Anu Choudhury କହିଲେ ‘ଫିଲ୍ମ ପହିଲି ରଜରେ ପିଣ୍ଟୁ ମତେ ବହୁତ ହଇରାଣ କରିଛି, ଖରାରେ କାମ ଚାଲିଥିବା ବେଳେ ଯିଏ ବି …’:

ଦର୍ଶକ ବନ୍ଧୁ ମାତ୍ର 45 ବର୍ଷ ବସରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ସେ ଯିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟ ପକ୍ଷେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଦର୍ଶକ ବନ୍ଧୁ ଗତ ପହଡଦିନ ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଆଉ ଗତ କାଲି ରାତିରେ ତାଙ୍କୁ ଭୁବନେଶ୍ଵର ଅଣା ଯାଇଥିଲା । ତେବେ ଅଭିନେତା ପିନ୍ଟୁଙ୍କର ପରଲୋକରେ ସାରା ଓଡିଶାବ୍ୟାପୀ ଦୁଃଖର ପ୍ରଭାବ ପଡିଛି ।

ତେବେ ବିଶେଷ କରି କଳାକାର ମାନଙ୍କ ପରିବାର ଅର୍ଥାତ ଓଡିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ପିନ୍ଟୁ ନନ୍ଦଙ୍କ ବିୟୋଗରେ ବହୁତ ବଡ କ୍ଷତି କହିଲେ ଅତ୍ଯୁକ୍ତି ହେବ ନାହିଁ । ତେବେ ଏପରି କିଛି ନିଜର ଦୁଃଖଭରା ମନ୍ତବ୍ୟ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ କହିବା ଆଧାରରେ ପିନ୍ଟୁ ବହୁତ ଅଳ୍ପ ବର୍ଷ ବୟସରୁ ହିଁ ଆମ ସମସ୍ତଙ୍କୁ ଛାଡି ଚାଲିଗଲା । ତେବେ ଏପରି ଏକ ଖବର ଶୁଣିକି ବହୁତ ଦୁଃଖ ଲାଗୁଛି । ପିନ୍ଟୁ ବହୁତ ହସଖୁସି ମିଜାଜର ପିଲାଟିଏ । ସମସ୍ତଙ୍କ ସହିତ ଥଟ୍ଟା ମଜା କରି ସମସ୍ତଙ୍କ ମୁହଁରେ ସେ ହସ ଭରିଦେବାର କୌଶଳ ମଧ୍ୟ ଜାଣିଥିଲା । ତେବେ ପିନ୍ଟୁ ସହିତ ମିଶି ମୁଁ ଅନେକ ଚଳଚିତ୍ରରେ ମଧ୍ୟ କାମ କରିଛି ।

ଯେପରି ପହିଲି ରଜ ଫିଲ୍ମରେ ପିନ୍ଟୁ ସହିତ ମିଶି ମୁଁ କାମ କରିଥିଲି । ସେହି ପହିଲି ରଜ ଫିଲ୍ମ ସମୟରେ ପିନ୍ଟୁ ଆମକୁ ଥଟ୍ଟା ଥଟ୍ଟାରେ ବହୁତ ହଇରାଣ ହର୍କତ କରିଛି । ସେହି ସବୁ ସ୍ମୃତି ମନେ ପଡିଲେ ବହୁତ ଦୁଃଖ ଲାଗୁଛି । ତେବେ ପିନ୍ଟୁର ଦେହ ଖରାପ ଥିଲା ବୋଲି ତ କିଛି ଆଗରୁ ଯେତେବେଳେ ଶୁଣା ପାଇଥିଲୁ । ସେତେବେଳେ ସମସ୍ତଙ୍କର ଇଚ୍ଛା ଥିଲା । କି ପିନ୍ଟୁ ଭଲ ହୋଇଯିବ ।

ହେଲେ ପିନ୍ଟୁ ଆମ ସମସ୍ତଙ୍କୁ ଛାଡି ଆରପାରି ଚାଲିଗଲା । ହେଲେ ପିନ୍ଟୁର ପରଲୋକ ଓଡିଆ ସିନେମା ଜଗତ ପ୍ରତି ନିହାତି ଭାବରେ ତ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । କାରଣ ସବୁ କଳାକାର ମାନଙ୍କର ନିଜସ୍ଵ ଅଭିନୟର ଏକ ଛାପ ରହିଥାଏ । ଅନ୍ୟ ଯେଉଁ କଳାକାର ମଧ୍ୟ ଆସିବ । ସେ ନିଜସ୍ଵ ଅଭିନୟର ଲୋକଙ୍କ ମନରେ ଏକ ସ୍ଥାନ ସୃଷ୍ଟି କରିପାରିବ । ହେଲେ ପିନ୍ଟୁର ଅଭିନୟ ସେହି ପିନ୍ଟୁ ହିଁ ଭଲ ଭାବରେ ପଦର୍ଶନ କରିପାରୁଥିଲା ।

Leave a Reply

Your email address will not be published. Required fields are marked *