ସ୍ଵାମୀର ବିରହକୁ ସହି ପରିଲେନି ସ୍ତ୍ରୀ, ଯବାନ ସ୍ବାମୀର ଚିତାକୁ ଦେଇ ପଡିଲେ…ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀର ଜୁଇରେ ଡେଇଁ ପଡିଲେ ସ୍ତ୍ରୀ ! ଦନ୍ତେୱାଡା ମଶାଣୀରୁ ଆସିଲା କରୁଣ ଚିତ୍ର ! ତେବେ ସୂଚନା ମୁତାବିକ ନିକଟ ଅତୀତରେ ମାଓବାଦୀ ମାନଙ୍କ ବିଶ୍ଫୋରକ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଯିବା ଘଟଣା ସାରା ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଛି । ତେବେ କାନ୍ତେୱାଡା ଜିଲ୍ଲାର ବାଡିଗାଡାର ବାସିନ୍ଦା ରାଜୁ ଗଟର ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଯାଇଛନ୍ତି । ଗତ ବୁଧବାର ଦିନ ଯବାନ ସହିଦ ହୋଇଯାଇଥିଲେ ।

ତେବେ ସହିଦ ହୋଇଯାଇଥିବା ଯବାନଙ୍କ ପାର୍ଥୀବ ଶରୀର ଯେତେବେଳେ ଗ୍ରାମକୁ ଅଣା ଯାଇଥିଲା । ତାଙ୍କୁ ଦେଖିବା ପାଇଁ ଗ୍ରାମବାସୀ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ହେଲେ ଯିଏ ନିଜର ସ୍ଵାମୀକୁ ହରାଇଛି । ସେହି ଅଭାଗିନୀ ସ୍ତ୍ରୀ ସ୍ଵାମୀଙ୍କୁ ହରାଇ କାନ୍ଦିବାର ଦୃଶ୍ୟ ଏପରି ହୃଦୟ ବିଦାରକ ଥିଲା । ଯେ ତାଙ୍କୁ ଯିଏ ବି ଦେଖି ଦେଉଥିଲା ତା’ ଆଖିରୁ ଲୁହ ବାହାରି ଆସୁଥିଲା । ତେବେ ଯେତେବେଳେ ଯବାନଙ୍କ ପାର୍ଥୀବ ଶରୀରର ଅନ୍ତିମ ଦାହ ପାଇଁ ଯୂଈ ପ୍ରସ୍ତୁତ କରଯାଇଥିଲା ।

ତାପରେ ସହିଦ ଯବାନଙ୍କୁ ଯୂଈରେ ଆଣି ରଖାଯାଇଥିଲା । ସେତେବେଳେ ତାଙ୍କ ସ୍ତ୍ରୀ ଦୁଃଖରେ ଭାବ ବିହ୍ଵଳ ହୋଇ ସ୍ଵାମୀ ପାଇଁ ସଜା ଯାଇଥିବା ଯୂଈରେ ଶୋଇ ପଡିଥିଲେ । ଆଉ ସମସ୍ତଙ୍କୁ କହିଥିଲେ । ମୋ ସ୍ଵାମୀ ସହିତ ମୋର ମଧ୍ୟ ଆଜି ଦାହ କରିଦିଅ । କାରଣ ବାହାଘର ପରେ ଯାହାଙ୍କୁ ମୁଁ ମୋର ଇଃକାଳ ଓ ପରକାଳର ଦେବତା ବୋଲି ମାନି ନେଇଥିଲି । ତାଙ୍କୁ ଛାଡି ମୁଁ ଦୁନିଆରେ ଆଉ ବଞ୍ଚିକି ରହିପାରିବି ନାହିଁ ।

ତେବେ ଏପରି ଘଟଣା ଘଟିବା ପରେ ସହିଦଙ୍କ ପରିବାର ଦୁଃଖରେ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ତେବେ କଡା ସୁରକ୍ଷା ମଧ୍ୟରେ ପାର୍ଥୀବ ଶରୀରର ଅନ୍ତିମ ଯାତ୍ରା କରଯାଇଥିଲା । ତାପରେ ସହିଦ ଯବାନଙ୍କର ଶେଷକୃତ୍ୟ ମଧ୍ୟ ସମ୍ପର୍ଣ୍ଣ କରଯାଇଥିଲା । ଯେଉଁଥିରେ ସମଗ୍ର ଗ୍ରାମବାସୀ ମଧ୍ୟ ଆସି ସାମିଲ ହୋଇଯାଇଥିଲେ ।

ତେବେ ନକ୍ସଲ ଆକ୍ରମଣରେ ସହିଦ ହୋଇଯାଇଥିବା ଯବାନଙ୍କୁ ସମସ୍ତଙ୍କର ସଲାମ । ସମସ୍ତଙ୍କ ମୁହଁରେ ସହିଦ ଯବାନ ସବୁବେଳେ ଅମର ରୁହନ୍ତୁ । ତେବେ ଆମେ ମଧ୍ୟ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିବୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *