ନିଜକୁ ଅଟକାଇ ପାରିଲେନି Pintu Nanda ଙ୍କ ସ୍ତ୍ରୀ ପ୍ରତିଭା, ସ୍ବାମୀଙ୍କୁ କୁଣ୍ଢେଇ ଧରି ଭୋ-ଭୋ ହେଇ କାନ୍ଦିଲେ ଆଉ କହିଲେ… 

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ବିୟୋଗ ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଦେଇଛି । ଜଣେ କଳକାରକୁ ହରାଇ ସିନେ ଜଗତ ଦୁଃଖରେ ଥିବା ବେଳେ ଜଣେ ସ୍ଵାମୀ ଆଉ ବାପା ଏବଂ ପୁଅକୁ ହରାଇ ପରିବାର ଲୋକ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି । ସୂଚନା ଅନୁଯାୟୀ ପିଣ୍ଟୁଙ୍କ ପତ୍ନୀ ନିଜକୁ ଆଉ ଅଟକାଇ ପାରିଲେ ନାହିଁ । ମେଡିକାଲରେ ଥିବା ବେଳେ ଥରେ ବି ଆସି ନଥିଲେ କିନ୍ତୁ ତାଙ୍କ ଦେହାନ୍ତ ପରେ ଆଉ ନିଜକୁ ରୋକିପାରିଲେନି ଧାଇଁ ଆସିଲେ ସ୍ଵାମୀଙ୍କ ଶେଷ ଦର୍ଶନ କରିବା ପାଇଁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଖବର ମୁତାବିକ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ତାଙ୍କ ପାଖରେ ରହୁନଥିଲେ ଯାଇ ଅନ୍ୟତ୍ର ରହୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିବା ବେଳେ ଡିଭୋସ ହୋଇଯାଇଥିବାର ସୁଚାନ ମିଳିଛି । ହୁଏତ ଏହି କାରଣ ପାଇଁ ପିଣ୍ଟୁ ନନ୍ଦ ଚିନ୍ତା କରି ମଦ ଆଡକୁ ଟାଣି ହୋଇଯାଇଥିଲେ । ତେବେ ପିଣ୍ଟୁ ନନ୍ଦ ଅନେକ ଦିନ ହେବ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କୁ ଦେଖା କରିବା ପାଇଁ ଅନେକ ଲୋକ ଯାଇଥିଲେ ।

କିନ୍ତୁ କେବେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଯିବାର କେହି ଦେଖିନଥିଲେ । ସ୍ଵାମୀ ଗୁରୁତର ଅବସ୍ତାରେ ଚିକିତ୍ସା ହେଉଥିବା ବେଳେ ନିଜକୁ ଅଟକାଇ ରଖିଦେଇଥିଲେ ସିନା କିନ୍ତୁତାଙ୍କର ଦେହାନ୍ତ ହୋଇଯିବା ଘଟଣାକୁ ସେ ବିଶ୍ଵାସ କରିପାରିଲେ ନାହିଁ । କିମ୍ବା ସେ କେବେ ଭାବି ବି ନଥିଲେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଯିବ ବୋଲି ।

ତେବେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ଯେତେବେଳେ ହାଇଦ୍ରାବାଦରୁ ତାଙ୍କ ପାର୍ଥିବ ଶରୀର ଆସି ତାଙ୍କ ଘରେ ଭୁବନେଶ୍ଵରରେ ପହଞ୍ଚିଲା ସେଠାରେ ପିଣ୍ଟୁ ନନ୍ଦଙ୍କ ପତ୍ନୀ ଉପସ୍ଥିତ ଥିଲେ । ଆଉ ବହୁତ ଭାଙ୍ଗି ଯାଇଥିଲେ । ତାଙ୍କୁ ବହୁତ ଲୋକ ବୁଝାଉଥିଲେ ମଧ୍ୟ । ପିଣ୍ଟୁଙ୍କ ବାଦ ପୁଅ ବି ଆସିଲେ ଆଉ ନିଜ ବାପାଙ୍କ ଶେଷ ଯାତ୍ରାରେ ଖଇକଉଡି ବିଞ୍ଚିବା ପାଇଁ ପ୍ରସ୍ତୁତ ହେଉଥିଲେ ।

ବାପାଙ୍କ ମୁହଁରେ ବଡ ପୁଅ ମୁଖାଗ୍ନି ଦେଲେ । କମ ବୟସରେ ବାପା ଛେଉଣ୍ଡ ହୋଇଗଲେ । ପିଣ୍ଟୁଙ୍କର ଏଭଳି ହଠାତ ତାଙ୍କ ପରିବାର ଲୋକଙ୍କ ହାତ ଛାଡି ଚାଲିଯିବା ସମସ୍ତଙ୍କୁ ଭାଙ୍ଗି ଦେଇଛି ମନ ଭିତରୁ । ହେଲେ ଭଗବାନଙ୍କ ଇଚ୍ଛାକୁ ତ ଗ୍ରହଣ କରିବା ପାଇଁ ପଡିବ । ତେଣୁ ଭଗବାନ ତାଙ୍କ ପରିବାର ଲୋକଙ୍କୁ ସାହା ହୁଅନ୍ତୁ ଏତିକି ପ୍ରାଥନା ଆମର ଭଗବାନଙ୍କ ପାଖରେ ।

Leave a Reply

Your email address will not be published. Required fields are marked *