କୋର୍ଟ ର ଐତିହାସିକ ନିସ୍ପତି, ଡିଭୋର୍ସ ପରେ ସ୍ଵାମୀଙ୍କ ଚାଲିବା ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା

ଏକ ଫାମିଲି କୋର୍ଟ ଏବେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସ୍ତ୍ରୀ ଙ୍କ ଭଳି ସ୍ଵାମୀ ମଧ୍ୟ ବର୍ତ୍ତମାନ ପାଇବେ ଭରଣ ପୋଷଣ । ସ୍ତ୍ରୀ ଏବେ ସ୍ବାମୀଙ୍କ ଚଳିବା ଲାଗି ଟଙ୍କା ଭରିବେ । ସ୍ବାମୀଙ୍କ ଭରଣ ପୋଷଣ ପାଇଁ ବି ମିଳିବ ଭତ୍ତା । ଏହି ଭତ୍ତା ଦେବେ ସେହି ଆବେଦନକାରୀଙ୍କ ପତ୍ନୀ । ଏ କଥା ଆମେ କହୁ ନାହୁଁ । ବରଂ ଉତ୍ତର ପ୍ରଦେଶ ର ମୁଜାଫର ନଗର ର ଏକ ଫାମିଲି କୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହି ଭଳି ନିଷ୍ପତ୍ତି ଦେଇଛନ୍ତି ।

ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିବା ଏକ ଖବର ଅନୁସାରେ ୟୁପି ର କିଶୋରୀ ଲାଲ ନାମକ ଜଣେ ବ୍ୟକ୍ତି 30 ବର୍ଷ ପୂର୍ବେ ମୁନ୍ନୀ ଦେବୀଙ୍କ ସହ ବିବାହ କରିଥିଲେ । ମାତ୍ର ବିବାହର କିଛି ଦିନ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣ ବଶତଃ ବିବାଦ ହୋଇଥିଲା ।

ଯେଉଁ କାରଣରୁ ଏମାନେ ଦୁଇ ଜଣ ଅଲଗା ଅଲଗା ହୋଇ ଯାଇଥିଲେ । ସେହି ସମୟରେ କିଶୋରୀ ଲାଲ ଙ୍କ ପତ୍ନୀ ମୁନ୍ନୀ ଦେବୀ କାନପୁର ସ୍ଥିତ ଇଣ୍ଡିଆନ ଆର୍ମୀ ରେ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ । ବର୍ତ୍ତମାନ ସେ ଅବସର ନେଇ ସାରିଥିବା ବେଳେ ପେନସନ ବାବଦକୁ 12 ହଜାର ଟଙ୍କା ପାଉଛନ୍ତି ଓ ସେହି ଟଙ୍କାରେ ସେ ନିଜର ପେଟ ପୋଷୁଛନ୍ତି ।

 

ଅନ୍ୟପଟେ କିଶୋରୀ ଲାଲ ମଧ୍ୟ ଚା ଦୋକାନ ଟିଏ କରି ନିଜେ ପେଟ ପୋଷୁଛନ୍ତି । ତେବେ 7 ବର୍ଷ ପୂର୍ବେ କିଶୋରୀ ଲାଲ ଏକ ଫାମିଲି କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ନିଜର ଦୟନୀୟ ଅବସ୍ଥାର ଭରଣ ପୋଷଣ ପାଇଁ ପତ୍ନୀ ଙ୍କ ଠାରୁ ମାସିକ ଭତ୍ତା ପାଇଁ କୋର୍ଟ ସମ୍ମୁଖରେ ଆକୁଳ ନିବେଦନ କରିଥିଲେ । ଯାହାର ଶୁଣାଣି ବେଳେ ଫାମିଲି କୋର୍ଟ ପତ୍ନୀ ମୁନ୍ନୀ ଦେବୀଙ୍କୁ ସ୍ଵାମୀ କିଶୋରୀ ଲାଲ ଙ୍କ ଚଳିବା ପାଇଁ ମାସିକ 2000 ଟଙ୍କା ଲେଖାଏଁ ଭରଣ ପୋଷଣ ଭତ୍ତା ବାବଦକୁ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *