ସାବତ ଝିଅ ବୋଲି ବିକି ଦେଉଥିଲା ବାପା ଆଉ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅକୁ ବିକିଦେଉଥିଲା ସାବତ ବାପା !  ତେବେ ହଁ ବନ୍ଧୁଗଣ ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜଣେ ନବମ ଶ୍ରେଣୀ ଝିଅକୁ କଣ୍ଟାବଞ୍ଝୀ ରେଳବାଇଷ୍ଟେସନରୁ ଉଦ୍ଧାର କରିଛି ପୋଲିସ । ତେବେ ସମ୍ପୃକ୍ତ ନାବାଳିକାଙ୍କୁ ୪ ଜଣ ଦଲାଲଙ୍କ ହାତରେ ଟେକିଦେଇ ବସିବାକୁ ଉଦ୍ୟମ କରୁଥିଲା ସମ୍ପୃକ୍ତ ଝିଅ ଜଣଙ୍କର ସାବତ ବାପା । ତେବେ ଏଥିପାଇଁ ସାବତ ବାପାକୁ ମିଳିଥିଲା ଦଲାଲଙ୍କ ଠାରୁ ୫୦, ୦୦୦ ଟଙ୍କା ।

ତେବେ ଜଣେ ବାପା ହୋଇ ଏପରି କାର୍ଯ୍ୟ କିପରି କରିବାକୁ ଯାଇପାରିବ ବୋଲି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ସାବତ ବାପା ଝିଅକୁ ରାଜସ୍ଥାନରେ ବାହା ଦେବା ପାଇଁ କହି ଦଲାଲ ମାନଙ୍କ ହାତରେ ବିକିଦେବ ବୋଲି ନିଷ୍ପତ୍ତି ନେଇଯାଇଥିଲା । ତେବେ କେହି କିଛି ଯେପରି ସନ୍ଦେହ ଦ୍ରୁଷ୍ଟିରେ ସାବତ ବାପାକୁ ଦେଖିବେ ନାହିଁ ବୋଲି ଏପରି କିଛି ମଧ୍ୟ ସାବତ ବାପା କରିଥିଲା । ତେବେ ସାବତ ବାପା ନାବାଳିକା ଝିଅକୁ ବଧୁ ବେଶରେ ସଜେଇ ଦେଇଥିଲା ।

ତାପରେ ବିଳମ୍ବିତ ରାତିରେ କଣ୍ଟାବାଞ୍ଝି ରେଳଷ୍ଟେସନ ପାଖକୁ ନେଇ ଆସିଥିଲା । ତେବେ ରେଳରେ ନାବାଳିକା ଝିଅକୁ ସବୁଦିନ ପାଇଁ ଦଲାଲ ମାନଙ୍କ ହାତରେ ଟେକି ରାଜସ୍ଥାନ ପଠାଇବାକୁ ଯୋଜନା ଚାଲିଥିଲା । ତେବେ ଷ୍ଟେସନ ପାଖରେ ଉପସ୍ଥିତ ଥିବା କିଛି ଲୋକ ଦଲାଲ ତଥା ସାବତ ବାପା ଉପରେ ସନ୍ଦେହ କରିଥିଲେ । ତେବେ ଏପରି ଭାବରେ ଉପସ୍ଥିତ ଥିବା ଲୋକେ ଦଲାଲ ମାନଙ୍କୁ ସନ୍ଦେହ କରି କରି ସେମାନଙ୍କୁ ପଚରା ଉଚରା କରିଥିଲେ ।

ତାପରେ ଦଲାଲ ମାନେ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିଲେ । ହେଲେ ତାହାରି ଭିତରେ ସ୍ଥାନୀୟ ଲୋକେ ରେଳବାଇ ପୋଲିସକୁ ଖବର ଦେଇସାରିଥିଲେ । ତାପରେ ପୋଲିସ ଆସି ୪ ଜଣ ଅଭିଯୁକ୍ତ ଦଲାଲଙ୍କୁ ଗିରଫ କରିନେଇଥିଲେ । ତେବେ ଦଲାଲ ମାନଙ୍କ କବଳରୁ ନାବାଳିକା ଝିଅକୁ ଉଦ୍ଧାର କରିଥିଲା । ଏହା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଦଲାଲ ମାନଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ମଧ୍ୟ କରିଥିଲା ।

ତେବେ ଦଲାଲ ମାନଙ୍କ ସହିତ ଏକ ମହିଳା ଦଲାଲ ମଧ୍ୟ ଥିବା ପୋଲିସ ସୂଚନା ଦେଇଥିଲା । ଜିଏକି ଆଗରୁ ରାଜସ୍ଥାନରେ ବାହା ହୋଇଥିଲା । ତେବେ ସେହି ଦଲାଲ ମହିଳା ମଧ୍ୟ ଆଗରୁ ବହୁ ଯୁବତୀଙ୍କୁ ଏହି ଅଞ୍ଚଳରୁ ନେଇ ରାଜସ୍ଥାନ ନେଇକି ଯିବା କଥା ମଧ୍ୟ ସ୍ଵୀକାର କରିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *