‘ଝାଡା ଯାଇଥିଲି, ସେମାନେ ମୋ ପଛପଟୁ ଆସି ମୋର…’ ସାମ୍ନାକୁ ଆସିଲା ଭୟଙ୍କର ସତ ! ସେଦିନ ପୀଡିତଙ୍କ ସହ କଣ ହୋଇଥିଲା, ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଅପରାଧର ସଂଖ୍ୟା ବଢିବାକୁ ଲାଗିଛି । ତେବେ ବେଳେବେଳେ ଆପଣ ଙ୍କୁ କିଛି ଏଭଳି କାରନାମା କିମ୍ବା ଘଟଣା ବିଷୟରେ ଶୁଣିବାକୁ ପାଇବେ ଯାହା ଦ୍ୱାରା ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିବେ । ତେବେ ସେହିପରି ବର୍ତ୍ତମାନ ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିଦେବ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରିନେବା ।

ରାଜ୍ୟର ବ୍ରହ୍ମପୁର ଏମକେସିଜି ମେଡିକାଲର ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ମଳଦ୍ୱାରରେ ଏକ କାଚ ଗ୍ଲାସ ପଶି ଯାଇଥିଲା । ଡାକ୍ତରମାନେ ୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରି ଶେଷରେ ସଫଳ ହୋଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମଳଦ୍ୱାରରେ ପଶିଥିବା କାଚ ଗ୍ଲାସକୁ ଅସ୍ତ୍ରୋପଚାର କରି ବାହାରକୁ କାଢ଼ିଥିଲେ । ତେବେ ସୂଚନାଯୋଗ୍ୟ ଯେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କ ମଳଦ୍ୱାରରେ ଏକ କାଚ ଗ୍ଲାସ ପଶିଯାଇଥିଲା ।

ତାଙ୍କର କିଛି ମଦ୍ୟପ ବନ୍ଧୁ ତାଙ୍କ ମଳଦ୍ୱାରରେ ଜୋରଜବଦରସ୍ତି ଏକ କାଚ ଗ୍ଲାସ ଭର୍ତ୍ତି କରି ଦେଇଥିଲେ । ଏହାପରେ ମଳଦ୍ୱାର ଦେଇ ଗ୍ଲାସଟି ପେଟ ଭିତରକୁ ପଶି ଯାଇଥିଲା । କୃଷ୍ଣଙ୍କ ପେଟ ଯନ୍ତ୍ରଣା ହେବାରୁ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ାକୁ ପଳାଇ ଆସିଥିଲେ । ତେବେ କୃଷ୍ଣଙ୍କ ପେଟ ଭୀଷଣ ବ୍ୟଥା ହେବାରୁ ସେ ଏମକେସିଜି ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ । ଏହାମଧ୍ୟରେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି ।

ଡାକ୍ତରମାନେ କାଚ ଗ୍ଲାସକୁ ପେଟ କାଟି ବାହାର କରିଥିଲେ । ପ୍ରଥମେ ଡାକ୍ତରମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ବିଫଳ ହେବା ପରେ ପେଟ କାଟି ବାହାର କରିଥିଲେ । ତେବେ ମଅଦ୍ୟୟପାନ ବେଳେ ନିଶାସକ୍ତ ଅବସ୍ଥାରେ ଏଭଳି ଜଘନ୍ୟ କାଣ୍ଡ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ଆରପଟେ ଡାକ୍ତରୀ ଦଳଙ୍କ ତ୍ବରିତ ଚିକିତ୍ସା ଓ ସଫଳତାର ସହ ଏହି ଜଟିଳ ଅପରେସନ୍‌କୁ ସମ୍ପୂର୍ଣ୍ଣ କରାଯିବା ଫଳରେ ତାଙ୍କ ଜୀବନ ରକ୍ଷା ସମ୍ଭବପର ହୋଇ ପାରିଥିଲା ।

୮ ଦିନ କାଳ କାଚ ଗ୍ଲାସ୍ ମଳଦ୍ଵାର ଓ ଶରୀର ଭିତରେ ରହିବା ପରେ ପେଟ ବାଟେ ଅପରେସନ୍ କରି ବାହାର କରାଯିବାର ଏହି ସଫଳତା ଏବେ ଏମ୍‌କେସିଜିର ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା ଆଣିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *