‘ମୋ ପରିବାର ମୋତେ ବିଧବା କରିବ ବୋଲି ଧମକ ଦେଇଛନ୍ତି, ମୋ ଧନକୁ ବଞ୍ଚେଇ ଦିଅ…’ କାନ୍ଦି କାନ୍ଦି ନିଜ ବାପାଙ୍କ କବଳରୁ ସ୍ବାମୀଙ୍କୁ ବଞ୍ଚେଇବା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବାହାଘର ସିଜିନ ଚାଲିଛି ତେବେ ସେହିଭଳି ଏଠାରେ ମଧ୍ୟ ଶେଷ ହୋଇଥିବା ନିର୍ବନ୍ଧ ଆଉ ବାହାଘର ତିଥି ବି ଧରା ହୋଇଥିଲା । ରୀତିନୀତି ଅନୁସାରେ ବରଧରା ଆସି ବରକୁ ଦେଲା ନିମନ୍ତ୍ରଣ । ସାଙ୍ଗରେ ବରଯାତ୍ରୀ ନେଇ ବର ପହଞ୍ଚିଲା କନ୍ୟା ଘରେ । ଭୋଜି ବି ହେଲା ବର ବରଣୀ ହୋଇ ବେଦିରେ ବସିଲେ । କନ୍ୟା ବି ଆସିଲା ଆଉ ପୁରହିତ ବୈବାହିକ କର୍ମ କରିଲେ ।

ହେଲେ ହାତ ଗଣ୍ଠି ପଡିବା ପୂର୍ବରୁ ସୃଷ୍ଟି ହୋଇଗଲା ମହାଭାରତ । ଏଭଳି ଗଣ୍ଡୋଗଳ ହେଲା କି ବିନା ହାତ ଗଣ୍ଠିରେ ବର ଫେରିଲା ନିଜ ଘରକୁ । ତେବେ ପରେ କନ୍ୟା ନିଜ ପ୍ରେମକୁ ପାଇବା ପାଇଁ ଆସି ପହଞ୍ଚିଲା ବର ଦୁଆରେ । ଗାଁ ଲୋକଙ୍କ ସହଯୋଗ ଆଉ ବର ଘରର ସପୋର୍ଟରେ ବାହାଘର ବର ବେଦିରେ ହେଲା ଆଉ କନ୍ୟା ନିଜ ଶାଶୁ ଘରେ ରହିଲା ।

କିନ୍ତୁ ନୂଆ ବୋହୁ ଆଖିରୁ ଲିଭୁନି ଲୁହ ଏବେ ବି କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମୋ ପରିବାର ମୋତେ ବିଧବା କରିଦେବେ ମୋତେ ବଞ୍ଚେଇ ଦିଅ । ତେବେ ସୂଚନା ଅନୁସାରେ ପୁରୀ ଜିଲ୍ଲା ଆସ୍ତରଙ୍ଗ ବ୍ଲକ ନାନପୁର ଗ୍ରାମର ଯୁବକ ତ୍ରିନାଥ ବିଶ୍ଵାଳ ସେହି ଗ୍ରାମର ଯୁବତୀ ସ୍ମରଣିକା ନାୟକଙ୍କ ଭିତରେ ଆଜିକୁ ପ୍ରାୟ ୭ ବର୍ଷ ପୂର୍ବେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ପରସ୍ପର ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହା ସହ ଉଭୟ ଉଭୟଙ୍କ ପରିବାରରେ ଅବଗତ କରାଇ ଥିଲେ । ତେବେ ପୁଅ ଘର ଲୋକ ରାଜି ଥିବା ବେଳେ ଝିଅ ଘର ଲୋକ ଏହି ବିବାହ ପାଇଁ ସଂପୂର୍ଣ୍ଣ ଅରାଜି ଥିଲେ । ଯେଉଁଥି ପାଇଁ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଥିଲା ।  କାଳ କ୍ରମେ କିଛି ମଧ୍ୟସ୍ଥି ଉଭୟ ପରିବାରଙ୍କ ମଧ୍ୟରେ ବୁଝାବଣା କରିବା ପାଇଁ ଚେଷ୍ଟା କରିଥିଲେ । ଏହା ପରେ ହସଖୁସିରେ ନିର୍ବନ୍ଧ କାର୍ଯ୍ୟ ସରିଲା ।

ଚଳିତ ମାସ ୩ ତାରିଖରେ ବାହାଘର ପାଇଁ ତିଥି ଧାର୍ଯ୍ୟ ହେଲା । ହେଲେ ହାତ ଗଣ୍ଠି ପଡିବା ପୂର୍ବରୁ ଦୁଇ ପରିବାର ମଧ୍ୟରେ ପୁରୁଣା ଶତ୍ରୁତାକୁ ନେଇ ଆରମ୍ଭ ହେଇଗଲା ମାରପିଟ । ତେବେ ବର୍ତ୍ତମାନ ଝିଅ ନିଜ ସ୍ଵାମୀର ଜୀବନ ପାଇଁ ନେହୁରା ହେଉଛି ଆଉ କହୁଛି ମୋ ବାପା ମୋତେ ବିଧବା କରିଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *