ଦୀପିକାଙ୍କ ଉପରେ ଶ୍ବଶୁରର ପାପ ଦୃଷ୍ଟି ! କହୁଛନ୍ତି ମୁଁ ଏକୁଟିଆ, ଭିତରକୁ ଆ…ମା…ଦେଖନ୍ତୁ ଏ ନେଇ କଣ କହିଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ପ୍ରାୟ ୪୦ ଦିନରୁ ଉର୍ଦ୍ଧ ହେବ ଦିନେଶ ଙ୍କ ଘର ଆଗରେ ଦାଣ୍ଡରେ ବସିଥିଲେ । ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କର ଫାଇଲ କାମ କରିବାକୁ ଭୁବନେଶ୍ଵର ଆସିଥିଲେ । ଏଥି ନିମନ୍ତେ ଦିନରାତି ଏକୁଟିଆ ହିଁ ବସିଥିଲେ ଦୀପିକା । କିଛି ଦିନ ତଳେ ପ୍ରବଳ ବର୍ଷାରେ ଦୀପିକା ଭିଜୁଥିବା ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ଦିନେଶ ଙ୍କ ଘରେ ବର୍ତ୍ତମାନ କେହି ନାହାଁନ୍ତି ଘରେ ତାଲା ଝୁଲୁଛି ।

ତେବେ ଘରେ ଯେଉଁଦିନ ପ୍ରବଳ ବର୍ଷା ହେଉଥିଲା, ସେଦିନ ଦୀପିକା ଙ୍କ ଶ୍ଵଶୁର ଘରେ ଆସି ପହଞ୍ଚିଥିଲେ । ଆଉ ଦୀପିକାକୁ ଏକା ଦେଖି କୁଆଡେ କହିଥିଲେ ଯେ ମା’ ଘରେ କେହି ନାହାଁନ୍ତି ତୁ ଭିତରକୁ ଆ । ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦୀପିକା । ଆଉ ଡରି ଡରି ସେଦିନ ରାତି କାଟିଦେଇଥିଲେ ।

ତେବେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆଜି ଭୁବନେଶ୍ବରରୁ ଆଜି ଦୀପିକା ଙ୍କ ପାଖରେ ପହଞ୍ଚିବା ପରେ ଏ ସବୁ କଥା କହି ଦୀପିକା ତାଙ୍କ ଆଗରେ କାନ୍ଦି ପକାଇଛନ୍ତି । ଏହାକୁ ନେଇ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ମୁଁ କେଇଟା ଦିନ ମାତ୍ର ଯାଇଛି କିନ୍ତୁ ତୁମ୍ଭେ ମାନେ ତାଙ୍କୁ ବହୁତ ହଇରାଣ କରିଦେଇଛ । ଏହାର ଫଇସଲା ଖୁବ ଶୀଘ୍ର କରାଯିବ । ଖୁବ ଶୀଘ୍ର ସବୁ ସମସ୍ୟାର ସମାଧାନ ହୋଇଯିବ ।

ଦୀପିକାକୁ ସଠିକ ଭାବରେ ବସିବାକୁ ଦେଇନାହଁ ଏହାପରେ ମଧ୍ୟ ପରିବା ପତ୍ର ରେ ସର୍ଫପାଣି ପକାଇ ସମସ୍ତ ଜିନିଷ କୁ ନଷ୍ଟ ମଧ୍ୟ କରିଦେଇଛ । କିନ୍ତୁ ସେ ଆଇନ ର ନିୟମ ମାନି ବସିଛି କିନ୍ତୁ ତୁମ୍ଭେ ମାନେ ସବୁ ସୀମା ଟପିଗଲ । ଶଶୁର ଏକୁଟିଆ ଘରେ ଥିଲେ ତେବେ ସେହି ସମୟରେ ଦୀପିକାକୁ ଆସି ଡାକିବା ମାନେ କ’ଣ ପଚାରିଛନ୍ତି ପ୍ରମିଳା ତ୍ରିପାଠୀ ?

ସେ ବୋହୂର ଶଶୁର ମାତ୍ର ସେ କଣ ଏଭଳି ଭାବିଲେ ଏବଂ ବୋହୂକୁ ଏଭଳି କହିଲେ । ଏହାର କୌଣସି କଳ୍ପନା ନାହିଁ । ଘର ଭିତରେ କେହି ନାହାଁନ୍ତି । ଘର ପାଖରେ ମଧ୍ୟ କେହି ନାହାଁନ୍ତି, ମା’ ନାହାଁନ୍ତି କି ଗୋସେଇଁ ମା’ ନାହାନ୍ତି । ତୁ ଏକୁଟିଆ ଅଛୁ ଘର ଭିତରକୁ ପଳାଇ ଆଶୁଣୁ ବୋଲି କୁଆଡେ ଦିନେଶ ଙ୍କ ବାପା କହିଲେ । ତେବେ ବନ୍ଧୁଗଣ ଏହିଭଳି ଚିନ୍ତାଧାରା କେତେଦୂରେ ସଠିକ ।

ଏହି ବାବଦକୁ ନେଇ ଦୀପିକା ଙ୍କ ଶ୍ଵଶୁରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଆଉ କେତେ ଦିନ ଏହିଭଳି ଦାଣ୍ଡରେ ବସି ରହିବେ ଦୀପିକା ? ଏହାର ଫଳାଫଳ କ’ଣ ହେବ ଲୋକେ ଚାତକ ଭଳି ଚାହିଁ ବସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *