୍କୁଲ ବନ୍ଦ ରହିବାକୁ ନେଇ ଛୋଟ ପିଲାଙ୍କର ଏହି Viral video

ବନ୍ଧୁଗଣ, ଆଜିଭଳି ଆଧୁନିକ ଦିନରେ ନାନା ପ୍ରକାରର ମଜାଦାର ଦୃଶ୍ୟମାନ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା କି ଦୁଇଟି ଛୋଟ ପିଲା କଥା ହେଉଛନ୍ତି । ଏଠାରେ ଦୁଇ ଶିଶୁ ଭୟଙ୍କର ମହାମାରୀ କରୋନା କୁ ନେଇ କିଛି ଆଲୋଚନା କରୁଥିବା ନଜର ଆସୁଛନ୍ତି । ସରକାର କିଭଳି କରୋନା ଯୋଗୁଁ ସମସ୍ତ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଧ କରିବାରେ ଲାଗିଛନ୍ତି, ଏହାକୁ ନେଇ ଉଭୟ ଶିଶୁ ଆଲୋଚନା କରୁଛନ୍ତି । ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ଟି ଜାଣିନେବା ।

ଏହି ଭି-ଡି-ଓ ରେ ଜଣେ ଶିଶୁ ନିଜ ସାଙ୍ଗ କୁ କହୁଛି,- ” ସୁଶ୍ରୀ ଲୋ ସୁଶ୍ରୀ ତୁ ଯାହା କହିଛୁ ସରକାର କୁ ବଢିଆ କହିଛୁ ” । ସୁଶ୍ରୀ ନିଜ ସାଙ୍ଗକୁ କହୁଛି ତୋ ମନ ପୁରୁଗଲା ନା ? ସାଙ୍ଗ ଜଣକ ଉତ୍ତର ଦେଉଛି ହଁ ଲୋ’, । ଏହାପରେ ସୁଶ୍ରୀ ନାମକ ଶିଶୁ ଟି କହୁଛି ପୁରା ଦେଢ ବର୍ଷ ହେବ ପାଲା ଲଗାଇଛନ୍ତି କରୋନା, କରୋନା, କରୋନା । ଆଉ ଏକ ଶିଶୁ କହୁଛି,- ” ସବୁ ତ ଖୋଲା ହେଲା ମାତ୍ର ଆମରି ବେଳକୁ ସବୁ ପାଲା, ସରକାର ଖାଲି ସ୍ଵପ୍ନ ଦେଖୁଥାନ୍ତୁ, ଚାଲେ ଆମେ ବି ମିଶିକରି ସ୍ଵପ୍ନ ଦେଖିବା ” ।

ବଡ ହେଲେ ଆମେ କଣ କରିବା ? ଆଉ କଣ କରିବା ସ୍କୁଲ ତ ଖୋଲା ହେବାର ନାହିଁ, ଆଉ ପାଠ ତ ପଢା ହେବାର ନାହିଁ, ଆଉ ବଡ ହେଲେ ଖାଲି ମୋବାଇଲ ଚିପିବା ଆଉ ସ୍ଵପ୍ନ ଦେଖିବା । ଚାଲେ ଆମେ ବି ମିଶି ସ୍ଵପ୍ନ ଦେଖିବା । ଏହିଭଳି କିଛି କଥା ଉଭୟ ଶିଶୁ ବନ୍ଧୁ କଥା ହେଉଥିବାର ନଜର ଆସିଛନ୍ତି । ଉଭୟଙ୍କୁ ପ୍ରାୟ ୬ ବର୍ଷ ବୟସ ହେବ ।

ମାତ୍ର ଏତେ କମ ବୟସରେ ମଧ୍ୟ ତାଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଆସିଛି । ଭବିଷ୍ୟତ କୁ ନେଇ ବର୍ତ୍ତମାନ ପିଲାମାନେ ମଧ୍ୟ ଚିନ୍ତିତ । କାରଣ ମହାମାରୀ କରୋନା କାରଣରୁ ବର୍ତ୍ତମାନ ସ୍କୁଲ ବନ୍ଧ ପିଲାମାନେ ଘରୁ ବାହାରି ବିଦ୍ୟାଳୟ କୁ ଯାଇ ପାରୁ ନାହାଁନ୍ତି । ସେମାନଙ୍କ ମନରେ ସ୍କୁଲ ଯିବା ଜେଭଳି ଏକ ସ୍ଵପ୍ନ ପାଲଟି ଯାଇଛି । ଏଣୁ ଏହି ଦୃଶ୍ୟ ଦେଖିଲେ ହସ ଯେତିକି ଲାଗୁଛି ପିଲାଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ମଧ୍ୟ ଲାଗୁଛି ।

ଦେଖାଯାଉ ମହାମାରୀ ର ଆତଙ୍କ ଆଉ କେତେ ଦିନ ପିଲାମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଚି । ବନ୍ଧୁଗଣ ଏହି ବିଷୟ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *