ନା ସ୍ଵାମୀର ନା ଦିଅରର ? କାହା ପାଇଁ ମଥାରେ ପିନ୍ଧିବେ ସିନ୍ଦୁର, ଏହି 22 ବର୍ଷୀୟ ମହିଳାଙ୍କା କରୁଣ କାହାଣୀ ଶୁଣିଲେ ଆପଣଙ୍କ ଆଖି ଜକେଇ ଆସିବ…

ସ୍ଵାମୀ ଯଦି ପୁରୁଷ ପଣିଆ ପାଇଁ ଅସମର୍ଥ ହୁଏ ଆଉ ପରିବାର ଲୋକେ ଯଦି ହତାଦାର କରନ୍ତି ତେବେ ସେ କହିବେ କାହାକୁ । ଲୁଚି ଲୁଚି କାନ୍ଦିବା ଛଡା ବୋଧ ହୁଏ କିଛି ବାଟ ନାହିଁ । ଏମିତି ଘଡ଼ିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛନ୍ତି ୨୨ ବର୍ଷିଆ ବିବାହିତା ମହିଳା ବନିତା ବେହେରା । ଘର ଭଞ୍ଜନଗର ବାରୁଡା ଗ୍ରାମରେ ହୋଇଥିବା ବେଳେ ବିବାହ କରିଥିଲେ ଖଡଭାଗ ଗ୍ରାମର ନିରଞ୍ଜନଙ୍କୁ । ବିବାହର ମାତ୍ର ୧୦ ଦିନ ନବିତୁଣୁ ବନିତାଙ୍କ ମୁଣ୍ଡ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା ।

ସ୍ଵାମୀ ଯେ ପୁରୁଷ ପଣିଆ ପାଇଁ ଅସମର୍ଥ ଏ କଥା ଶାଶୁକୁ ଜଣାଇ ବାପ ଘରକୁ ଯିବା ପାଇଁ ବାହାରିଥିଲେ । ହେଲେ ଶାଶୁ କାମିନି ଲୋକ ଲଜ୍ୟାକୁ ଭୟ କରି ଦିଅର ସହ ବିବାହ କରିବା ପାଇଁ ମନାଇ ଥିଲେ । ବନ୍ଧୁଗଣ ବନିତା ବେହେରା ଗଣମାଧ୍ୟମଙ୍କ ସାମ୍ନାକୁ ଆସି କହିଛନ୍ତି-‘ସବୁ ମିଛ କଥା କହି ରଖିଦେଇଛନ୍ତି । ଏବେ ମୋତେ ସ୍ଵାମୀର କରି ଦେଉ ନାହାନ୍ତି କି ଦିଅରର କରିଦେଉ ନାହାନ୍ତି । ପଇସା ସାରିବା ବେଳକୁ କହୁଛନ୍ତି ତୁ ବି ସରିଲୁ । କହୁଛନ୍ତି ବିଶ ଖା, ଦଉଡି ଦେ ଯୁଆଡେ ଯାଉଛି ପଳେଇ ଯା’ ।

ଆଉ ଏହାରି ଭିତରେ ବନିତା ସଞ୍ଚୟ କରିଥିବା ସମସ୍ତ ଟଙ୍କାକୁ ସ୍ଵାମୀ ନିରଞ୍ଜନଙ୍କ ଚିକିତ୍ସାରେ ସାରିଦେଇଥିଲେ । ଆଉ ସେପଟେ ଦିଅର ରାଜେନ୍ଦ୍ର ବନିତାଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏକ ବର୍ଷ ପଳେଇଲା ହେଲେ ବନିତାଙ୍କ ବୈବାହିକ ଜୀବନ ସଫଳ ହୋଇପାରିଲା ନାହିଁ । ଶେଷରେ ଶାଶୁ ଘର ଲୋକେ ଶାରୀରିକ ନିର୍ଯାତନା ଦେଇ ବନିତାଙ୍କୁ ଘରୁ ତଡି ଦେଇଥିଲେ ।

ହେଲେ ନିଜର ହକ୍ ପାଇଁ ମହିଳା ସଂଗଠନଙ୍କ ସହାୟତାରେ ଏବେ ଶାଶୁ ଘରକୁ ଆସି ରହିବା ପାଇଁ ଅପେକ୍ଷା କରିଛନ୍ତି ବନିତା । ସେପଟେ ଶାଶୁ ଘର ଲୋକଙ୍କୁ ବହୁତ ବୁଝାବଣା କରିବା ସତ୍ବେ ମଧ୍ୟ ସ୍ଵୀକାର ନକରିବାରୁ ମହିଳା ସଂଗଠନ ବନିତାଙ୍କୁ ନେଇ ଥାନାରେ ଏତଲା ଦେଇଛନ୍ତି । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ।

ଅନେକ ଲୋକ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *