Tamil Nadu ରେ ଓଡିଆ ପୁଅଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ରହସ୍ୟ ଘେରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ହତୟଆ ନା ହତୟଆର ନାଟକ, ସନ୍ଦେହରେ ଏବେ ପରିବାର । ଗଜପତି ଜିଲ୍ଲା ଅଡବା ଥାନା ବାରିଆପଦାରେ ଦାଦନ ଶ୍ରମିକ ଶରତ ପରିକ୍ଷା ନିଖୋଜ ହେବା ପରେ ଏବେ ବାଢୁଛି ସନ୍ଦେହ । ତେବେ ଦାଦନ ଖଟିଯାଇଥିବା ବେଳେ ଶରତଙ୍କର ମୃ-ତ ଫୋଟ ଘରଲୋକଙ୍କ ନିକଟକୁ ଛଡ଼ାଯାଇଛି । ନିଜେ ଶରତଙ୍କୁ ମୋବାଇଲରୁ ମୃତ୍ୟୁର ଖବର ପାଇବା ପରେ ପରିବାର ଦୁଃଖରେ ଭାଙ୍ଗି ପଡି ଥିବା ବେଳେ ଏବେ ସୁଧା ଚିହ୍ନଟ ହୋଇ ପାରି ନାହିଁ ମୃ-ତ ଦେହ ।

ୱ୍ହାଟ ସପ୍ ମେସେଜରେ ମୃତ୍ୟୁ ତାମିଲନାଡୁରେ ହୋଇଛି ବୋଲି କୁହା ଯାଉଥିବା ବେଳେ ମୁମ୍ବାଇରୁ ମେସେଜ ପଠା ଯାଇ ଥିବା ଟ୍ରାକିଂରୁ ଜଣା ପଡିଛି । ତେବେ ସବୁଥର ଶରତ କାମକୁ ଗଲା ପରେ ସ୍ତ୍ର୍ରୀ ଓ ପରିବାର ସହ ଭଲଭାବରେ ଫୋନ ଲଗାଇ କଥା ହୁଏ । କିଛି କିଛି ମାସ ଛାଡି ଘରକୁ ମଧ୍ୟ ବୁଲିବାକୁ ଆସିଥାଏ । ହେଲେ ଏହିଥର କାମ କରିବାକୁ ଯିବାର ବହୁ ଦିନ ହୋଇଗଲାଣି ।

ଏହାରି ଭିତରେ ମାସେ ହେବ ମଧ୍ୟ ଶରତ ସ୍ତ୍ରୀ ପାଖକୁ ଫୋନ କରି ମଧ୍ୟ ଭଲସେ କଥାବାର୍ତ୍ତା ହେଉନଥିଲା । ତେବେ ଶରତର ଫୋନରୁ କିଏ ଜଣେ ଭିଡିଓ କଲ କରି ଶରତ ମ-ରି-ଯାଇଛନ୍ତି ବୋଲି କହୁଛି । ଆଉ ଶରତ ମ-ରି-ଯାଇଥିବାର ଫୋଟ ମଧ୍ୟ ଶରତଙ୍କର ଛାଡୁଛି । ଯାହାକୁ ଦେଖିଲା ପରେ ଘର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଏହା ପ୍ରକୃତରେ ସତ୍ୟ ନ ଏହା ପଛରେ ଆଉ କନ ରହିଛି କାରଣ ତାହା ତ ଠିକ ଭାବରେ ସ୍ପଷ୍ଠ ହୋଇପାରିନହିଁ ।

ଯେଉଁ କାରଣରୁ ଶରତ ଙ୍କର ବଡ ଭାଇ ନିଜ ଭାଇର ଏପରି ଖବର କଥା ଯାଇ ଥାନାରେ ଜଣାଇଛନ୍ତି । ଏହା ସହିତ ଏହା ଉପରେ ତଦନ୍ତ କରି ଶରତଙ୍କର ସଠିକ ପତ୍ତାଲଗାଇବାକୁ ପୋଲିସ ବାବୁଙ୍କୁ ଅନୁରୋଧ କରିଛନ୍ତି । ଆଉ ଶରତ ବର୍ତ୍ତମାନ ସମୟରେ କେଉଁଠାରେ ଅଛନ୍ତି । ତାହା ଜାଣିବାକୁ ବହୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି ।

ତେବେ ଶରତଙ୍କୁ ତାମିଲନାଡୁରେ ମ-ରା-ଯାଇଛି ବୋଲି କିଏ ଫୋନ କରି ସୂଚନା ଦେଉଛନ୍ତି । ହେଲେ ଯିଏ ଫୋନ କରିକି ଶରତ ମ-ରି-ଯାଇଛି ବୋଲି ସୂଚନା ଦେଉଛି ।ତାହାର କଲ ମୁମ୍ବାଇରୁ ଆସୁଛି ବୋଲି ପୋଲିସ ଟ୍ରାକ କରି ଜାଣିପାରୁଛି । ତେବେ ସ୍ତ୍ରୀ ଠାରୁ ଅଲଗା ହୋଇ ରହିବାକୁ ଏପରି ଶରତ କରୁଛନ୍ତି ବୋଲି ମଧ୍ୟ ଚର୍ଚା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *