ଘରୁ ବାହାରକୁ ବାହାରୁଛନ୍ତି କି ? ଜାଣି ରଖନ୍ତୁ ଏହି କଥା…ନହେଲେ ପରେ ପସ୍ତେଇବେ

ବନ୍ଧୁଗଣ, ସୂଚନା ଅନୁଯାୟୀ ମଙ୍ଗଳବାର ଠାରୁ ହେବ ବଡ ଧରଣ ଧଡପଗଡ । ୧୩ ରୁ ୧୭ ହେବ ସ୍ପେଶାଲ ଡ୍ରାଇଭ । ତେବେ ଆଉ ନିସ୍ତାର ନାହିଁ ଗୋଡାଇ ଗୋଡାଇ ଧରିବ ପୋଲିସ । ଆର୍ଟିଓ ପକ୍ଷରୁ ହେବ ତନାଘନା । ଡ୍ରାଇଭିଙ୍ଗ ସମୟରେ ହେଲମେଟ ନ ପିନ୍ଧିବା, ତଥା ଆବଶ୍ୟକତା ଠାରୁ ଅଧିକ ସ୍ପିଡରେ ଗାଡି ଚଳାଇବା, ସ୍କୁଲ ବସ ରେ ସେପ୍ଟି ଅଡିଡ ଓଭର ଲୋଡିଙ୍ଗ କ୍ଷେତ୍ରରେ ଧରପଗଡ ଅଧିକ ଜୋରଦାର ହେବ ।

ଏସ୍ପି ଙ୍କ ସହଯୋଗ ରେ ଆର୍ଟିଓ ଅଧିକାରୀ ଧରପଗଡ କୁ ଜୋରଦାର କରିବେ । ଏ ନେଇ ସମସ୍ତ ଆର୍ଟିଓ ଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ପରିବହନ କମିଶନର । ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଟ୍ରାଫିକ ନିୟମ ଉଲଂଘନ କରିବା ମାତ୍ରେ ଘରକୁ ଯିବ ଚାଲାଣ । ବିନା ଲାଇସେନ୍ସରେ ଗାଡି ଚଳାଇବା ଅଧିକ ଲୋଡିଙ୍ଗ ଥିଲେ ସିଧା ସମ୍ପୃକ୍ତ ଗାଡି କୁ ଜବତ କରାଯିବ । ହେଲମେଟ ନ ପିନ୍ଧିବା ଅଧିକ ସ୍ପିଡରେ ଗାଡି ଚଳାଇବା କ୍ଷେତ୍ରରେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ ।

ଅଗଷ୍ଟ ୧୬ ମଧ୍ୟରୁ ୩୦ ମଧ୍ୟରେ ହୋଇଥିବା ଧରପଗଡରେ ୨୪ ହଜାର ୪୩୪ ଟି କେସ ବିନା ହେଲମେଟ ରେ ଗାଡି ଚାଳନା ନିମନ୍ତେ ରହିଥିଲା ୮୮୮ ଗାଡି ଜବତ ହେବା ସହିତ ୪୮୬୨ ଲାଇସେନ୍ସ ବାତିଲ ହୋଇଛି । ଏମାନଙ୍କ ଠାରୁ ୬୩ ଲକ୍ଷ ୫୮ ହଜାର ୬ ଶହ ଟଙ୍କା ଫାଇନ ଭାବରେ ଆଦାୟ କରାଯାଇଅଛି ।

ତେବେ ସରକାର ନୂଆ ନୂଆ ନିୟମ ବାହାର କରୁଥିଲେ ମଧ୍ୟ ପ୍ରାୟ ସମସ୍ତେ ଏହି ନିୟମକୁ ନ ମାନି ନିଜ ମନ ଇଚ୍ଛାରେ ଗାଡି ଚଳଉଛନ୍ତି । ଏବଂ ଧରା ପଡିଲେ ହଜାର ହଜାର ଟଙ୍କା ଫାଇନ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ କିଛି ଦିନ ପୂର୍ବରୁ ହେଲମେଟ ପିନ୍ଧା କୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯାଇଥିଲା କିନ୍ତୁ କିଛି ବିଶେଷ ଲୋକେ ଏ ସମସ୍ତ ନିୟମର ଉଲଂଘନ କରିଛନ୍ତି ।

ସେମାନେ ସରକାରଙ୍କ କୌଣସି ନିୟମ କୁ ମାନିବା ସ୍ଥିତି ରେ ରହୁନାହାଁନ୍ତି । ବିଶେଷ କରି ଆଜିର ଯୁବପିଢୀ ଏ ନେଇ ବହୁତ ଅମାନ୍ୟ ଅଟେ । ଷ୍ଟାଇଲ ରେ ଗାଡି ଚଳାଇବା ସହିତ ଜୋରରେ ତଥା ଟ୍ରାଫିକ ନିୟମ ମଧ୍ୟ ନ ମାନି ଗାଡି ଚଲାଉଥିବାର ନଜର ଆସିଛନ୍ତି । ଯାହା ଫଳରେ ସ୍ଥାନେ ସ୍ଥାନେ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *