Software Engineer ଶ୍ଵେତା ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ଭୋ-ଭୋ ହେଇ କାନ୍ଦିଲେ ଶ୍ଵେତାଙ୍କ ଭାଇ, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣା ମାମଲାରେ ହୋଇଛି ବଡ଼ ଖୁଲାସା । ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ଶ୍ୱେତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପାଇଁ ଉସୁକା ଯାଇଥିବା ମାମଲା ରୁଜୁ ହୋଇଛି । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ସନ୍ଦିଗ୍ଧଙ୍କ ନାଁ । ଡାଏରୀରେ ଥିବା ନାଁ ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ସୂଚନା ମିଳିଛି ।

ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିପାରେ ପୋଲିସ । ତେବେ ଗତକାଲି ଆର୍ଟମେଣ୍ଟରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତେବେ ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୈଳଶ୍ରୀ ବିହାରର ଏକ ଆର୍ଟମେଣ୍ଟରୁ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଯୁବତୀ ଜଣଙ୍କ ଭଦ୍ରକ ଅଞ୍ଚଳର ଶ୍ୱେତା ଉତ୍କଳ କୁମାରୀ ।

ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଶନିବାର ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକଙ୍କୁ ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଛି । ଶ୍ୱେତାଙ୍କ କଲ ଡିଟେଲ୍ସ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ପୋଲିସ । ତଦନ୍ତ ପରେ ପ୍ରକୃତ କାରଣ କଣ ତାହା ସାମ୍ନାକୁ ଆସିବ ।

ତେବେ ଶ୍ୱେତାଙ୍କ ଭାଇ କହିଛନ୍ତି, ସମ୍ପୃକ୍ତ ଯୁବକ ପ୍ରଥମେ ୬ମାସ ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ । ପ୍ରେମ ନ କଲେ ହାତ କାଟିଦେବେ ବୋଲି ଧମକ ଦେଉଥିଲେ । ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା । ତେବେ ସେତେବେଳକୁ ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ବା ଭିଡିଓ ରଖି ଯୁବକ ଜଣକ ଭାଇରାଲ କରିବାକୁ ଧମକ ଦେଉଥିଲା । ଉଭୟଙ୍କୁ ବାହା କରାଇ ଦେବାକୁ ସେମାନେ ଚେଷ୍ଟା କରିଥିଲେ ।

୨ ଥର ସମ୍ପୃକ୍ତ ଯୁବକ ଘରକୁ ଯାଇଥିଲେ । ହେଲେ ତାଙ୍କ ପରିବାର ଲୋକେ ଦୁର୍ବ୍ୟବହାର କରିଥିଲେ । ତେଣେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ୪ ବର୍ଷ ଧରି ଏହି ବୟଫ୍ରଣ୍ଡଙ୍କ ସହ ଶ୍ୱେତା ସମ୍ପର୍କରେ ଥିଲେ । ବୟଫ୍ରେଣ୍ଡ ବିବାହ କରିବାକୁ ମନା କରିବାରୁ ଶ୍ୱେତା ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ଲଭ୍ ଟ୍ରାଙ୍ଗେଲକୁ ନେଇ ମଧ୍ୟ ଘଟଣା ଘଟିଥିବା ପୁଲିସ ସନ୍ଦେହ କରି ତଦନ୍ତ ଆଗେଇଛି ।

ସେପଟେ ଶ୍ୱତାଙ୍କ ଅନେକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରୁ ଗୋଟିଏରେ ସେ ବୁଲେଟରେ ବସି ବୁଲୁଥିବା ବେଳେ କେହି ଜଣେ ଏହାକୁ ରେକଡିଂ କରୁଥିବା ଦେଖିବାକୁ ମିଳିଛି । ପୁଲିସ ଏହି ଭିଡ଼ିଓକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଥିବା ଜଣାପଡ଼ିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *