Arindam ଙ୍କ ମୃତ୍ୟୁକୁ ବର୍ଷେ ! ଆଜି ବି ଅରିନ୍ଦମଙ୍କୁ ହରାଇ କାନ୍ଦୁଛି ମା’ ଝୁରୁଛି ମାଟି…

ବନ୍ଧୁଗଣ, ନିଜ ଦୁଃସାହସିକ ସାମ୍ବାଦିକ ନିମନ୍ତେ ସେ ଥିଲେ ଘରେ ଘରେ ପରିଚିତ । ସାମ୍ବାଦିକତା ନିମନ୍ତେ ସେ ସବୁ କିଛି ଉତ୍ସର୍ଗ କରିବାକୁ ଚାହୁଁଥିଲେ । ମାତ୍ର ଅସମ୍ଭବ ତାଙ୍କ ପାଖରେ ହାର ମାନିଥିଲା । ଆଜି ଆମ୍ଭେ କହିବାକୁ ଜାଉଆଛୁ ସେହି ସାହାସୀବାନ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ କଥା । ଗତବର୍ଷ ଠିକ ଆଜିର ଦିନରେ ଓଡିଆ ସମ୍ବାଦିକତା ଏକ ଉଜ୍ଵଳ ତାରକାକୁ ହରାଇଛି । ଏହି ଦୁର୍ଘଟଣାଟି କାଲି ଭଳି ଲାଗୁଅଛି ।

ମୁଣ୍ଡଳୀରେ ହାତୀ ଉଦ୍ଧାର ନିମନ୍ତେ ଯାଇଥିବା ବୋଟ ଟି ଓଲଟି ପଡିବାରୁ ଅରିନ୍ଦମ ଙ୍କ ପ୍ରାଣ ଫେରିଯାଇଥିଲା । ସେଦିନ କିଛି ଏଭଳି ଥିଲା ଦୃଶ୍ୟ ଆଠଗଡ ବନ ଖଣ୍ଡରୁ ଜଙ୍ଗଲି ହାତୀପଲ ଖାଦ୍ୟ ଅନ୍ଵେଷଣରେ ଆସି ମୁଣ୍ଡଳି ବ୍ରିଜ ମଝିକୁ ପଶିଆସିଥିଲେ । ସାଥି ହାତୀ ପଳାଇଥିଲେ ମଧ୍ୟ ଗୋଟିଏ ହାତୀ ରହିଯାଇଥିଲା । ବନ ବିଭାଗର ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ ହାତୀଟି ଉଦ୍ଧାର ପାଇ ପାରି ନଥିଲା ।

ଏହା ପରେ ଓଡ୍ରାଫ ଟିମକୁ ନିଯୋଜିତ କରାଯାଇଥିଲା । ଟିମ ସହିତ ଅରିନ୍ଦମ ନିଜକୁ ସାମିଲ କରିଥିଲେ । ଅନେକ ବାତ୍ୟା ବନ୍ୟାରେ ଓଡ୍ରାଫ ଟିମ ସହିତ ବୁଲି ଖବର ସଂଗ୍ରହ କରିବା ତାଙ୍କର ଥିଲା ଯେମିତି ଏକ ନିଶା । ମାତ୍ର ସେଦିନ କିନ୍ତୁ କାଳ ତାଙ୍କୁ ଛକି ରହିଥିଲା । ମୁଣ୍ଡଳି ସୁଅ ଭିତରକୁ ପାଣି ବୋଟ ଟି ଯେତେବେଳେ ଠେଲି ହୋଇଯାଇଥିଲା ସେତେବେଳେ ଭାରସାମ୍ୟ ହରାଇ ଗଭୀର ପାଣିରେ ନିଜ ଜୀବନକୁ ବଞ୍ଚାଇବା ନିମନ୍ତେ କସରତ କରିଥିଲେ ।

ଅରିନ୍ଦମ ମଧ୍ୟ ଯଥାସାଧ୍ୟ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ନଦୀରେ ଅପେକ୍ଷା କରିଥିବା ଜମା ତାଙ୍କୁ ଟାଣି ନେଇଥିଲା । ଅରିନ୍ଦମ ଙ୍କ ସହଯୋଗୀ ପ୍ରଭାସ ନାୟକ ଜଟିଳ ପରିସ୍ଥିତି ରେ ରହି ମଧ୍ୟ ନିଜକୁ ବଞ୍ଚାଇ ପାରିଥିଲେ । ମାତ୍ର ଅରିନ୍ଦମ ସେହି ନଦୀ ସୁଅରେ ପ୍ରାଣ ହରାଇଥିଲେ । ତାଙ୍କ ସହତ ଓଡ୍ରାଫ ଟିମ ର ଡ୍ରାଇଭର ସୀତାରାମ ମୁର୍ମୁ ଙ୍କର ମଧ୍ୟ ମୃ-ତ୍ୟୁ ହୋଇଥିଲା ।

ସୀତାରାମ ଯେ କି ଅନେକ ଜୀବନ ବଞ୍ଚାଇବା ନିମନ୍ତେ ସକ୍ଷମ ହୋଇଥିଲେ ସେ କିନ୍ତୁ ହାର ମାନିଯାଇଥିଲେ । ଏହି ଦୃଶ୍ୟ ଯେତିକି ମାତ୍ରାରେ ହୃଦୟ ବିଦାରକ ଥିଲା ସେତିକି ମାତ୍ରାରେ ଯନ୍ତ୍ରଣା ଦାୟକ ମଧ୍ୟ ଥିଲା । ବର୍ତ୍ତମାନ ମଧ୍ୟ ସେହି କଥା ଚିନ୍ତା କରିଲା ବେଳକୁ ଦେହ ଥରି ଉଠୁଛି ।

ଗାଁରେ ତାଙ୍କ ସାଙ୍ଗସାଥି ଙ୍କ ସହିତ ତାଙ୍କ ମା’ ତଥା ପରିବାର ଲୋକେ ବର୍ତ୍ତମାନ ମଧ୍ୟ ଅରିନ୍ଦମ ଙ୍କୁ ଭୁଲିବା ବହୁତ କଷ୍ଟ । ମାତ୍ର ସମସ୍ତଙ୍କୁ ନିଜଠାରୁ ଦୂରେଇ ସେ ଏକ ଏଭଳି ଅଫେରା ରାଜ୍ୟ କୁ ଯାଇଛନ୍ତି ଯେ ଯେଉଁଠାକୁ ସାଧାରଣତଃ କେହି ପହଞ୍ଚିପାରନ୍ତି ନାହିଁ । ତେବେ ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *