ଶ୍ଵଶୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବୋହୁ ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବୋହୂ ଜଣେ ଶ୍ଵଶୁର ନାମରେ ଏହିଭଳି ଅଭିଯୋଗ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବୋହୂ ଜଣଙ୍କ ଅଭିଯୋଗ କରି କହିଛନ୍ତି ଯେ ଶ୍ଵଶୁର ଚାହୁଁଥିଲେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ, ସେ ବାରମ୍ବାର ଚେଷ୍ଟା ମଧ୍ୟ କରିଥିଲେ । ଏହି କଥା ସମ୍ବନ୍ଧରେ ସେ ତାଙ୍କ ସ୍ଵାମୀ ଙ୍କୁ ମଧ୍ୟ କହିଲେ କିନ୍ତୁ ସେ ତାଙ୍କ କଥା ମଧ୍ୟ ଶୁଣୁନାହାଁନ୍ତି ।

ତାଙ୍କ ସ୍ଵାମୀ କହିଲେ ଯେ ସେ ମିଛ କହୁଛନ୍ତି ବୋଲି । ଏହାପରେ ସ୍ଵାମୀ ଜଣକ ତାଙ୍କୁ ଗାଳି କରିଲେ । ଯେତେବେଳେ ସ୍ତ୍ରୀ ଜଣକ ଗର୍ଭବତୀ ହେଲେ ସେତେବେଳେ ଶ୍ଵଶୁର ମେଡ଼ିସିନ ଦେଇ ତାଙ୍କ ଗର୍ଭ ନଷ୍ଟ କରିଦେଲେ । ଏହାପରେ ଅଶ-ଲିଳ ଭାଷାରେ ଗାଳିକରି ତାଙ୍କୁ ଘରୁ ତଡିଦେଇଥିଲେ । ବର୍ତ୍ତମାନ ସେ କ’ଣ କରିବେ ତଥା କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ସବୁକିଛି ନ ମିଳିବା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ନ୍ୟାୟ ନିମନ୍ତେ ସେ ଧାରଣାରେ ବସିବେ ।

ନବବୋଧୁ ଙ୍କୁ ଶ୍ଵଶୁର ଘର ଲୋକଙ୍କ ନିର-ଯା-ତନା, ଶ୍ଵଶୁର ଘର ଆଗରେ ନବବୋଧୁ ଙ୍କ ଧାରଣା । ଏହି ଘଟଣା ଟି ହେଉଛି କଟକ ଜିଲ୍ଲା ସାଲେପୁର ଥାନା ବାଲି ସାହି ଗ୍ରାମରେ । ନବବୋଧୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣା ଙ୍କ ଝିଅ ସଶ୍ମିତା ମହାରଣା । ସଶ୍ମିତା କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମର ସନାତନ ମହାରଣା ଙ୍କ ପୁଅ ସୁଶେନ ମହାରଣା ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ ।

ବିବାହ ସମୟରେ ବର ପକ୍ଷର ଦାବୀ ମୁତାବକ ଯୌତୁକ ମଧ୍ୟ ଦେଇ ବିବାହ କରାଇଥିଲେ । ମାତ୍ର ଶ୍ଵଶୁର ଘର ଲୋକେ ଅଧିକ ଯୌତୁକ ଦାବୀକରି ନବବୋଧୂଙ୍କୁ ନିର୍ଯାତନ ଦେଇ ଆସୁଥିଲେ । ବିବାହର ୩ ମାସ ପରେ ସଶ୍ମିତା ଙ୍କୁ କୌଣସି କାରଣ ନଥାଇ ବାପଘରକୁ ସ୍ଵାମୀ ଶ୍ଵଶୁର କୁମାର ପୂର୍ଣ୍ଣମୀ ପାଇଁ ପଠାଇଦେଇଥିଲେ ।

କୁମାର ପୂର୍ଣ୍ଣମୀ ପାଇଁ ଯିବାପରେ ଅଧିକ ଯୌତୁକ ଦାବୀ କରିବା ସହିତ ଆଉ ସଶ୍ମିତା ଙ୍କୁ ଆଣିଲେ ନାହିଁ ସ୍ଵାମୀ । ସ୍ଵାମୀ ଜଣକ ଅନ୍ୟ ଏକ ମହିଳା ଙ୍କ ସହିତ ସମ୍ପର୍କ ରଖିଥିବା କଥା ସଶ୍ମିତା ଅଭିଯୋଗ ଆଣିଛନ୍ତି, ଆଉ ସଶ୍ମିତା କହିଛନ୍ତି ଯେ ତାଙ୍କ ଶ୍ଵଶୁର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ।

ମାତ୍ର ସେ ବାରମ୍ବାର ଚେଷ୍ଟା କରିଥିଲେ କିନ୍ତୁ ଶ୍ଵଶୁର ଏଥିରେ ବିଫଳ ହୋଇଥିଲେ । ମହିଳା ଜଣକ ଶ୍ଵଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ଶ୍ଵଶୁର ଘର ଲୋକ ଘର ତାଲା ପକାଇ ଫେରାର ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *