‘ଶ୍ୱଶୁରଙ୍କର କ’ଣ ଏ ବୟସରେ କ’ଣ ବେଡରୁମ ଦରକାର ? ତୁମେ ବୁଢା ହେଲଣି…’ Tapaswini ଙ୍କ ଶ୍ଵଶୁର ବିଷୟରେ କିଛି ଏମିତି କହିଲେ Sura ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଡିମ୍ପଲ ଓ ସୁମିତଙ୍କ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ପ୍ରଥମ ଦିନରୁ ହିଁ ଡିମ୍ପଲ ନିଜର ନ୍ୟାୟ ପାଇବା ପାଇଁ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ । ଧୀରେ ଧୀରେ ତାଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳିଥିଲା । ଏହା ପରେ ତାଙ୍କୁ ଜନସାଧାରଣ ଘର ଦାଣ୍ଡରୁ ବାରଣ୍ଡାରେ ନେଇ ବସେଇଲେ । ତେବେ ଏହି ଦୁଇଜଣଙ୍କ ମାମଲା ପ୍ରଥମେ ତଳ କୋର୍ଟରେ ଚାଲିଥିଲା କିନ୍ତୁ ତଳ କୋର୍ଟ କିଛି ସଠିକ ରାୟ ଦେଇ ପାରି ନଥିଲା ।

ଏହା ପରେ ଏହି ଦୁଇଜଣ ଜିଲ୍ଲା କୋର୍ଟରେ ପିରିସନ ଦାଖଲ କରିଥିଲେ ଓ ଗତ କାଲି ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲା । ଜିଲ୍ଲା କୋର୍ଟର ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହିବେ । ହେଲେ ବନ୍ଧୁଗଣ କୋର୍ଟଙ୍କ ରାୟ ପରେ ବି ସୁମିତ ଓ ତପସ୍ଵିନୀଙ୍କ ମାମଲାର ସମାଧାନ ହୋଇ ନାହିଁ । ତପସ୍ଵିନୀ ନିଜ ସ୍ଵାମୀଙ୍କ ବେଡରୁମରେ ରହିବା ପାଇଁ ଚାହୁଁ ଥିବା ବେଳେ ତାଙ୍କ ଶଶୁର ତାଙ୍କୁ ଉପର ଘର ଦେଇଛନ୍ତି ଯେଉଁଠି କୌଣସି ମଣିଷ ରହିପାରିବ ନାହିଁ ।

ତେବେ କୋର୍ଟ ରାୟ ଦେବା ପରେ ମଧ୍ୟ ତପସ୍ଵିନୀ ଗତ କାଲି ବାହାରେ ଶୋଇଥିଲେ । କଂଗ୍ରେସ ନେତା ସୁର ରାଉତରାୟ ଆଗରୁ ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଥିଲେ । ତେବେ ଗତ କିଛି ସମୟ ତଳେ ସୁର ଭାଇ ଆଉ ଗୋଟେ ବଡ ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ।

ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କୋର୍ଟ ଯେଉଁ ଅର୍ଡର ଦେଇଛନ୍ତି ତାହା ଗୋଟେ ବିଉଟିଫୁଲ ଅର୍ଡର । ସେ ଡାକ୍ତର ସୁମିତର କଣ ମୁଣ୍ଡ ଖରାପ ହେଇଯାଇଥିଲା । ତା ସହ ପ୍ରେମ କଲୁ ୩ ବର୍ଷ ତା ପରେ କୋର୍ଟରେ ବାହା ହେଲୁ ତା ପରେ ଶୁଆ ଶୁଇ କଲୁ ତା ପରେ ସେ ପ୍ରେଗନେଣ୍ଟ ହେଲା ତୋ ବାପା ତାକୁ ଅପରେସନ କରେଇଲା ଏ ଗୋଟେ ପ୍ରହସନ ଚାଲିଛି । ତା ଶାଶୁ ଶଶୁରକୁ ମଧ୍ୟ ଅନୁରୋଧ ତାକୁ ସ୍ତ୍ରୀ ରୂପେ ବୋହୁ ରୂପେ ଘରେ ରଖ’ ।

ଆଗକୁ ସୁର ଭାଇ କହିଛନ୍ତି-‘ବୋହୁ କହୁଛି ବେଡରୁମରେ ରହିବ ହେଲେ ଶଶୁରକୁ କଣ ଏ ବୟସରେ ବେଡରୁମ ଦରକାର ସେ କାହିଁକି ଏତେ ବେଡରୁମ ଖୋଜୁ ଛନ୍ତି । ତେଣୁ ଶଶୁର ଉପରେ ରହିବା ଦରକାର ଆଉ ଏ ଦୁଇଜଣଙ୍କୁ ବେଡରୁମ ଛାଡି ଦେବା ଦରକାର ତା ହେଲେ ଖୁବ ଭଲ ହେବ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ପ୍ରତିକ୍ରିୟାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *