‘ଶ୍ବଶୁର ଯେଉଁଠି କହିବେ ସେଇଠି ରହିବି’ କଣ କହୁଛନ୍ତି Tapaswini, ଦେଖନ୍ତୁ ଏହି Video

ବନ୍ଧୁଗଣ ସୁମିତ ଓ ଡିମ୍ପଲ ପାରିବାରିକ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଏକ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । କୋର୍ଟ ତପସ୍ଵିନୀଙ୍କୁ ନିଜ ଶଶୁର ଘରେ ରହିବାର ରାୟ ଦେବା ପରେ ଏବେ ପ୍ରମୋଦ ସାହୁ ଘର ସଫା କରୁଛନ୍ତି । ଗତ ପହଡଦିନ ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲେ । ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ।ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି ।

କୋର୍ଟ ରାୟରେ ତପସ୍ଵିନୀ ଖୁସି ଥିବା ବେଳେ ନିଜ ଶଶୁରଙ୍କ ନିଷ୍ପତ୍ତି ପାଇଁ ତପସ୍ଵିନୀ ଖୁସି ନାହାନ୍ତି । ତପସ୍ଵିନୀ ନିଜ ସ୍ଵାମୀଙ୍କ ସହ ବେଡରୁମରେ ରହିବା ପାଇଁ ଚାହୁଁ ଥିବା ବେଳେ ପ୍ରମୋଦ ସାହୁ ତାଙ୍କୁ ଉପର ଘରେ ରଖିବା ପାଇଁ କହିଛନ୍ତି । ଉପର ଘରଟି ଅସଜଡା ହୋଇ ପଡିଥିଲା ଓ ଡିମ୍ପଲ ମଧ୍ୟ ଏଥିପାଇଁ ସେହି ଘରେ ରହିବାକୁ ମନା କରିଦେଇଥିଲେ ।

ଗତ କାଲି ପ୍ରମୋଦ ସାହୁ ସେହି ଘରଟିକୁ ସଫା କରିଥିଲେ ଓ ଆଜି ସକାଳେ ତପସ୍ଵିନୀ ସେହି ଘରକୁ ଯାଇ ଦେଖିଥିଲେ । ଘର ଦେଖିବା ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତପସ୍ଵିନୀଙ୍କ ମତରେ-‘ଘରକୁ ଧୋଇ କି ସଫା କରାଯାଇଛି ଏହି ହଲ ଆଉ କିଚେନ ଠିକ କରାହେବ । ପାଣି ପାଇପ ଯେହେତୁ କାମ କରୁ ନାହିଁ ତେଣୁ ତାକୁ ବି ଠିକ କରାହେବ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ସେ ଠାକୁର ଘରେ ଝରକା ଖୋଲା ଅଛି ତ ବର୍ଷା ହେଲେ ମୋତେ ଅସୁବିଧା ହେବ ମୁ ବାପାଙ୍କ ସହ ଏ ବିଷୟରେ କଥା ହେବି ଭାବିଛି । ମୁ ଏଠି ଗୋଟେ ଝିଅ ଏକା ରହିବି କେତେବେଳେ କେମିତି ମୋ ବାପା ମା ଆସି ମୋତେ ଦେଖା କରିବେ । ଯେହେତୁ ମୁ ଏକା ରହିବି ତେଣୁ ମୋ ସୁରକ୍ଷା ପାଇଁ ମୁ ନିଜେ କିଛି ଦାୟିତ୍ଵ ନେବା ଦରକାର । ଯଦି ସବୁ ସନ୍ଧ୍ୟା ବେଳ ଭିତରେ ଠିକ ହେଇଯିବ ତା ହେଲେ ମୁ ଘରକୁ ଆସିବି’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘କୋର୍ଟ ଅର୍ଡର ଯାହା ବି ଥିଲା ତାକୁ ମୁ ପଛରେ ପକାଇ ଯେହେତୁ ବାପା ଚାହିଁଲେ ଏଠି ରଖିବା ପାଇଁ ମୁ ତାଙ୍କ କଥାର ସମ୍ମାନ ରଖି ଏଠି ଆସିଛି । କୋର୍ଟ ରାୟ ଅନୁସାରେ ଶାଶୁ ଶଶୁର ସ୍ଵାମୀ ଯେଉଁଠି ରହିବେ ମୁ ସେଇଠି ରହିବି ହେଲେ ଯେହେତୁ ବାପା କହିଲେ ଜାଗା କମ ଅଛି ସେଠି ରହି ହେବ ନାହିଁ ଆଉ ତାଙ୍କ ଇଛାରେ ଏ ଘରଟି ଦେଲେ ତେଣୁ ମୁ ରହିବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *