‘ସେ ଗୋଟେ ଅଣ୍ଡିରାଟା ପଇସା ପାଇଁ ମାଇଚିଆ ହେଇଗଲ..ସେଥିରେ ପୁଣି ତାଙ୍କର ଦୁଇଟା ଛୁଆ…’ ରାଜରାସ୍ତାରେ ଗର୍ଜିଲେ କିନ୍ନର, ଦେଖନ୍ତୁ କଣ କହିଲେ…

ବନ୍ଧୁଗଣ, କିନ୍ନର ସଂପ୍ରଦାୟର କିନ୍ନର ମାନେ ମୀରା ପରିଡାଙ୍କ ବିରୁଦ୍ଧରେ ନାନା ପ୍ରକାରର ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ “ପଇସା ପାଇଁ ମାଇଚିଆ ହୋଇଗଲ, ତୁମ୍ଭକୁ ଧିକ” । ମୀରା ହେଉଛନ୍ତି ଜଣେ ପୁରୁଷ ସେ ଜଣେ ଝିଅକୁ ବିବାହ କରିଥିଲେ, ଟଙ୍କା ପାଇଁ ଆଜି ମାଇଚିଆ ହୋଇଯାଇଛନ୍ତି । ଏବେ ମୀରା ହାତରେ ବ୍ୟାଙ୍କ ବାଲାନ୍ସ ପାୱାର ସବୁ ରହିଅଛି, ସେ ତାଙ୍କ କିନ୍ନର ଛୁଆ ମାନଙ୍କୁ ପର କରିଦେଲେ ।

କେବଳ ପାୱାର ପାଇବା ପାଇଁ ସେ କିନ୍ନର ହୋଇଛନ୍ତି । ନ ହେଲେ ମୀରା ହେଉଛନ୍ତି ଜଣେ ପୁରୁଷ । ତେବେ ଏହିଭଳି ଅଭିଯୋଗ ତଥା ଏହିଭଳି ଆକ୍ଷେପ କରୁଛନ୍ତି ମୀରାଙ୍କ ପାଖରେ ପୂର୍ବରୁ ରହିଥିବା ତାଙ୍କର ଶିଷ୍ୟମାନେ । ମୀରା ତାଙ୍କ ଉପରେ ଅତ୍ୟାଚାର କରିଛନ୍ତି ବୋଲି କହି ମାଷ୍ଟର କ୍ୟାନ୍ଟିନ ଛକରେ ବର୍ଷାରେ ଭିଜି ଭିଜି ପ୍ରତିବାଦ କରିଛନ୍ତି ସହ ସହ କିନ୍ନର ।

କିନ୍ନର ମାନଙ୍କ ତାଳି ମାଡରେ କମ୍ପିଛି ମାଷ୍ଟର କ୍ୟାଣ୍ଟିନ ଛକ । ତେବେ ସେମାନଙ୍କ ମା’ ଅଥବା ଗୁରୁ କହୁଥିବା ମୀରା ପରିଡାଙ୍କ ନାମରେ ସାଂଘାତିକ ଅଭିଯୋଗ କରିଛନ୍ତି ସହ ସହ କିନ୍ନର । ଅଭିଯୋଗ ଅନୁଯାୟୀ କିନ୍ନର ମାନଙ୍କୁ ମୀରା ବଟି ପାଇଁ ଧମକାନ୍ତି । ସନ୍ଧ୍ୟାହେଲେ ବଟି ଆଣି ମୀରାଙ୍କ ପାଖରେ ପହଞ୍ଚିବା ଦରକାର । ଯଦି ବଟି ଦେବାକୁ କିନ୍ନର ମାନେ ମନା କରନ୍ତି, ତେବେ ମୀରା ସେମାନଙ୍କୁ ତାଙ୍କ ପାୱାରର ଫାଇଦା ଉଠାଇ ଧମକାନ୍ତି । ଏହା ସହିତ କିନ୍ନର ମାନଙ୍କ ପାଇଁ ଥିବା ସବୁ ଯୋଜନାକୁ ବନ୍ଧ କରିଦେବା ପାଇଁ ଡରାନ୍ତି ।

ନଦେଲେ ମୀରା ମାଡ ମାରୁଥିବା ଅଭିଯୋଗ କରିଛନ୍ତି କିନ୍ନର ମାନେ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାନସଭା ଘେରାଉ କରିଛନ୍ତି ସହ ସହ କିନ୍ନର । ବର୍ଷାରେ ତଳେ ଗଡି ଗଡି ମୁଣ୍ଡ ପିଟି ପିଟି ବିଜେଡିରୁ ବହିସ୍କାର କରିବା ନିମନ୍ତେ ଧାରଣା ଦେଇଛନ୍ତି କିନ୍ନର ମାନେ । ସେମାନେ କହିଛନ୍ତି ଯେ ଆମ୍ଭେମାନେ କିଛି ଜାଣିନଥିଲୁ ମୀରା ଆମ୍ଭକୁ ଶିଖାଇଥିଲା ସବୁକିଛି ।

ଏହାପରେ ଆମ୍ଭଠାରୁ କିଛି ପଇସା ସିଏ ନିଅନ୍ତି, ଆଉ କିଛି ପଇସାରେ ଆମ୍ଭେ ଆମ ଘର ଚଳାଇଥାଉ । ମୀରା ପରିଡା ଗୋଟିଏ ପୁରୁଷ ତଥା ଗୋଟିଏ ଝିଅକୁ ବିବାହ କରିଛନ୍ତି କେବଳ ଟଙ୍କା ପାଇଁ ଆଜି କିନ୍ନର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଣେ କିନ୍ନର । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *