ଯେତେବେଳେ Juhi Chawla ଙ୍କୁ ଲୋକ କହୁଥିଲେ କି ଟଙ୍କା ପାଇଁ ବୁଢାକୁ ବାହା ହେଲା, କିନ୍ତୁ ସତ ତ ଆଉ କିଛି ହିଁ ଥିଲା…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାୟିକା ଜୁହୀ ଚାବଲାଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଜୁହୀ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଜୁହୀଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରନ୍ତି । ଜୁହୀ ୧୯୮୪ରେ ପ୍ରଥମେ ମିସ ଇଣ୍ଡିଆର ପୁରସ୍କାର ଜିତି ଲୋକ ମାନଙ୍କୁ ତାଙ୍କ ସୁନ୍ଦରତାର ଦିବାନା କରିଥିଲେ ।

ମିସ ଇଣ୍ଡିଆ ହେବାର ୪ ବର୍ଷ ପରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଜୁହୀ ବଲିଉଡ ଫିଲ୍ମ ‘କୟାମତ ସେ କୟାମତ ତକ’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ପସନ୍ଦ କରିଥିଲେ । ଏହା ପରେ ଜୁହୀ ବଲିଉଡ ଇଣ୍ଡଷ୍ଟ୍ରିରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଲେ । ଜୁହୀ ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ସୁନାମ ଅର୍ଜନ କରିଛନ୍ତି ।

ଜୁହୀ ନିଜ କାରିୟରରେ ସଫଳତା ପାଇବା ପରେ ନିଜ ଠାରୁ ୫ ବର୍ଷ ବଡ ବିଜନେସ ମ୍ୟାନ ସହ ବିବାହ କରିଦେଲେ । ଜୁହୀ ହଠାତ ବିବାହ କରିବାରୁ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ବିବାହ ଖବରକୁ କେହି ସ୍ଵୀକାର କରି ନଥିଲେ କାରଣ ତାଙ୍କ ଅଫେୟାରର କୌଣସି ଖବର ଲୋକ ମାନେ ଜାଣି ନଥିଲେ ।

ବିବାହ ପରେ ଯେତେବେଳେ ପ୍ରଥମ ଥର ପାଇଁ ଜୁହୀ ଓ ତାଙ୍କ ସ୍ଵାମୀ ଜୟ ମେହେତାଙ୍କ ଫଟୋ ସାମ୍ନାକୁ ଆସିଲା ସେତେବେଳେ ଲୋକ ମାନେ ବହୁତ ଟ୍ରୋଲ କରିଲେ । ଦେଶରେ ଲୋକ ମାନେ ଜୁହୀଙ୍କୁ ବହୁତ ଖରାପ କମେଣ୍ଟ କରି ତାଙ୍କ ସ୍ଵାମୀଙ୍କୁ ବୁଢାର ପରିଚୟ ଦେଇଥିଲେ । ଏମିତିକି ଜୁହୀ ଟଙ୍କା ପାଇଁ ଜୟଙ୍କ ସହ ବିବାହ କରିଛନ୍ତି ବୋଲି ଲୋକ କହିଲେ ହେଲେ ଜୁହୀ ତାଙ୍କ ସ୍ଵାମୀଙ୍କୁ ନେଇ କେବେବି କୌଣସି ବୟାନ ଦେଇ ନଥିଲେ ।

ବନ୍ଧୁଗଣ ଜୟା ମେହେତା ଭାରତର ବହୁତ ବଡ ବିଜନେସ ମ୍ୟାନ ଅଟନ୍ତି । ଜୁହୀ ଜୟ ମେହେତାଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି । ଜୟ ମେହେତା ପ୍ରଥମ ବିବାହ ସୁଜାତା ବିଡାଲାଙ୍କ ସହ କରିଥିଲେ । ହେଲେ ୧୯୯୦ ମସିହାରେ ବେଙ୍ଗାଲୁରୁରେ ଏକ ପ୍ଲେନ ଦୁରଘଟଣାରେ ସୁଜାତାଙ୍କ ପରଲୋକ ହୋଇଥିଲା । ସେହି ସମୟରେ ଏକ ରାସ୍ତା ଦୁରଘଟଣା ଦ୍ଵାରା ଜୁହୀଙ୍କ ମା’ଙ୍କର ପରଲୋକ ହୋଇଗଲା ଯାହାଫଳରେ ଜୁହୀ ଓ ଜୟ ନିଜ ଜୀବନରେ ଏକା ହୋଇଗଲେ ।

ସେହି ସମୟରେ ଏହି ଦୁଇଜଣ ପରସ୍ପରକୁ ସମ୍ଭାଳି ଥିଲେ ଓ ଧୀରେ ଧୀରେ ଏମାନେ ପରସ୍ପରକୁ ପ୍ରେମ କରି ବସିଲେ । ଏହା ପରେ ଜୁହୀ ଓ ଜୟ ୧୯୯୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର କିଛି ମାସ ପରେ ଜୁହୀଙ୍କ ଭଉଣୀ ସୋନିଆଙ୍କର ପରଲୋକ କ୍ୟାନ୍ସର ରୋଗ ହେତୁ ହୋଇଗଲା । ଏହା ପରେ ଜୁହୀଙ୍କ ଭାଇ ବବିଙ୍କର ଏକ ରୋଗ ପାଇଁ ପରଲୋକ ହୋଇଗଲା । ଜୁହୀ ଓ ଜୟ ନିଜ ଜୀବନରେ ବହୁତ ଦୁଃଖ ସହ୍ୟ କରିଛନ୍ତି । ହେଲେ ଏବେ ଜୁହୀ ଓ ଜୟ ନିଜ ଛୁଆ ମାନଙ୍କ ସହ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *