କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରୁଥିବା ଶ୍ରଦ୍ଧା (ପ୍ରିୟଙ୍କା) ଙ୍କ Family & Biography

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ତରଂଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ଧାରାବାହିକକୁ ନିଶ୍ଚୟ ଦେଖୁଥିବେ । ଯଦି ଦେଖୁଥିବେ ସେଥିରେ ନାୟିକା ଭୂମିକାରେ ଅଭିନୟ କରୁଥିବା ଶ୍ରଦ୍ଧା ଙ୍କୁ ତ ନିଶ୍ଚୟ ଜାଣିଥିବେ । ତାଙ୍କର ଅଭିନୟର ଯାଦୁ ଆପଣ ମାନେ ତ ଦେଖି ସାରିଥିବେ । ଅନେକ ଲୋକଙ୍କୁ କନ୍ଦେଇ ଛନ୍ତି ଏବଂ ଅନେକ ଲୋକଙ୍କୁ ହସାଇ ଛନ୍ତି ମଧ୍ୟ । କେତେବେଳେ ରୋମାଣ୍ଟିକ ତ କେତେବେଳେ ଦୁଃଖଭରା କାହାଣୀରେ ଲୋକଙ୍କୁ କନ୍ଦାଇ ଦେଇଛନ୍ତି ।

ଶ୍ରଦ୍ଧାଙ୍କର ପ୍ରକୃତ ନାମ ହେଉଛି ପ୍ରିୟଙ୍କା । ପ୍ରିୟଙ୍କା ଛୋଟବେଳୁ ଡାକ୍ତର ହେବାର ଇଚ୍ଛା ରଖିଥିଲେ । କିନ୍ତୁ ଘରେ ଓ ପରିବାରର ଇଚ୍ଛା ଥିଲା କି ପ୍ରିୟଙ୍କା ଜଣେ ଭଲ ଆକ୍ଟ୍ରେସ ହୁଅନ୍ତୁ । ଯାହାକି ଏବେ ସତ ହୋଇଛି । ପ୍ରିୟଙ୍କା ଛୋଟବେଳୁ ଡାକ୍ତର ହେବାର ଆଶା ରଖିଥିଲେ ବି ତାଙ୍କ ଘର ଓ ପରିବାରର ସମସ୍ତ ସଦସ୍ୟ ଚାହୁଁଥିଲେ ପ୍ରିୟଙ୍କା ଜଣେ ଭଲ ହିରୋଇନ ହୁଅନ୍ତୁ ଓ ଲୋକମାନଙ୍କ ହୃଦୟକୁ ଜିତନ୍ତୁ ଓ ଲୋକମାନଙ୍କ ନିକଟରେ ପହଞ୍ଚନ୍ତୁ ।

ଯାହା କି ଆଜି ପ୍ରିୟଙ୍କା କରି ଦେଖେଇଛନ୍ତି । ପ୍ରିୟଙ୍କା ଛୋଟ ବେଳୁ ଏକ ଭଲ ପଢିଲା ଝିଅ ଥିଲେ । ଏବଂ ସେ ବାହାରେ ରହି ପାଠ ପଢୁଥିଲେ । ତାଙ୍କୁ ଭଲ ଭାବେ ଓଡିଆ ଆସେ ନାହିଁ ବୋଲି ସେ ମଧ୍ୟ ନିଜ ଇଣ୍ଟରଭ୍ୟୁ ରେ କହିଛନ୍ତି । ସେ କହିଛନ୍ତି କି ମୁଁ ଛୋଟବେଳୁ ହାଇଦ୍ରାବାଦ ରେ ରୁହେ । ହସ୍ଟେଲ ରେ ରହି ପାଠ ପଢିଛି ଯେଉଁ କାରଣରୁ ମତେ ଭଲ ଭାବେ ଓଡିଆ ଆସୁ ନଥିଲା । ତେଣୁ ଓଡ଼ିଶାକୁ ମୁଁ ଆସିଥିଲି କିଛି ଓଡିଆ ଶିଖିବା ପାଇଁ ।

ଏବେ ଓଡିଆ ଭଲ ସେ ଶିଖି ଗଲେଣି ପ୍ରିୟଙ୍କା । ଏବେ ଧାରାବାହିକ ରେ ମଧ୍ୟ ନିଜର ଜଲବା ଦେଖାଉଛନ୍ତି ପ୍ରିୟାଙ୍କା । ପ୍ରିୟଙ୍କାଙ୍କ ପରିବାର କଥା କହିଲେ ବାପା, ମା, ଜେଜେ, ଏବଂ ଭଉଣୀ । ଭଉଣୀ ବାହାରେ ରହି ପାଠ ପଢୁଛନ୍ତି ଏବଂ ପ୍ରିୟଙ୍କାଙ୍କ ଘର ବରହମପୁର ଅଟେ । ପ୍ରିୟଙ୍କା ଏବେ ଭୁବନେଶ୍ବରରେ ରହି ଶୁଟିଙ୍ଗ ସେଟ କୁ ଯିବା ଆସିବା କରୁଛନ୍ତି ।

ପ୍ରଥମ ଥର ପାଇଁ ଆପଣମାନେ କୁଆଁରୀ ବୋହୁ ଧାରାବାହିକ ରେ ଆପଣମାନେ ପ୍ରିୟଙ୍କାଙ୍କୁ ଦେଖିଲେ । ଆଗରୁ ସେ କୌଣସି ଧାରାବାହିକ କରି ନଥିଲେ ଏବଂ ପ୍ରଥମ ଥର ପାଇଁ କୁଆଁରୀ ବୋହୁ ଧାରାବାହିକରୁ ଏଣ୍ଟ୍ରି ମାରିଲେ ଅଲିଉଡ ଜଗତକୁ ।

ଲୋକମାନଙ୍କ ହ୍ରୁଦୟକୁ ପ୍ରିୟଙ୍କା କିଣିନେଲେ କୁଆଁରୀ ବୋହୁ ଧାରାବାହିକରେ । କୁଆଁରୀ ବୋହୁ ଧାରାବାହିକ ଟି ଏତେ ହିଟ ହେଲା ଯେ ପ୍ରିୟଙ୍କାଙ୍କୁ ବହୁତ ମାଇଲେଜ ଦେଲା । ଏବେ ପ୍ରିୟଙ୍କାଙ୍କ ଆକଟିଂ ଆପଣଙ୍କୁ କୁଆଁରୀ ବୋହୁ ଧାରାବାହିକରେ କିପରି ଲାଗେ ଆମକୁ କମେନ୍ଟ ନିଶ୍ଚୟ କରିବେ ଓ ଆଗକୁ ଯଦି ଆପଣ ଅଲିଉଡ ଓ ସିରିଏଲ ଦୁନିଆର ସବୁ ଖବର ଜାଣିବା ପାଇଁ ଚାହୁଞ୍ଚନ୍ତି ତେବେ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *