ଭୁତ ସଭାପତି ଙ୍କ ସବୁ ଗୁମର ଖୋଲି କହିଦେଲେ ଭାଇ, ଗିରଫ ହେବା ପରେ ସାମନାକୁ ଆସିଲା ଭୟଙ୍କର ସତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗିରଫ ପରେ ପଦାକୁ ଆସିଲା ବାବା ବିପିନଙ୍କର ସାଂଘାତିକ ସତ୍ୟ ! ତେବେ ସୂଚନା ମୁତାବିକ ନିଜକୁ ଗଣ ମାଧ୍ୟମ ସାମ୍ନାରେ ଭୁତ ମାନଙ୍କର ସଭାପତି ବୋଲାଉଥିବା ବାବା ହେଉଛି ବିପିନ ରାଉତ ବିହାରୀ ରାଉତ ରାୟ । କିଛି ଦିନ ଧରି ଗଣ ମାଧ୍ୟମରେ ମୁଁ ହେଉଛି ଭୁତ ମାନଙ୍କର ସଭାପତି । ପ୍ରତିଦିନ ଭୁତ, ପ୍ରେତ ଓ ଆତ୍ମା ମାନଙ୍କ ସହ କଥାବାର୍ତ୍ତା ଚାଲିଥାଏ ।

ଏପରି ବହୁତ କିଛି ଅବାସ୍ତବିକ କଥା କହି ନିଜର ଲୋକପ୍ରିୟତା ବଢାଇବାରେ ଲାଗିଥିଲେ । ବିପିନ ରାଉତ ରାୟଙ୍କୁ ପୋଲିସ ଗିରଫ କରି ନେଇ ଥାନାରେ ଭର୍ତ୍ତି କରିଦେଇଛି ବୋଲି ସବୁଆଡେ ଚର୍ଚା ହେବାରେ ଲାଗିଛି । ତେବେ ଗୋଟିଏ ବଂର ୨ ଟି ସାଂଘାତିକ ଅଭିଯୋଗ କାରଣରୁ ଭଣ୍ଡ ବାବା ବିପିନ ରାଉତ ରାୟଙ୍କୁ ପୋଲିସ ଗିରଫ କରି ନେଇ ଥାନାରେ ରଖିଛି ।

ପ୍ରଥମେ ୨୦୧୩ ମସିହାରେ ନିଜ ଭାଇକୁ ଓ ଅନ୍ୟଟି ୨୦୧୬ ମସିହାରେ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗୁଳି କରିବା ଉଦ୍ୟମ କରିଥିଲେ । ଯାହାର ଖବର ପୋଲିସ ନିକଟରେ ପହଞ୍ଚିଥିଲା । ପୁଣି ଥାନାରେ ଭଣ୍ଡ ବାବା ବିପିନ ରହିବା ସମୟରେ ତାଙ୍କୁ ନେଇ ତାଙ୍କର କିଛି ପରିଚିତ ଲୋକ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ।

କିଏ କହୁଛି ସେ ଜଣେ ଅଣ୍ଡର ମେଟ୍ରିକ । କିଛି ଜ୍ଞାନ ତା’ ପାଖରେ ନାହିଁ । ହେଲେ ସେ ନିଜକୁ ବହୁତ ବଡ ଭୁତ ବାବା କହି ହେଉଛି । ଆଉ କିଏ କହୁଛି ସେ ଜଣେ ମିଛୁୟା ତା’ କୁ କିଛି ମଧ୍ୟ ଜଣା ନାହିଁ । ତେବେ ଏହିପରି କେତେ ସବୁ ବିରୋଦ୍ଧିପୂର୍ଣ୍ଣ ମନ୍ତବ୍ୟ ବିପିନ ରାୟଙ୍କ ପାଇଁ ତାଙ୍କର କିଛି ଜଣାଶୁଣା ଗ୍ରାମବାସୀ ମାନେ କହିଛନ୍ତି ।

ତେବେ ପୋଲିସ ବହୁତ କିଛି ତଥ୍ୟ ବାବା ବିପିନ ରାଉତ ରାୟଙ୍କ ବିଷୟରେ ସଂଗ୍ରହ କରିବା କାର୍ଯ୍ୟ ଜାରୀ ରଖିଛି । ତେବେ ତଦନ୍ତ ପରେ ଭଣ୍ଡ ବାବାଙ୍କ ପାଇଁ ଥାନା, କୋର୍ଟ କେଉଁ କାର୍ଯ୍ୟନୁଷ୍ଠାନ ନେବ । ତାହା ଆଗାମୀ ସମୟରେ ଦେଖିବାକୁ ବହୁ ଲୋକ ଅପେକ୍ଷାରେ ରହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *