ଏହି ବ୍ୟକ୍ତି ବଞ୍ଚେଇ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ Imran Khan ଙ୍କ ଇଜ୍ଜତ, ଓଲଟି ଗଲା ପୁରା ଖେଳ…

ପାକିସ୍ତାନରେ ଅବିଶ୍ଵାସ ପ୍ରସ୍ତାବକୁ ନେଇ ଭୋଟିଙ୍ଗ ପୂର୍ବରୁ ଇମ୍ରାନ ଖାନ ଏକ ବଡ ଖେଳ ଖେଳି ଦେଇଛନ୍ତି । ପାକିସ୍ତାନର ନାସନାଲ ଏସାମ୍ବ୍ଲିରେ ଇମ୍ରାନ ଖାନଙ୍କ ବିରୋଧରେ ଯେଉଁ ଅବିଶ୍ଵାସ ପ୍ରସ୍ତାବ ଅଣା ଯାଇଥିଲା ତାହା ଖାରଜ କରାଯାଇଛି । ପାକିସ୍ତାନ ଏସାମ୍ବ୍ଲିର ଡିପ୍ଟି ସ୍ପିକର କାଶିମ ଖାନ ସୂରୀ 25 ଏପ୍ରିଲ ଯାଏଁ ସାଂସଦର କାର୍ଯ୍ୟ ସ୍ଥଗିତ କରିଛନ୍ତି । କୁହାଯାଉଛି କାଶିମ ଖାନ ସୂରୀ ଗୋଟିଏ ଝଟକାରେ ସଂପୂର୍ଣ୍ଣ ଖେଳ ବଦଳାଇ ଦେଲେ ।


ଡିପ୍ଟି ସ୍ପିକର କାଶିମ ଖାନ ସୂରୀ ପାକିସ୍ତାନ ତେହେରିର ଇନ୍ସାଫ ପାର୍ଟିର ସଦସ୍ୟ ଅଟନ୍ତି । କାଶିମ ସୂରୀ ବେଲୁଚିସ୍ତାନର କ୍ଵେଟାରୁ ନାସନାଲ ଏସାମ୍ବ୍ଲିର ସଦସ୍ୟ ଅଟନ୍ତି । କାଶିମ ଖାନ ସୂରୀ ବେଲୁଚିସ୍ତାନ ପ୍ରାନ୍ତରେ ଇନ୍ସାଫ ପାର୍ଟିର ଇଜ୍ଜତ ରଖିବା ପାଇଁ ଏକ ମହତ୍ଵପୂର୍ଣ୍ଣ ଭୂମିକା ରଖିଥିଲେ ।

କାଶିମ ଖାନ ସୂରୀ ୧୯୯୬ ମସିହାରୁ ପାକିସ୍ତାନ ତେହେରିର ଇନ୍ସାଫ ପାର୍ଟିର ସକ୍ରିୟ ସଦସ୍ୟ ରୂପେ ଯୋଡି ହୋଇ ରହିଛନ୍ତି । କାଶିମ ସୂରୀ ଯେଉଁ ଭଳି ଅବିଶ୍ଵାସ ପ୍ରସ୍ତାବକୁ ଖାରଜ କରିଲେ ଏହାର ତୁରନ୍ତ ପରେ  ଇମ୍ରାନ ଖାନ ଦେଶକୁ ସମ୍ବୋଧିତ କରିଲେ । ଇମ୍ରାନ ଖାନ କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ସାଂସଦକୁ ଭଙ୍ଗ କରିବା ପାଇଁ ଓ ନିର୍ବାଚନ କରିବା ପାଇଁ ନିବେଦନ କରିଛନ୍ତି ।

ଦେଶର ଜନତା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ । ବିପକ୍ଷ ସାଂସଦ ମାନଙ୍କ କହିବା ଅନୁସାରେ, ଡିପ୍ଟି ସ୍ପିକର ମଧ୍ୟ ଏହି ନିର୍ବାଚନରେ କମ୍ପିଡିସନ କରିବେ । ଏକ୍ସପଟ୍ସ ମାନେ କହିଛନ୍ତି, ଏବେ ପାକିସ୍ତାନ ଆର୍ମୀ ମାନେ କଣ କହିବେ ତାହା ହିଁ ଦେଖିବା ବାକି ରହିଛି । ବନ୍ଧୁଗଣ ପାକିସ୍ତାନର ରାଜନୈତିକ ଇତିହାସରେ ଏହା ପୂର୍ବରୁ ୧ ନଭେମ୍ବର ୧୯୭୯ ମସିହାରେ ପୂର୍ବ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ବିରୋଧରେ ଓ ଏହା ପରେ ୨୦୦୬ରେ ପୂର୍ବ ପ୍ରଧାନମନ୍ତ୍ରୀ ଶୋକଦ ଅଜିଜଙ୍କ ବିରୋଧରେ ନାସନାଲ ଏସାମ୍ବ୍ଲିରେ ଅବିଶ୍ଵାସ ପ୍ରସ୍ତାବ ଦିଆଯାଇଥିଲା ।

ଦୁଇ ଥର ଯାକ ବିପକ୍ଷଙ୍କୁ ଅସଫଳତା ମିଳିଥିଲା । ଏବେ ପାକିସ୍ତାନର ରାଷ୍ଟ୍ରପତି ଇମ୍ରାନ ଖାନଙ୍କ ନିବେଦନ ପାଇଁ ସାଂସଦକୁ ଭଙ୍ଗ କରିଛନ୍ତି । ଏହା ସହିତ ଇମ୍ରାନ ଖାନ ବି ନିଜ କ୍ଯାବିନେଟକୁ ଭଙ୍ଗ କରିବା ପାଇଁ ଘୋଷଣା କରି ସାରିଛନ୍ତି । ପାକିସ୍ତାନରେ ଏବେ ନିର୍ବାଚନ ହେବ ବୋଲି କୁହାଯାଉଛି । ପାକିସ୍ତାନର ମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ ପାକିସ୍ତାନରେ ନିର୍ବାଚନ ହେବ ।

Leave a Reply

Your email address will not be published. Required fields are marked *