MCA ଛାତ୍ରୀ ଆଶ୍ରିତାଙ୍କ ମୃତ୍ୟୁ ପଛରେ Boyfreind ର ହାତ, ମୃତ୍ୟୁ ପୂର୍ବଦିନ ବୟଫ୍ରେଣ୍ଡ ସତ୍ୟ ଆଶ୍ରିତାଙ୍କ ସହ କରିଥିଲା ଏଭଳି କାଣ୍ଡ…

ବନ୍ଧୁଗଣ ସୂଚନାଯୋଗ୍ୟ, ଚରିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇ ଝଗଡା ଓ ମାରପିଟ ଆରମ୍ଭ ହେଲା । ଏହାପରେ ହେଲା ଆତ୍ମହତୟଆ । ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀ ଆଶ୍ରିତା ଙ୍କ ଆତ୍ମହତୟଆ ପଛରେ ପ୍ରେମିକ ସତ୍ୟ ପ୍ରକାଶ ହିଁ ଦାୟୀ । ଅସହ୍ୟ ହେଲା ପ୍ରେମିକ ର ରୀତିମତ ମାଡ଼ ଓ ନିର୍ଯ୍ୟାତନା । କଷ୍ଟକର ହେଲା ଚରିତ୍ର ସଂହାର ଏବଂ ପ୍ରେମିକ ର ମାଡ଼ ଖାଇ ବଞ୍ଚି ରହିବା । ମୃତ ଇଂଜିନିୟରିଂ ଛାତ୍ରୀ ଆଶ୍ରିତା ସେନାପତି ଓରଫ ରିଙ୍କି ତାଙ୍କର ମୃତ୍ୟୁ ଗତକାଲି ଚିନ୍ତା ବଢ଼ାଇ ଥିଲା ରାଜଧାନୀ ରେ ।

କାରଣ ଏହା ଥିଲା ଦ୍ଵିତୀୟ ଛାତ୍ରୀ ଯିଏ ଆତ୍ମହତୟଆ କରିଥିଲେ । ତେବେ ଗାନ୍ଧୀ ଇଂଜିନିୟରିଂ କଲେଜ ର ପ୍ରଥମ ବର୍ଷ ର ଛାତ୍ରୀ ପ୍ରେମ ସନ୍ଦେହ ରେ ଆତ୍ମହତୟଆ କରିଥିବା କଥା ପ୍ରଥମେ ଉଠିଥିଲା । କିନ୍ତୁ ଏହା ପରବର୍ତ୍ତୀ ସମୟରେ ପରିଷ୍କାର ବି ହୋଇଯାଇଥିଲା । ଯାହାକୁ ନେଇ ମୁହଁ ଖୋଲିଛନ୍ତି ପୋଲିସ ।

ପୋଲିସ ଙ୍କ କହିବାନୁଯାୟୀ, ଯେଉଁ ସ୍ଥାନରେ ଆଶ୍ରିତା ଆତ୍ମହତୟଆ କରିଥିଲେ ସେଠାରେ ଏକ ସୁଇସାଇଡ଼ ନୋଟ ଥିଲା । ଯେଉଁଥିରେ ଲେଖା ହୋଇଥିଲା ଯେ,ପ୍ରେମିକ ଙ୍କ ନିର୍ଯ୍ୟାତନା ପାଇ ସେ ଆତ୍ମହତୟଆ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣା ର ତଦନ୍ତ ପାଇଁ ସତ୍ୟପ୍ରକାଶ ଦାସ ନାମକ ଯୁବକ ଙ୍କୁ ଗିରଫ କରିଛି ପୋଲିସ ।

୨୦୧୪ ମସିହାରୁ ଉଭୟ ସମ୍ପର୍କ ରେ ଥିଲେ । କିନ୍ତୁ ଯୁବକ ଜଣକ ନିଜ ପ୍ରେମିକା ଙ୍କୁ ସନ୍ଦେହ କରି ଗତ ୪ ତାରିଖ ଦିନ ଆସି ଆଶ୍ରିତା ଙ୍କୁ ମାରପିଟ କରିଥିଲେ । ଯାହା ଫଳରେ ସେ ରାତିରେ ଆତ୍ମହତୟଆ କରିଥିଲେ ଏବଂ ସକାଳେ ତାଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଜବତ କରିଥିଲା । ତେବେ ସନ୍ଦେହ ପାଇଁ ଚାଲି ଯାଇଛି ଆଶ୍ରିତା ଙ୍କ ଜୀବନ ।

ଏହି ଘଟଣା ଏବେ ଚିନ୍ତା ବଢ଼ାଇଛି ଅଭିଭାବକ ମାନଙ୍କ । ଯେଉଁମାନେ ନିଜ ଝିଅ ପୁଅ କୁ ପାଠ ପଢ଼ିବା ପାଇଁ ପଠାଉଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ବୟସ ର ଏହି ସୋପାନ ରେ ପ୍ରେମ ସମ୍ପର୍କ ରେ ଆସି ଭୁଲ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *