ବାହୁନି କାନ୍ଦୁଛି ମା, ପୁଅ କଥାକୁ ଭାବି ଭାବି ପାଗେଳି ପ୍ରାୟ Santosh ଙ୍କ ମା, କଣ କହୁଛନ୍ତି ଦେଖନ୍ତୁ…

ବନ୍ଧୁଗଣ, ବହୁ ଚର୍ଚ୍ଚିତ ରଶ୍ମିରେଖା ଆ-ତ୍ମ-ହ-ତ୍ୟା ମାମଲା ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଗତ ମାସରେ ରଶ୍ମିରେଖା ନିଜ ଜୀବନ ହରାଇଥିବା ବେଳେ ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସ୍ଵାମୀ ସନ୍ତୋଷ ମଧ୍ୟ ଆ-ତ୍ମ-ହ-ତ୍ୟା କରିଛନ୍ତି । ସନ୍ତୋଷଙ୍କ ମା’ ଙ୍କ କହିବା ଅନୁଯାୟୀ ସନ୍ତୋଷ ଜଣେ ଶାନ୍ତ ସରଳ ତଥା ଭଲ ପିଲା ଥିଲେ । ମାତ୍ର ରଶ୍ମିରେଖାଙ୍କ ପାଇଁ ବର୍ତ୍ତମାନ ତାଙ୍କ ପୁଅ ସନ୍ତୋଷ ସବୁଦିନ ଲାଗି ତାଙ୍କୁ ଛାଡି ଚାଲିଯାଇଛନ୍ତି ।

ସନ୍ତୋଷ ପ୍ରାଣତ୍ୟାଗ କରିବା ପୂର୍ବରୁ ତାଙ୍କ ମା’ ଙ୍କୁ କହିଥିଲେ ଯେ ମୁଁ ରଶ୍ମିକୁ ବିବାହ ନିମନ୍ତେ କହିଥିଲି । ମୁଁ ବହୁତ ଭଲ ପାଉଥିଲି ତାକୁ । ମାତ୍ର ସେ କିଭଳି ଏମିତି କରି ମତେ ଏକୁଟିଆ କରି ଚାଲିଗଲା ? ମୁଁ ମଧ୍ୟ ମରିଯିବି । କିନ୍ତୁ ସନ୍ତୋଷଙ୍କ ମା’ ତାଙ୍କୁ ବୁଝାଇଥିଲେ ଯେ ରହିଥା’ କଥା କ’ଣ ହୋଇଛି ବୁଝିବା ମରିବୁ କ’ଣ ପାଇଁ ? ସଂପୂର୍ଣ୍ଣ ମାସେ ୧୫ ଦିନ ହେବ ସନ୍ତୋଷ କୁ ବୁଝାଇ ବୁଝାଇ ରଖିଥିଲେ ବୋଲି କହିଛନ୍ତି ତାଙ୍କ ମା’ ।

କିନ୍ତୁ ସନ୍ତୋଷ କହିଥିଲେ ଯେ ମୋର ମାନ ସନ୍ନମାନ ଇଜ୍ଜତ ସବୁ ନେଇଗଲା । ସନ୍ତୋଷଙ୍କ ମା’ ନିଜ ପୁଅକୁ ଝୁରି ଝୁରି କହିଛନ୍ତି ଯେ ମୋ ପିଲା ବହୁତ ଭଲ । ରଶ୍ମିରେଖା ମୋ ଘରୁ ଗଲା ନାହିଁ । ରଶ୍ମିରେଖାଙ୍କର ବହୁତ ଲଫଡା ଥିଲା ମାତ୍ର ସନ୍ତୋଷ ଫସିଗଲେ ବୋଲି କହିଛନ୍ତି ସନ୍ତୋଷଙ୍କ ମା’ । ଉଭୟ ଭୁବନେଶ୍ବରରେ ରହୁଥିଲେ କି ନରହୁଥିଲେ ତାହା ମଧ୍ୟ ସନ୍ତୋଷଙ୍କ ପରିବାର ଲୋକେ ଜାଣିନଥିଲେ ବୋଲି କହିଛନ୍ତି ।

ମା’ ପଚାରିଲେ ପୁଅ ସନ୍ତୋଷକୁ ଯେ ଦେଢମାସର ଝିଅଟି ତତେ ସୁନ୍ଦର ଲାଗୁଛି ମାତ୍ର ଆମ୍ଭେ ତତେ ୨୭ ବର୍ଷ ମଣିଷ କରିଛୁ ଆମ୍ଭେ କିଛି ନୁହଁ ? କିନ୍ତୁ ସନ୍ତୋଷ ପାଗଳ ଭଳି ରଶ୍ମି ରଶ୍ମି ହେଉଥିଲେ ଏବଂ ନିଜ ମା’ଙ୍କୁ କହିଥିଲେ ଯେ ସେ ଖାଲି ମତେ କହିଦେଉ ଯେ ସେ କ’ଣ ପାଇଁ ମଲା ? ମୁଁ ତାର କିଛି କ୍ଷତି କରିନଥିଲି ।

ମୁଁ ବାହାହେବା ନିମନ୍ତେ ତାକୁ ଭଲପାଇ ରଖିଥିଲି । ସନ୍ତୋଷ କହିଥିଲେ ଯେ ଆମ୍ଭେ ମନ୍ଦିର ଯାଇଥିଲୁ ଏବଂ ସେଠାରେ ବାହାହେବା ନିମନ୍ତେ କହିଥିଲୁ କିନ୍ତୁ ସେଠାରେ ମନାକରିଥିଲେ । ଏହାପରେ ସନ୍ତୋଷ ରଶ୍ମିଙ୍କୁ ବୁଝାଇଥିଲେ ଯେ ଆମ୍ଭେ ଘରେ ଜଣାଇବା ତା ପରେ ବାହାହେବା । ତେବେ ଏହିଭଳି ମର୍ମାହତରେ ନିଜ ପୁଅ ସନ୍ତୋଷକୁ ଝୁରି ସମସ୍ତ କଥା କହିଛନ୍ତି ତାଙ୍କ ମା’ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *