BJB College ଛାତ୍ରୀ Ruchika ଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନା ଆସିଲା ଭୟଙ୍କର ସତ, ଲେଡିଜ ହଷ୍ଟେଲ ବାଥରୁମରେ ଲାଗିଥିଲା CCTV…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେବି କଲେଜ ଲେଡିସ ହଷ୍ଟେଲରେ ଲାଗିଲା ସି-ସି-ଟି-ଭି । ଛାତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲିଂ । ନିର୍ଦ୍ଧିଷ୍ଟ କୋଚିଙ୍ଗ ସେଣ୍ଟରରେ କୋଚିଙ୍ଗ ଦେବାକୁ ଛାତ୍ରୀଙ୍କୁ କରାଯାଉଥିଲା ବାଧ୍ୟ । ଲେଡିଜ ହଷ୍ଟେଲ ଚାରିପଟେ ପଡିଥିଲା ସି-ଗା-ରେ-ଟ ପ୍ୟାକେଟ ଏବଂ ମ-ଦ ବୋତଲ । ତେବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ଆ-ତ୍ମ-ହ-ତ୍ୟାରେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ।

ରୁଚିକା ମହାନ୍ତିଙ୍କ ବାପା କହିଛନ୍ତି ଲେଡିଜ ହଷ୍ଟେଲ ଚାରିପଟେ ମ-ଦ ବୋତଲ ପଡିଥିଲା । ସେପଟେ ରୁଚିକାଙ୍କ ସମ୍ପର୍କୀୟ ଭଉଣୀ କହିଛନ୍ତି ବିଜେବି କଲେଜ ଲେଡିସ ହଷ୍ଟେଲ ବାଥରୁମରେ ଲାଗିଥିଲା ସି-ସି-ଟି-ଭି । ସୁଇସାଇଡ ନୋଟରେ ଥିବା ୩ ଛାତ୍ରୀ କିଏ ଏ ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାରଲୋକେ । ରୁଚିକାଙ୍କ ବାପା କହିଛନ୍ତି ଯେ ମ-ଦ ବୋତଲ ତଥା ସି-ଗା-ରେ-ଟ ବୋତଲ କାହିଁକି ପଡୁଛି ବୋଲି ତାଙ୍କର କଲେଜ ପିଲା ହିଁ କହୁଛନ୍ତି ।

ଏହି ଘଟଣାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ କହିଛନ୍ତି ଯେ ଏହି ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉନାହିଁ ? ତୁରନ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

କିଛି ଆନ୍ଦୋଳନ କାରୀ ମହିଳା ରୁଚିକାଙ୍କ ମା’ ଙ୍କୁ କହିଛନ୍ତି ଯେ ଆପଣ ଦେଖିଲେ ଯେତେବେଳେ ଆପଣଙ୍କ ପିଲାକୁ ସହରକୁ ପଠାଉଛନ୍ତି ଆପଣ ଭୁଲିଜାଆନ୍ତୁ ଯେ ଆପଣଙ୍କ ପିଲା ଫେରିବ । ତେବେ ଏହା ଏକ ବହୁତ ବଡ ବାରତା ଅଟେ କାରଣ ସରକାରୀ କଲେଜର ହଷ୍ଟେଲରେ ଆପଣଙ୍କ ପିଲା ସୁରକ୍ଷିତ ନୁହେଁ । ଏହି ଭାବନା ସମସ୍ତଙ୍କ ମନରେ ନିଶ୍ଚିତ ଭାବରେ ଆସିବ । ମାତ୍ର ଯେଉଁଠାରେ ସି-ସି-ଟି-ଭି ଲାଗିଥିବ, ୱାର୍ଡନ ମାନେ ପିଲାମାନଙ୍କୁ ଠିକରେ ଦେଖୁଥିବେ, ଏହା କେଉଁଠି ହେଉଛି ? ସରକାରୀ କଲେଜରେ ତ ଏଭଳି ଆଦୌ ହେଉନାହିଁ ।

ତେବେ ପ୍ରାଇଭେଟ କଲେଜରେ ନହେଲେ ମଧ୍ୟ ଯେଉଁମାନେ ଅଧିକ ଟଙ୍କା ନେଉଛନ୍ତି ସେମାନଙ୍କ ପାଖରେ ଏଭଳି ସିଷ୍ଟମ ରହିଅଛି । ତେବେ ରୁଚିକା ଆ-ତ୍ମ-ହ-ତ୍ୟାକୁ ନେଇ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଚାଲିଛି । ତେବେ ଏହି ଘଟଣା କେବଳ ବିଜେବି କଲେଜ କ୍ୟାମ୍ପସ ଭିତରେ ସୀମିତ ନାହିଁ । ରୁଚିକାଙ୍କୁ ନ୍ୟାୟ ଦାବିରେ ରାଜଧାନୀ ଭୁବନେଶ୍ବର ଉଠୁଛି ପଡୁଛି । କିନ୍ତୁ ଏନେଇ କଲେଜ କତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *