ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, Software Engineer ଶ୍ଵେତାଙ୍କ ସହ କରିଥିଲେ ଏହି ସାଂଘାତିକ କାଣ୍ଡ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି । ଝିଅକୁ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଥିଲା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ । ଶ୍ୱେତାଙ୍କ ବାପା ଓ ଭାଇ ଏହି ଅଭିଯୋଗ କରିଛନ୍ତି ।

ଶ୍ୱେତାଙ୍କ ବାପା କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଝିଅ ଯେଉଁ ସଫ୍ଟଓୟାର କମ୍ପାନୀରେ କାମ କରୁଥିଲେ, ସମ୍ପୃକ୍ତ ଯୁବକ ମଧ୍ୟ ଏକଦା ଉକ୍ତ କମ୍ପାନୀରେ କାମ କରୁଥିଲେ । ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉକ୍ତ ଯୁବକ ଚାକିରି ଛାଡ଼ି ଏମ୍ବିଏ କରୁଛନ୍ତି । ଝିଅ ସହ ବିଶ୍ୱାସ ଘାତକତା କରି ଉକ୍ତ ଯୁବକ ବ୍ଲାକମେଲ କରୁଥିବା ଜଣାପଡ଼ିବା ପରେ ସେମାନେ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

ସମ୍ବଲପୁର ସ୍ଥିତ ସମ୍ପୃକ୍ତ ଯୁବକଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ରଖିଥିଲେ । ହେଲେ ଯୁବକଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ତେବେ ଚାକିରିରୁ ଅବସର ନେଇସାରିଥିବାରୁ ଏତେ ଟଙ୍କା ଦେବାକୁ ସେ ଅସମର୍ଥତା ପ୍ରକାଶ କରିଥିଲେ । ହେଲେ ଟଙ୍କା ନ ଦେଲେ ବାହାଘର ହୋଇପାରିବ ନାହିଁ ବୋଲି ଯୁବକର ପରିବାର ଲୋକେ କହିଥିଲେ । ତେଣେ ଯେତେ ବୁଝାଇଥିଲେ ବି ଝିଅ ବୁଝି ନ ଥିଲା । ତେଣୁ ସେ ମାନସୀକ ଚିନ୍ତାରେ ଥିଲା ।

ଶ୍ୱେତାଙ୍କ ଭାଇ କହିଛନ୍ତି, ସମ୍ପୃକ୍ତ ଯୁବକ ପ୍ରଥମେ ୬ମାସ ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ । ପ୍ରେମ ନ କଲେ ହାତ କାଟିଦେବେ ବୋଲି ଧମକ ଦେଉଥିଲେ । ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା । ତେବେ ସେତେବେଳକୁ ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ବା ଭିଡିଓ ରଖି ଯୁବକ ଜଣକ ଭାଇରାଲ କରିବାକୁ ଧମକ ଦେଉଥିଲା । ଉଭୟଙ୍କୁ ବାହା କରାଇ ଦେବାକୁ ସେମାନେ ଚେଷ୍ଟା କରିଥିଲେ ।

୨ ଥର ସମ୍ପୃକ୍ତ ଯୁବକ ଘରକୁ ଯାଇଥିଲେ । ହେଲେ ତାଙ୍କ ପରିବାର ଲୋକେ ଦୁର୍ବ୍ୟବହାର କରିଥିଲେ । ସେପଟେ ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ସନ୍ଦିଗ୍ଧଙ୍କ ନାଁ । ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ସୂଚନା ମିଳିଛି । ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

୪ ବର୍ଷ ଧରି ଏହି ବୟଫ୍ରଣ୍ଡଙ୍କ ସହ ଶ୍ୱେତା ସମ୍ପର୍କରେ ଥିଲେ । ବୟଫ୍ରେଣ୍ଡ ବିବାହ କରିବାକୁ ମନା କରିବାରୁ ଶ୍ୱେତା ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ଲଭ୍ ଟ୍ରାଙ୍ଗେଲକୁ ନେଇ ମଧ୍ୟ ଘଟଣା ଘଟିଥିବା ପୁଲିସ ସନ୍ଦେହ କରି ତଦନ୍ତ ଆଗେଇଛି । ସେପଟେ ଶ୍ୱତାଙ୍କ ଅନେକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରୁ ଗୋଟିଏରେ ସେ ବୁଲେଟରେ ବସି ବୁଲୁଥିବା ବେଳେ କେହି ଜଣେ ଏହାକୁ ରେକଡିଂ କରୁଥିବା ଦେଖିବାକୁ ମିଳିଛି । ପୁଲିସ ଏହି ଭିଡ଼ିଓକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ଶ୍ୱେତା ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ଘର ଭଦ୍ରକରେ । ସେ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ । ଗତକାଲି ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା । ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍କୁ ଖବର ଦେଇଥିଲେ ।

ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା । ପୁଲିସ୍ କବାଟ ବାଡ଼େଇବା ସତ୍ତ୍ୱେ ଶ୍ୱେତା ରହୁଥିବା ରୁମ୍ ଭିତରୁ କିଛି ପ୍ରତିକ୍ରିୟା ଆସି ନଥିଲା । ଏହା ପରେ ପୁଲିସ୍ କବାଟ ଭାଙ୍ଗି ଭିତରକୁ ପଶିଥିଲା । ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ସରିଥିବାରୁ ରିପୋର୍ଟକୁ ଅପେକ୍ଷା କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *