ପୁଅ IPS ଅଫିସର ହେଲେ ଏବେ ବି ଭଙ୍ଗା ଚାଳିଆରେ ରହୁଛନ୍ତି ବାପା-ମା, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! 

ବନ୍ଧୁଗଣ ଏହି ଦୁନିଆର ସମସ୍ତ ବାପା ମା ନିଜ ପିଲା ମାନଙ୍କ ଭବିଷ୍ୟତ ଗଢିବା ପାଇଁ ଆପ୍ରାଣ ଚେଷ୍ଟା କରନ୍ତି । ବାପା ମା ଚାହାଁନ୍ତି ପୁଅ ପାଠ ପଢି ମଣିଷ ହେଉ ଓ ସେମାନଙ୍କୁ ଖୁସିରେ ରଖୁ । ହେଲେ ଏମିତି ବହୁତ କମ ବାପା ମା ଅଛନ୍ତି ଯେଉଁ ମାନେ ପିଲା ମାନେ ସଫଳତା ପାଇବା ପରେ ମଧ୍ୟ ସବୁ ଐଶ୍ଵର୍ଯ୍ୟ ଛାଡି ନିଜ ପୂର୍ବର ସ୍ଥିତିରେ ରହିବାକୁ ଭଲ ପାନ୍ତି । ବନ୍ଧୁଗଣ ଏଭଳି ଏକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି ।

ଯେଉଁଠି ପୁଅ ଆଇପିଏସ ଅଫିସର ହୋଇ ବହୁତ ସୁଖମୟ ଜୀବନ ଅତିବାହିତ କରୁଥିବା ବେଳେ ବାପା ମା ନିଜ ପୈତୃକ ଚାଳିଆ ଘରେ ରହୁଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ମାନେ ଭାବୁଥିବେ ବୋଧେ ଆଇପିଏସ ଅଫିସରଙ୍କ ସମ୍ପର୍କ ତାଙ୍କ ବାପା ମାଙ୍କ ସହ ଭଲ ନାହିଁ ହେଲେ ଏପରି କିଛି ବି ନୁହେଁ ଘଟଣାଟି ବାସ୍ତବରେ କିଛି ଅଲଗା ଅଛି ।

ପୁଅକୁ ଯେଉଁ ଘରେ ରଖି ମଣିଷ କରିଛନ୍ତି ଏବେ ପୁଅ ମଣିଷ ହେବା ପରେ ସେ ଭିଟାମାଟିକୁ କଣ ଛାଡି ଦେବେ ନା ବରଂ ସେହି ଘରେ ରହି ପୁଅକୁ ପୂର୍ବ ସଂଘର୍ଷର କଥା ମନେ ପକାଇ ଦେବେ ଯାହାଦ୍ୱାରା ଆଇପିଏସ ପୁଅ ସବୁବେଳେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବ । ଏଥିପାଇଁ ବାପା ମା ନିଜର ଦଦରା ଛପର ଘରେ ଏବେବି ପଡି ରହିଛନ୍ତି ।

ଏହି ଘରେ ଅତି ଦରିଦ୍ରତାରେ କଟିଛି ସେମାନଙ୍କ ଦିନ ଓ ଏହି ଦାରିଦ୍ରତା ତାଙ୍କ ପୁଅକୁ ୟୁପିଏସି ପରୀକ୍ଷାରେ ଉତିନ୍ନ ହେବା ପାଇଁ ସାହାସ ଦେଇଛି । ତେଣୁ ସେହି ଦାରିଦ୍ର ଜୀବନ ଶୈଳୀକୁ ସେମାନେ ଛାଡିବାକୁ ନାରାଜ ଅଛନ୍ତି । କର୍ଣ୍ଣାଟକ ବେଲଗବୀ ଜିଲ୍ଲାର ଜଗଦୀଶ ଅଦହଲ୍ଲୀ ୟୁପିଏସି ପରୀକ୍ଷାରେ ଉତିନ୍ନ ହୋଇଥିଲେ ଏବେ ସେ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇପିଏସ ଅଫିସର ।

ଜଗଦୀଶ ଆଇପିଏସ ଅଫିସର ହୋଇଥିଲେ ମଧ୍ୟ ତାଙ୍କ ବାପା ଶ୍ରୀକାନ୍ତ ଓ ମା ସାବିତ୍ରୀ ଏବେ ବି ଚାଳିଆ ଘରେ ରହୁଛନ୍ତି । ଜଗଦୀଶଙ୍କ ବାପା ମା କୁହନ୍ତି ତାଙ୍କର ଛୋଟ ଘର ପରିବାର ପାଇଁ ଏକ ଆଶାର ପ୍ରତୀକ । ଜୀବନରେ ସେମାନେ ଅନେକ ସଂଘର୍ଷର ସାମ୍ନା କରିଛନ୍ତି । ଆଉ ଏହି ସଂଘର୍ଷ ଓ ଦରିଦ୍ରତା ସେମାନଙ୍କୁ ଶକ୍ତ କରିଛି । ତେଣୁ ରୋଜଗାର ବଢିଗଲା ବୋଲି ସେମାନେ ପୂର୍ବର ଜୀବନ ଶୈଳୀକୁ କେମିତି ଭୁଲିଯିବେ ।


ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଠିକ ଅଛି ଓ ସେମାନେ କାମ କରିପାରୁ ଛନ୍ତି ନିଜ ଜମିରେ କାମ କରିବେ ଏବଂ ସେହି ଚାଳିଆରେ ରହିବେ । ଏହି ଚାଳିଆ ଘରେ ରହି ତାଙ୍କୁ ମିଳୁଛି ଅପାର ଶାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *