ଭୋ-ଭୋ ହେଇ କାନ୍ଦିଲେ ସ୍ଵପ୍ନା ଆଉ କହିଲେ ‘ଏ ଛୁଆ ତୁମର, ମୋର କାହା ସହିତ ମଧ୍ୟ ବି ଅନୈତିକ ସମ୍ପର୍କ ନାହିଁ ..ଦୟାକରି ମତେ ତୁମେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଞ୍ଜାମରେ ଦୀପିକା ପରେ ବର୍ତ୍ତମାନ ଧାରଣାରେ ବସିଲେ ସ୍ଵପ୍ନା । ସ୍ଵପ୍ନାଙ୍କର କାହ୍ନୁଚରଣ ଙ୍କ ସହିତ ୨୦୧୨ରେ ବାହାଘର ହୋଇଥିଲା । କିନ୍ତୁ ବିବାହର କିଛି ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । କାରଣ ସ୍ଵପ୍ନା ଡିମାଣ୍ଡ ଅନୁଯାୟୀ ଯୌତୁକ ଆଣି ନଥିଲେ । ଏଥି ନିମନ୍ତେ ସ୍ଵାମୀ ଙ୍କ ଠାରୁ ଆରମ୍ଭ କରି ନଣନ୍ଦ ନଣନ୍ଦେଇ ନିର୍ଯାତନ ଦେଉଥିଲେ । ଆଉ ବିବାହର କିଛି ବର୍ଷ ପରେ ଘରୁ ବାହାର କରିଦେଲେ କାହ୍ନୁଚରଣ ।

ମହିଳା ଜଣଙ୍କ କହିଛନ୍ତି ଯେ ମୁଁ ଆଜି ଧାରଣାରେ ବସିଛି କେବଳ ମୋ ପୁଅ ତଥା ମୋ ସ୍ଵାମୀ ଙ୍କୁ ନେଇ ମୁଁ ଘର ସଂସାର ଯୋଡିବାକୁ ବସିଛି । ମୁଁ ମୋ ଘରକୁ ଯିବାକୁ ଚାହୁଁଛି । ମୋର ଯେମିତି ହସଖୁସିର ପରିବାର ଥିଲା ଠିକ ସେମିତି ମୁଁ ମୋ ପରିବାର ଗଢିବାକୁ ଚାହୁଁଛି ।

ସ୍ଵପ୍ନା କହିଛନ୍ତି ଯେ ମୋ ପରିବାର ସଠିକ ଭାବରେ ଚାଲିଥିଲା ମାତ୍ର ଦୀନବନ୍ଧୁ ପଣ୍ଡା ଆସି ମୋ ସୁନାର ସଂସାର କୁ ଭାଙ୍ଗିଦେଲା । ପ୍ରଥମରୁ ମୁଁ ଯୌତୁକ ଆଣିପାରିନଥିଲି ବୋଲି ମତେ ଶୁଣିବାକୁ ମିଳୁଥିଲା । ଏହାପରେ ଦୀନବନ୍ଧୁ ପଣ୍ଡା ଆସି ମୋ ସ୍ବାମୀ ଙ୍କୁ ଶିଖାଇ ମତେ ଘରୁ ବାହାର କରି ମୋତେ କିଭଳି ଭାବରେ ଲୁଟିବେ ତାହା ପ୍ଳାନ କରିଥିଲେ । ବର୍ତ୍ତମାନ ନ୍ୟାୟ ନିମନ୍ତେ ଘର ଗେଟ ତାଲା ଭାଙ୍ଗି ଘରେ ପଶିଛନ୍ତି ସ୍ଵପ୍ନା ।

ସେ ଅଭିଯୋଗ କରିଛନ୍ତି ଯେ ଦୀନବନ୍ଧୁ ପଣ୍ଡା ଆଜି ମୋ ଘର ଭାଙ୍ଗି ଦେଇଛି ତଥା ମୋ ନାଁ ରେ ମିଛ ସତ କହି ମୋ ସ୍ଵାମୀ ଙ୍କୁ ମୋ ଠାରୁ ଦୂରେଇ ଦେଇଛି । ସ୍ଵପ୍ନା ନିଜ ସ୍ଵାମୀ ଙ୍କୁ କହିଛନ୍ତି ଯେ ମୋର DNA ଟେଷ୍ଟ କରାଇ ନିଅ । କାରଣ ତାଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି ଯେ ସ୍ଵପ୍ନା ଙ୍କ ଭଣଜା ଙ୍କ ସହିତ ତାଙ୍କର କୁଆଡେ ଅନେଇତିକ ସମ୍ପର୍କ ରହିଅଛି । ମାତ୍ର ଏ ନେଇ ସ୍ଵପ୍ନା ଙ୍କ ସ୍ଵାମୀ କେବେ ହେଲେ ସନ୍ଦେହ କରି ନଥିଲେ ବର୍ତ୍ତମାନ ଦୀନବନ୍ଧୁ ଙ୍କ କଥାରେ ପଡି ସ୍ଵପ୍ନା ଙ୍କ ସ୍ଵାମୀ ଏହିଭଳି କରୁଛନ୍ତି ବୋଲି କହିଛନ୍ତି ସ୍ଵପ୍ନା ।

ସ୍ଵପ୍ନା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ସାଙ୍ଗ ଦୀନବନ୍ଧୁ ଙ୍କ କଥାରେ ପଡି ଅନ୍ୟ ଏକ ଝିଅ ସହିତ ଘରେ ରହୁଅଛି । ଏହା ଶୁଣିବା ପରେ ସ୍ଵପ୍ନା ତାଙ୍କ ସ୍ଵାମୀ ଙ୍କ ଘର ଗେଟ ଭାଙ୍ଗିଛନ୍ତି । ସ୍ଵପ୍ନା ଏ ନେଇ ଥାନାରେ ଏତଲା ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *