CCTV କହୁଛି ଅନ୍ଧାରୀ ବିଜେର କଳା କାହାଣୀ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ର ତତକାଳିନ ଏସ.ଡି.ପି.ଓ ଙ୍କ କାରନାମା କୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା । ତେବେ ପୋଲିସ ମଧ୍ୟ ଚୋରୀ କରିପାରେ ତାହା ଧୀରେ ଧୀରେ ପ୍ରମାଣିତ ହେଉଛି । ତେବେ ସେ କହିଛନ୍ତି ଯେ ମତେ ଆଇସି ଡାକିଲେ ଥାନାରେ ତଥ୍ୟ ପ୍ରମାଣ ଯାହା ଥିଲା, ଏଫୟାର ଥିଲା ରେଡ କରିବା ଲୋକ ଅଲଗା, ସିଜର କରିବା ଲୋକ ଅଲଗା, ଆଇଓ ଅଲଗା ରିପୋର୍ଟ କରିବା ଲୋକ ମଧ୍ୟ ଅଲଗା ।

ତେବେ ମୋତେ କୁହାଗଲା ମିଡିଆବ୍ରୀଫିଙ୍ଗ କରିଦେବୁ ବହୁତ ଆମାଉଣ୍ଟ ସିଜ ହୋଇଛି । ଏବଂ ଏଫାୟାରରେ ସେ ଯାହା ଦେଖିଲେ ତାହାକୁ ମିଡିଆକୁ କହିଦେଲେ । ତେବେ ତାହା କଣ ଭୁଲ ହୋଇଗଲା ? ଓଲଟା ଏସ୍ପି ଙ୍କ ବିରୋଧରେ ଗର୍ଜୁଛନ୍ତି ବିବାଦୀୟ ଏସଡିପିଓ । ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କେବଳ ବ୍ୟକ୍ତିଗତ ଭାବରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ କହିଛନ୍ତି ।

କିନ୍ତୁ ବଲାଙ୍ଗୀରି ଏସ୍ପି ସରକାରଙ୍କୁ ଦେଇଥିବା ରିପୋର୍ଟରେ ଏସଡିପିଓ ଙ୍କ ବିରୁଦ୍ଧରେ ପେନ୍ଥା ପେନ୍ଥା ପ୍ରମାଣ ରହିଅଛି । ଥାନାର ସିସିଟିଭି ମଧ୍ୟ କହୁଛି ସଂପୂର୍ଣ୍ଣ ସତ କଥା । ଘଟଣା ସମ୍ବନ୍ଧରେ ଖବର ପାଇ ଆଇଆଇସି ଙ୍କ ଠାରୁ ଖବର ପାଇ ଅଧ ରାତିରେ ଥାନା କୁ ଆସି ଆଇଆଇସି ଙ୍କ ଚ୍ୟାମ୍ବରରେ ବସିଥିଲେ ଏସଡିପିଓ ହୃଷୀକେଶ ମେହେର ।

ଟଙ୍କା ବ୍ୟାଗ ରଖିବା ପରେ ଅନ୍ୟ ପୋଲିସ ଅଧିକାରୀଙ୍କୁ ଏଫଆଇଆର ଲେଖିବାକୁ ନିର୍ଦ୍ଧେଶ ଦେଇଥିଲେ ଏସଡିପିଓ । ଦୀର୍ଘ ସମୟ ଧରି ଅଭିଯୁକ୍ତ ଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ହଠାତ ଥାନାର କ୍ୟାମେରା ବନ୍ଦ କରିଦିଆଯାଇଥିଲା । ଏହାପରେ ବ୍ୟାଗ ଭିତରୁ କାରସାଦି କରି ଟଙ୍କା ଲୁଚାଇଥିଲେ । ଏ ବାବଦରେ ସରକାରଙ୍କୁ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଏସପି ।

କିନ୍ତୁ ବିଭାଗୀୟ ସନ୍ନମାନ ଦୃଷ୍ଟିରୁ ଗଣ ମାଧ୍ୟମରେ ଏ ବାବଦକୁ କୌଣସି ବୟାନ ଦେବାକୁ ସ୍ପଷ୍ଟ ଭାବରେ ମନା କରିଛନ୍ତି ବଲାଙ୍ଗୀରି ଏସ୍ପି । ଘଟଣାକୁ ନେଇ ଗୃହ ବିଭାଗକୁ ସ୍ଥାନୀୟ ବିଧାୟକ ଙ୍କର ଆକ୍ରମଣ ସମ୍ପୃକ୍ତ ଏସଡିପିଓ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଘଟଣାକୁ ନେଇ ବିଧାନ ସଭା ରେ ଉତ୍ତଥାପନ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *