ନିଜ ମା’ ମୃତ୍ୟୁର ପୁରା କାହାଣୀ ବଖାଣିଲା କୁନି ଝିଅ, ଖୋଲି କହିଦେଲା ତା ବାପାର ସବୁ କଳା କାରନାମା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ କୁନି ଝିଅ ନିଜ ମା’ ମୃ-ତ୍ୟୁର ଗୁମର ଖୋଲିଛି । ଏହି କୁନି ଝିଅଟିର ଆଖି ଆଗରେ ଘଟିଯାଇଥିଲା ତା’ ମା’ ର ହ-ତ୍ୟା । ତେବେ ଏହି କାଣ୍ଡ ଅନ୍ୟ କେହି ନୁହେଁ ବରଂ ତାହାର ନିଜ ବାପା ହିଁ କରିଥିଲା । ଝିଅଟି ଯେତେ କହିଥିଲା ଯେ ମୋ ମା’ ଙ୍କୁ ଛାଡିଦିଅ କିନ୍ତୁ ମା’ ଙ୍କୁ ଛାଡି ନଥିଲା ନୃଶଂସ ବାପା । ତେବେ ଦାଦନ ଖଟିବାକୁ ଆନ୍ଦ୍ରପ୍ରଦେଶର କାକୀନାଡା ଯାଇଥିଲେ ସ୍ଵାମୀ ସ୍ତ୍ରୀ । ଏବଂ ସେଠାରେ ସ୍ତ୍ରୀ ର ଗଳା ଚିପି ହ-ତ୍ୟା କରିଥିଲା ସ୍ଵାମୀ । ତେବେ ଗତ ସୋମବାର ଦିନ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଅଛି ।

ସ୍ଵାମୀ ସ୍ତ୍ରୀ ଙ୍କର ଘର ହେଉଛି ନବରଂଗପୁର ଉମରକୋଟ ଅଞ୍ଚଳରେ । ଖବର ମୁତାବକ ଉମରକୋଟ ବ୍ଲକର ସିଲାଟି ଗାଁର ମାଣିକ ଘୋସ ଏବଂ କାରଙ୍ଗା ଗାଁର ଲିପିକା ମଣ୍ଡଳ ଙ୍କ ମଧ୍ୟରେ ୫ ବର୍ଷ ପୂର୍ବରୁ ବାହାଘର ହୋଇଥିଲା । ହୋଟେଲ ମ୍ୟାନେଜମେଣ୍ଟ ପଢିଥିଲେ ମଧ୍ୟ ବାହାଘର ବେଳକୁ ଚାକିରୀ କରି ନଥିଲେ ମାଣିକ । ବାହାଘର ପରେ ସବୁକିଛି ଠିକ ଚାଲିଥିଲା ।

କିନ୍ତୁ ଝିଅ ଜନ୍ମ ହେବା ପରେ ସବୁକିଛି ବଦଳିଗଲା । ସ୍ଵାମୀ ଏବଂ ପରିବାର ଲୋକଙ୍କ ଠାରୁ ଆରମ୍ଭ ହୋଇଥିଲା ନିର୍ଯାତନା । ଏହିଭଳି ହେବା କାରଣରୁ ଲିପିକା ଯାଇ ସଂପୂର୍ଣ୍ଣ ପରିବାର ବିରୋଦ୍ଧରେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଲିପିକା ତାଙ୍କ ବାପା ନାକ ଘରକୁ ଚାଲି ଆସିଥିଲେ ।

ମାତ୍ର ଏହାର କିଛି ଦିନ ପରେ ମାଣିକଙ୍କ ପରିବାର ଲୋକେ ଝିଅ ଘରକୁ ଯାଇ ଲିପିକାଙ୍କୁ ଆଣିବାକୁ ବାଧ୍ୟ କରିଥିଲେ । କିନ୍ତୁ ବାପଘର ଲୋକେ ଏଥିରେ ରାଜି ହୋଇନଥିଲେ । ଶେଷରେ ଗାଁ ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା । ଏବଂ ପରେ ଲିପିକାଙ୍କୁ ତାଙ୍କ ସ୍ଵାମୀ ଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଏହାପରେ ଲିପିକା ଏବଂ ମାଣିକ କାକୀନାଡା ଚାଲିଯାଇଥିଲେ ଦାଦନ ଖଟିବା ପାଇଁ ।

ସେଠାରେ ମାଣିକ ଏକ ହୋଟେଲରେ କାମ କରୁଥିଲେ । ତେବେ ଗତ ରବିବାର ଦିନ ଲିପିକା ଙ୍କର ମୃ-ତ୍ୟୁ ହୋଇଛି । ମାତ୍ର ଲିପିକା କଳା ଝିଅ ଜନ୍ମ କରିଛନ୍ତି ବୋଲି ଶାଶୁଘର ଲୋକେ ସମସ୍ତେ ମାରପିଟ କରୁଥିଲେ ବୋଲି କହିଛନ୍ତି ଲିପିକା ଙ୍କ ପରିବାର ଲୋକେ । ତେବେ ବର୍ତ୍ତମାନ ପୋଲିସ ମାଣିକଙ୍କୁ ଗିରଫ କରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *