“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲା..ବୁଢ଼ୀ ହେଲା ପର୍ଯ୍ୟନ୍ତ ସେକ୍ସି ହେଇକି ମୁଁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ଅଭିନେତ୍ରୀ ଜଣକ ରୋକଠୋକ କଥା କହିଥାନ୍ତି । ସେ ଜଣେ ଆଲବମ ଅଭିନେତ୍ରୀ, ସିରିୟଲ ଅଭିନେତ୍ରୀ, ସେ ଚମେଲୀ ଏବଂ ସେକ୍ସି ବିଲି ଭାବରେ ଘରେ ଘରେ ପରିଚିତ । ତେବେ ସେହି ଅଭିନେତ୍ରୀ ଙ୍କ ନାମ ହେଉଛି ବିଦୁଶ୍ମିତା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବିଦୁଶ୍ମିତା କହିଛନ୍ତି ଯେ ସମସ୍ତେ କୁହନ୍ତି ଯେ ବହୁତ ବଡ ବଡ ସ୍ଵପ୍ନ ଦେଖନି ମାତ୍ର ତାଙ୍କୁ ସ୍ଵପ୍ନ ଦେଖିବାକୁ ଭଲ ଲାଗେ ।

ଯଦି ଆମ୍ଭେ ସ୍ଵପ୍ନ ନ ଦେଖିବା ତେବେ ସ୍ଵପ୍ନ କୁ ପୁରା କରିବାକୁ ଇଛା ହେବ ନାହିଁ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରତିଦିନ ସକାଳୁ କ’ଣ କ’ଣ କାମ କରିବେ ତଥା କ’ଣ ଇଛା ଅଛି ତାକୁ ପୂରଣ କରିବେ ତାହାକୁ ସେ ସକାଳୁ ହିଁ ପୂରଣ କରିବେ । ଜୀବନର ପ୍ଲାନିଂ ସବୁବେଳେ ଆଗକୁ ଆଗକୁ ହେବା ଉଚିତ । ଯେଉଁଭଳି ପାଠର କିଛି ଏଣ୍ଡିଙ୍ଗ ନଥାଏ ସେହିଭଳି ଅଭିନୟର ମଧ୍ୟ କିଛି ଏଣ୍ଡିଙ୍ଗ ନଥାଏ ।

ଅଭିନୟ କୁ ସବୁବେଳେ ଅଭିନେତ୍ରୀ ଭାବରେ ଆଗକୁ ଉନ୍ନତ ମାନର କରାଇବା ହେଉଛି ଏକ କର୍ତବ୍ୟ । ସେ ବର୍ତ୍ତମାନ ସିରିୟଲ କରୁଛନ୍ତି ଆଗକୁ ସେ ଚାହୁଁଛନ୍ତି କିଭଳି ଭଲ ଭଲ ଫିଲ୍ମ ରେ ନିଜ କ୍ୟାରେକ୍ଟର କୁ ଦେବେ । ତେବେ ସବୁବେଳେ ବିବାଦ ଲାଗି ରହିଥାଏ ବିଦୁଶ୍ମିତା ଙ୍କ ପଛରେ ଏହାକୁ ନେଇ ସେ କହିଛନ୍ତି ଯେ ଆପଣ ମାନେ ହିଁ ବନାଇଛନ୍ତି ବିବାଦୀୟ । କିଛି ମି-ଡି-ଆ ଭାଇ ଏବଂ ଭଉଣୀ ମାନେ ମିଶି ଏହା ବନାଇଛନ୍ତି ତାଙ୍କୁ ବୋଲି ସେ କହିଛନ୍ତି ।

ଜୀବନରେ କେତେବେଳେ ଦୁଃଖ ଥାଏ କେତେବେଳେ ହସ ଥାଏ ଏଣୁ ଭଲ ସାଙ୍ଗରେ ଖରାପ ଶୁଣିବା କିଛି ମାତ୍ରାରେ ଠିକ ଅଟେ । ଝିଅ ମାନଙ୍କୁ ଟିକିଏ ତାରିଫ କରିବା ତଥା ସୁନ୍ଦର ନାହାଁନ୍ତି ବୋଲି ନକହି କହିବା ସୁନ୍ଦର ଲାଗୁଛନ୍ତି, ଏଭଳି କରିଲେ ସେମାନେ ଖୁସି ହୋଇଥାନ୍ତି । ୨୦୦୮ ରେ ଏକ ବଡ କେସ କୁ ନେଇ ସେ ଛନ୍ଦି ହୋଇଯାଇଥିଲେ ।

ମାତ୍ର ଏହାପରେ ତାଙ୍କୁ ସେକ୍ସି ବିଲି ର ଅଫାର ଆସିଥିଲା । ୨୦୧୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତ ଟି ଚାଲିଆସିଛି । ବିଦୁଶ୍ମିତା ଏହାକୁ ନେଇ ପୁଣି ଇଣ୍ଡଷ୍ଟ୍ରୀ କୁ ଫେରିପାରିଥିଲେ । ମାତ୍ର କିଛି ଲୋକଙ୍କୁ କ୍ୟାମେରା ପଛରେ ବିଦୁଶ୍ମିତା କହିଥିଲେ ଯେ ହୁଏତ ତାଙ୍କ ପାଖରେ ସେମିତି କିଛି ଜିନିଷ ଅଛି ସେ ଦେଖାଇ ପାରୁଛନ୍ତି ଯାହା କି ଅନ୍ୟ ମାନଙ୍କ ପାଖରେ ନାହିଁ । ଏଣୁ ଅଧିକାଂଶ ଲୋକେ ଜେଲସ ଫିଲ କରନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *