ତା ଆଗ ସ୍ତ୍ରୀ ବି ଆଉ ଗୋଟିଏ ଯାଗାରେ ବାହା ହେଇଗଲେଣି, ଯିଏ ଯେଉଁଠିକୁ ଯାଇଛ ରହିଯାଅ ..ଆଉ ଯେମିତି ନଟର ପଟର ହେଇକି ତୁମେ…

ନମସ୍କାର ବନ୍ଧୁଗଣ, କ୍ୟାପଟେନ ତଥା ବିଧାୟକ ଦିବ୍ୟଶଙ୍କର ଙ୍କର ବିବାହକୁ ନେଇ ଆମ ଓଡିଶାର ବହୁ ଚର୍ଚ୍ଚିତ ବିଧାୟକ ସୁର ରାଉତଙ୍କ ମନ୍ତବ୍ୟ ଆପଣ ଶୁଣିଲେ ବାସ୍ତବତାକୁ ଅନୁଭବ କରିପାରିବେ । କଥା ସିନା ମଜାଳିଆ ଢଙ୍ଗରେ କହିଥାନ୍ତି କଥା କିନ୍ତୁ ତାଙ୍କ କଥା ପୁରା ଠିକ ଜାଗାରେ ବାଜିଥାଏ । ତେବେ ବର୍ତ୍ତମାନ ସୁର ରାଉତରାୟ ତାଙ୍କ ମୁହଁ ଖୋଲି ପୁଣି ଥରେ ବିଧାୟକଙ୍କ ସମ୍ପର୍କରେ କହିଛନ୍ତି କିଛି କଥା ।

ତେବେ ସେ ମିଡିଆ ସାମ୍ନାରେ କେଉଁ କଥା ପ୍ରକାଶ କରିଛନ୍ତି ତାହା ସମ୍ପର୍କରେ ଆଉ ଡେରି  ନକରି ଆସନ୍ତୁ ନଜର ପକାଇବା । ସୁର ଭାଇଙ୍କ କହିବା ମୁତାବିକ ଏଆଡେ ସିଆଡେ ମାଡି ହେବ ଆମ ଓଡିଆ ଜାତିକୁ ଶୋଭା ଦେଉନି । ଶୁଣିବା ବେଳକୁ ଭଲ ଲାଗୁନି । ପୁଣି କହିଛନ୍ତି ଯାହା ହେଉ ଦିବ୍ୟଶଙ୍କରଙ୍କୁ ଧନ୍ୟବାଦ ବାହା ହୋଇଗଲେ । ବିବାହ କରି ପୁରା ଭଲରେ ଦାମ୍ପତ୍ୟ ଜୀବନ ପ୍ରେମର ସହ କଟାଅ ବୋଲି କହିଛନ୍ତି ସୁର । ପୁଣି ଛାଡ ପୁଣି ମାଡ ଏସବୁ ମାତନି ଜମା ।

ଦିବ୍ୟଶଙ୍କର ଜଣେ ଶିକ୍ଷିତ ଲୋକ ଭଲ ଲୋକ ଜଣେ କ୍ୟାପଟେନ ଲୋକ ମଧ୍ୟ ତେଣୁ ସମ୍ମାନ ରକ୍ଷା କରିବା ଉଚିତ । ସୁର ଭାଇ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ଅନ୍ୟତ୍ର ବିବାହ କରିଥିବା ହେତୁ । ଏଠି ସେଠି ପଶିବା ନଟର ପଟର ହେବାର କଥା ଆମେ ଓଡିଆ ଲୋକ ଶୁଣିବା ପରେ ଘୃଣା ଲାଗୁଛି ବୋଲି କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଯାଅ ଯିଏ ଯେଉଁଠିକି ଯାଉଛ ।କିନ୍ତୁ ଯଦି ଗଲ ଗଲ ତାହାଲେ ସେଇଠି ରହିଯାଅ । ଆଉ ଏହାପରେ ଆପଣ କାହା ସହ ନଟର ପଟର ହୁଅନି । ନେତା ମନ୍ତ୍ରୀ ହୋଇ ଏଆଡେ ସିଆଡେ ପଶିବା ଜମା ଭଲ ନୁହେଁ ଏହା ଶୁଣିବା ବେଳକୁ ଭଲ ମଧ୍ୟ ଲାଗୁ ନାହିଁ । ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ସୁର ରାଉତ ରାୟ ।

ତାଙ୍କ କହିବାର ସିଧା ସଳଖ ଅର୍ଥ ଏହା ଥିଲା କି ଦିବ୍ୟ ଆଗରୁ ଯାହା ନଟର ପଟର ହେଉଥିଲ ତାହା ଛାଡି ବର୍ତ୍ତମାନ ଯାହାଙ୍କୁ ବାହା ହୋଇଛ ତାଙ୍କ ସହ କେବଳ ଖୁସିରେ ରହିବା କଥା ଭାବ ବାସ । ଏହା ହିଁ ଆମ ଓଡିଆ ଜାତି ପାଇଁ ଠିକ ଏବଂ ସମ୍ମାନ ଜନକ । ତେବେ ସୁର ଭାଇଙ୍କ ଏହି ମନ୍ତବ୍ୟ ସମ୍ପର୍କରେ ଆପଣ ମାନଙ୍କର କଣ ମତ ରହିବ ତାହା ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *